ବିଦ୍ୟୁତ ତାର ଲାଗି ଦଣ୍ଡୁଆଙ୍କ ମୃତ୍ୟୁ

ବୌଦ୍ଧ : ଦଣ୍ଡ ନାଚ ଚାଲିଥିବା ସମୟରେ ବିଦ୍ୟୁତ ତାର ସସ୍ପର୍ଶ ରେ ଆସି ଦଣ୍ଡୁଆଙ୍କର ମୃତ୍ୟୁ ହୋଇଛି । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ଖଜୁରୀପଡା ଅଞ୍ଚଳରେ । ମୃତ ଦଣ୍ଡୁଆଙ୍କ ନାଁ ପ୍ରଭାତ କହଁର I ସେ ବୌଦ୍ଧ ଜିଲ୍ଲା ହରିପୁର ମୁଣ୍ଡିପଦର ଗାଁର ବୋଲି ଜଣାପଡିଛି । ସୂଚନା ଅନୁଯାୟୀ, ଗତକାଲି ଖଜୁରୀପଡା ଅଞ୍ଚଳରେ ଦଣ୍ଡ ନାଚ ଚାଲୁଥିଲା I ଖଜୁରୀପଡା ଥାନା ସୁଦୃକୁମ୍ପା ଫାଣ୍ଡି ଅନ୍ତର୍ଗତ […]

Samaya Live Picture
Published On

ବୌଦ୍ଧ : ଦଣ୍ଡ ନାଚ ଚାଲିଥିବା ସମୟରେ ବିଦ୍ୟୁତ ତାର ସସ୍ପର୍ଶ ରେ ଆସି ଦଣ୍ଡୁଆଙ୍କର ମୃତ୍ୟୁ ହୋଇଛି । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ଖଜୁରୀପଡା ଅଞ୍ଚଳରେ । ମୃତ ଦଣ୍ଡୁଆଙ୍କ ନାଁ ପ୍ରଭାତ କହଁର I ସେ ବୌଦ୍ଧ ଜିଲ୍ଲା ହରିପୁର ମୁଣ୍ଡିପଦର ଗାଁର ବୋଲି ଜଣାପଡିଛି ।

ସୂଚନା ଅନୁଯାୟୀ, ଗତକାଲି ଖଜୁରୀପଡା ଅଞ୍ଚଳରେ ଦଣ୍ଡ ନାଚ ଚାଲୁଥିଲା I ଖଜୁରୀପଡା ଥାନା ସୁଦୃକୁମ୍ପା ଫାଣ୍ଡି ଅନ୍ତର୍ଗତ ଦଳପଡ଼ା ଗାଁରେ ବୌଦ୍ଧ ଜିଲ୍ଲା ହରିପୁର ମୁଣ୍ଡିପଦର ଗାଁର କୋଡିଏରୁ ପଚିଶ ଜଣ ଦଣ୍ଡୁଆ ଦଳପଡା ଗାଁକୁ ଆସି ଦଣ୍ଡ ନାଚ କରୁଥିଲେ । ଏହି ସମୟରେ ହଠାତ କାଳ ବୈଶାଖୀ ପ୍ରଭାବରେ ଘଡ଼ଘଡ଼ି ସହ ବର୍ଷା ହୋଇଥିଲା । ନାଚ ଦେଖିବା ପାଇଁ ପ୍ରବଳ ଜନଗହଳି ହୋଇଥିବାବେଳେ ବର୍ଷାରେ ଓହଳିପଡିଥିବା ବିଦ୍ୟୁତ ତାର ଉଠାଇବାକୁ ଜଣେ ଦଣ୍ଡୁଆ ଯାଇଥିଲେ I ଏହି ସମୟରେ ବିଦ୍ୟୁତ ତାର ସସ୍ପର୍ଶରେ ଆସି ତାଙ୍କର ମୃତ୍ୟୁ ଘଟିଛି ।

ଦୁର୍ଘଟଣା ପରେ ଗ୍ରାମବାସୀ ଏକ ଆମ୍ବୁଲାନ୍ସରେ ତାଙ୍କୁ ଗୁରୁତର ଅବସ୍ଥାରେ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ I ତେବେ ଚିକିତ୍ସିତ ଅବସ୍ଥାରେ ଦଣ୍ଡୁଆଙ୍କର ସେଠାରେ ମୃତ୍ୟୁ ଘଟିଥିଲା । ଖବର ପାଇ ଖଜୁରୀ ପଡା ପୋଲିସ ମେଡ଼ିକାଲରେ ପହଞ୍ଚି ଦୁର୍ଘଟଣା ଜନିତ ଏକ ମୃତ୍ୟୁ ମାମଲା ରୁଜୁ କରି ଦଦନ୍ତ ଜାରି ରଖିଥିବା ଜଣାପଡିଛି ।

Tags: