ମାଡ଼ି ଆସୁଛି ଦାନା ,୩ ଜିଲ୍ଲାରେ ରହିବ ଅଧିକ ପ୍ରଭାବ
ଭୁବନେଶ୍ୱର : ଘଣ୍ଟାପ୍ରତି ୧୦ କିମି ବେଗରେ ଉପକୂଳକୁ ଆସୁଛି ବାତ୍ୟା । ଗତ ୬ ଘଣ୍ଟା ହେଲା ଘଣ୍ଟାପ୍ରତି ୧୦ କିମି ବେଗରେ ଆସୁଛି । ବାତ୍ୟା ବର୍ତ୍ତମାନ ପାରାଦୀପଠାରୁ ୧୫୦ କିମି ଦୂରରେ ରହିଛି, ଧାମରାଠାରୁ ୧୮୦ କିମି, ସାଗରଦ୍ୱୀପଠାରୁ ୨୫୦ କିମି ଦୂରରେ ରହିଛି ବାତ୍ୟା ଦାନା । ପାରାଦୀପ ଡପଲର ରାଡାରରୁ ବାତ୍ୟା ଉପରେ ରହିଛି ନଜର । ୩ ଜିଲ୍ଲା ଉପରେ ରହିବ ‘ଦାନା’ର ଭୀଷଣ ପ୍ରଭାବ । ଆଇମଏଡି […]
ଭୁବନେଶ୍ୱର : ଘଣ୍ଟାପ୍ରତି ୧୦ କିମି ବେଗରେ ଉପକୂଳକୁ ଆସୁଛି ବାତ୍ୟା । ଗତ ୬ ଘଣ୍ଟା ହେଲା ଘଣ୍ଟାପ୍ରତି ୧୦ କିମି ବେଗରେ ଆସୁଛି । ବାତ୍ୟା ବର୍ତ୍ତମାନ ପାରାଦୀପଠାରୁ ୧୫୦ କିମି ଦୂରରେ ରହିଛି, ଧାମରାଠାରୁ ୧୮୦ କିମି, ସାଗରଦ୍ୱୀପଠାରୁ ୨୫୦ କିମି ଦୂରରେ ରହିଛି ବାତ୍ୟା ଦାନା । ପାରାଦୀପ ଡପଲର ରାଡାରରୁ ବାତ୍ୟା ଉପରେ ରହିଛି ନଜର । ୩ ଜିଲ୍ଲା ଉପରେ ରହିବ ‘ଦାନା’ର ଭୀଷଣ ପ୍ରଭାବ । ଆଇମଏଡି ଡିଜିଙ୍କ ଅନୁସାରେ ୩ ଜିଲ୍ଲା କେନ୍ଦ୍ରାପଡା, ଭଦ୍ରକ ଏବଂ ବାଲେଶ୍ୱରରେ ବେଶୀ ପବନ ହେବ । ଉକ୍ତ ୩ ଜିଲ୍ଲାରେ ୧୦୦ରୁ ୧୨୦ କିମି ପବନ ବୋହିପାରେ ।
ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି, ୨୪ ରାତିରୁ ୨୫ ସକାଳ ମଧ୍ୟରେ ବାତ୍ୟା ଲ୍ୟାଣ୍ଡଫଲ୍ କରିବ । ଏହି ସମୟରେ ସମୁଦ୍ରରେ ଉଚ୍ଚ ଜୁଆର ଆସିପାରେ । କେନ୍ଦ୍ରାପଡା, ଭଦ୍ରକ, ବାଲେଶ୍ୱର ଉପକୂଳରେ ଜୁଆର ଆସିବ । ଉକ୍ତ ୩ ଜିଲ୍ଲାରେ ୧ରୁ ୨ ମିଟର ପର୍ଯ୍ୟନ୍ତ ଜୁଆର ଆସିପାରେ । ଜଗତସିଂହପୁର ଜିଲ୍ଲାରେ ୧ ମିଟର ପର୍ଯ୍ୟନ୍ତ ଜୁଆର ଆସିପାରେ । ଉକ୍ତ ଜିଲ୍ଲାରେ ନଦୀ ମଧ୍ୟରେ ମଧ୍ୟ ଜୁଆର ମାଡିଯିବ । ନଦୀରେ ପ୍ରାୟ ୩ କିମି ଉପର ଯାଏଁ ଜୁଆର ଆସିପାରେ ।




