ମାଟି ଅତଡ଼ା ଧସି ଝିଅ ମୃତ,ବାପା ଗୁରୁତର

ଯାଜପୁର : କେନାଲରୁ ମାଟି ଅତଡ଼ା ଧସି ଝିଅ ମୃତ ବାପା ଗୁରୁତର । ଏଭଳି ଅଘଟଣ ଘଟିଛି ଯାଜପୁର ଜିଲ୍ଲା କଳିଙ୍ଗ ନଗର ଥାନା ଅନ୍ତର୍ଗତ ନଡି଼ଆଭଙ୍ଗା ଗ୍ରାମ ନିକଟରେ । ମୃତକ ହେଉଛନ୍ତି ସ୍ଥାନୀୟ ବାଉଁଶନାଳୀ ଗ୍ରାମର ଗୀତା ମୁଣ୍ଡା ଏବଂ ତାଙ୍କ ବାପା ଈଶ୍ୱର ମୁଣ୍ଡା । ଆଜି ସକାଳେ ଶୌଚ ହେବାକୁ ଯାଇଥିବାବେଳେ ନଡିଆଭଙ୍ଗା ପଞ୍ଚାୟତର ବାମ ପାର୍ଶ୍ଵ ରେଙ୍ଗାଲି କେନାଲର କାର୍ଯ୍ୟ ଚାଲୁଥିବା ବେଳେ ହଠାତ ମାଟି ଅତଡ଼ା ଧସିବାରୁ […]

Samaya Live Picture
Published On

ଯାଜପୁର : କେନାଲରୁ ମାଟି ଅତଡ଼ା ଧସି ଝିଅ ମୃତ ବାପା ଗୁରୁତର । ଏଭଳି ଅଘଟଣ ଘଟିଛି ଯାଜପୁର ଜିଲ୍ଲା କଳିଙ୍ଗ ନଗର ଥାନା ଅନ୍ତର୍ଗତ ନଡି଼ଆଭଙ୍ଗା ଗ୍ରାମ ନିକଟରେ । ମୃତକ ହେଉଛନ୍ତି ସ୍ଥାନୀୟ ବାଉଁଶନାଳୀ ଗ୍ରାମର ଗୀତା ମୁଣ୍ଡା ଏବଂ ତାଙ୍କ ବାପା ଈଶ୍ୱର ମୁଣ୍ଡା ।

ଆଜି ସକାଳେ ଶୌଚ ହେବାକୁ ଯାଇଥିବାବେଳେ ନଡିଆଭଙ୍ଗା ପଞ୍ଚାୟତର ବାମ ପାର୍ଶ୍ଵ ରେଙ୍ଗାଲି କେନାଲର କାର୍ଯ୍ୟ ଚାଲୁଥିବା ବେଳେ ହଠାତ ମାଟି ଅତଡ଼ା ଧସିବାରୁ ୮ ବର୍ଷର ଶିଶୁକନ୍ୟା ମାଟି ତଳେ ପୋତି ଯାଇଥିଲେ । ଏହି ସମୟରେଶିଶୁକନ୍ୟାର ବାପା ଗୁରୁତର ହୋଇଛନ୍ତି। ସ୍ଥାନୀୟ ଲୋକଙ୍କ ଠାରୁ ଖବରପାଇଁ ସଙ୍ଗେ ସଙ୍ଗେ ଦମକଳ ବାହିନୀ ଓ ସ୍ଥାନୀୟ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ପ୍ରଥମେ ବାପାଙ୍କୁ ଉଦ୍ଧାର କରି ସୁକିନ୍ଦା ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇଥିବା ବେଳେ ଝିଅଟି ମାଟି ଅତଡ଼ା ତଳେ ଚାପି ହୋଇ ମୃତ୍ୟୁ ବରଣ କରିଥିବା ସୂଚନା ମିଳିଛି ।

Tags: