ଝାରସୁଗୁଡା ଉପ ନିର୍ବାଚନ ପାଇଁ ତାରିଖ ଘୋଷଣା
ଭୁବନେଶ୍ୱର : ଝାରସୁଗୁଡା ଉପନିର୍ବାଚନ ପାଇଁ ଘୋଷଣା ହେଲା ତାରିଖ I ଆସନ୍ତା ମେ ୧୦ରେ ହେବ ଝାରସୁଗୁଡ଼ା ଉପନିର୍ବାଚନ। ଏନେଇ ଏପ୍ରିଲ ୧୩ରେ ପ୍ରକାଶ ପାଇବ ନିର୍ବାଚନ ବିଜ୍ଞପ୍ତି। ଏପ୍ରିଲ ୨୦ ପର୍ଯ୍ୟନ୍ତ ପ୍ରାର୍ଥିପତ୍ର ଦାଖଲ ହେବ । ୨୧ରେ ଯାଞ୍ଚ, ୨୪ ପର୍ଯ୍ୟନ୍ତ ନାମାଙ୍କନ ପ୍ରତ୍ୟାହାର ପାଇଁ ସମୟ ଦିଆଯାଇଛି । ମେ’ ୧୩ରେ ଭୋଟ ଗଣତି ହେବ । ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ହତ୍ୟା ପରେ ଖାଲି ପଡିଥିଲା ଆସନ I ତାଙ୍କ […]
ଭୁବନେଶ୍ୱର : ଝାରସୁଗୁଡା ଉପନିର୍ବାଚନ ପାଇଁ ଘୋଷଣା ହେଲା ତାରିଖ I ଆସନ୍ତା ମେ ୧୦ରେ ହେବ ଝାରସୁଗୁଡ଼ା ଉପନିର୍ବାଚନ। ଏନେଇ ଏପ୍ରିଲ ୧୩ରେ ପ୍ରକାଶ ପାଇବ ନିର୍ବାଚନ ବିଜ୍ଞପ୍ତି। ଏପ୍ରିଲ ୨୦ ପର୍ଯ୍ୟନ୍ତ ପ୍ରାର୍ଥିପତ୍ର ଦାଖଲ ହେବ । ୨୧ରେ ଯାଞ୍ଚ, ୨୪ ପର୍ଯ୍ୟନ୍ତ ନାମାଙ୍କନ ପ୍ରତ୍ୟାହାର ପାଇଁ ସମୟ ଦିଆଯାଇଛି । ମେ’ ୧୩ରେ ଭୋଟ ଗଣତି ହେବ ।
ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ହତ୍ୟା ପରେ ଖାଲି ପଡିଥିଲା ଆସନ I ତାଙ୍କ ମୃତ୍ୟୁକୁ ଦୁଇ ମାସ ପୂରିଥିବା ବେଳେ ଏଯାଏ ଉପନିର୍ବାଚନ ତାରିଖ ଘୋଷଣା ହୋଇନଥିଲା । ତେଣୁ ନିର୍ବାଚନ ତାରିଖ ଘୋଷଣା ଉପରେ ରହିଥିଲା ସମସ୍ତଙ୍କର ନଜର ରହିଥିଲା ।
ସେହିପରି ଆଜି କର୍ଣ୍ଣାଟକ ବିଧାନସଭା ନିର୍ବାଚନ ତାରିଖ ଘୋଷଣା ହୋଇଛି । ମେ’ ୧୦ ତରିଖରେ ହେବ କର୍ଣ୍ଣାଟକ ସାଧାରଣ ନିର୍ବାଚନ । ନୂଆଦିଲ୍ଲୀର ବିଜ୍ଞାନ ଭବନରେ ନିର୍ବାଚନ କମିଶନ ପକ୍ଷରୁ ଏନେଇ ଘୋଷଣା କରାଯାଇଛି । ୨୨୪ଟି ଆସନ ବିଶିଷ୍ଟ କର୍ଣ୍ଣାଟକ ବିଧାନସଭାରେ ଏବେ ବିଜେପିର ୧୧୯ ଜଣ ବିଧାୟକ ରହିଛନ୍ତି ।
ଅନ୍ୟପକ୍ଷରେ କଂଗ୍ରେସର ୭୫ଜଣ ବିଧାୟକ ଓ ଜେଡିଏସର ୨୮ଜଣ ବିଧାୟକ ରହିଛନ୍ତି । କର୍ଣ୍ଣାଟକରେ ଏବେ ମୁଖ୍ୟମନ୍ତ୍ରୀ ବାସବରାଜ ବୋମାଇଙ୍କ ନେତୃତ୍ୱରେ ବିଜେପି କ୍ଷମତାରେ ରହିଛି ।




