ଦାନ ମାଝୀ ଘଟଣାର ପୁନରାବୃତି,ପତ୍ନୀଙ୍କ ମୃତ ଦେହକୁ ୩୩ କିମି.ବୋହିଲେ ସ୍ୱାମୀ

ପଟାଙ୍ଗୀ : ୬ ବର୍ଷ ପରେ କଳାହାଣ୍ଡିର ଦାନ ମାଝୀ ଘଟଣାର ପୁନରାବୃତି ହୋଇଛି I ପତ୍ନୀଙ୍କ ମୃତ ଦେହକୁ ୩୩ କି.ମି. କାନ୍ଧରେ ବୋହି ଚାଲିଲେ ସ୍ୱାମୀ। ଘଟଣା ଘଟିଛି ଆନ୍ଧ୍ରପ୍ରଦେଶରେ କାର୍ଯ୍ୟରତ ଜଣେ ଓଡ଼ିଆ ଶ୍ରମିକଙ୍କ କ୍ଷେତ୍ରରେ I ପାଖରେ ପଇସା ନଥିବାରୁ ମିଳି ନଥିଲା ଶଵ ବାହକ ଗାଡି I ପତ୍ନୀଙ୍କ ମୃତ ଶରୀର କାନ୍ଧରେ ବୋହି ଚାଲୁଥିବାବେଳେ ଆନ୍ଧ୍ର ପୋଲିସ ନଜରକୁ ଆସିଥିଲା ଘଟଣା । ଆଉ ଆନ୍ଧ୍ର ପୋଲିସ ମାନବିକତା […]

Samaya Live Picture
Published On

ପଟାଙ୍ଗୀ : ୬ ବର୍ଷ ପରେ କଳାହାଣ୍ଡିର ଦାନ ମାଝୀ ଘଟଣାର ପୁନରାବୃତି ହୋଇଛି I ପତ୍ନୀଙ୍କ ମୃତ ଦେହକୁ ୩୩ କି.ମି. କାନ୍ଧରେ ବୋହି ଚାଲିଲେ ସ୍ୱାମୀ। ଘଟଣା ଘଟିଛି ଆନ୍ଧ୍ରପ୍ରଦେଶରେ କାର୍ଯ୍ୟରତ ଜଣେ ଓଡ଼ିଆ ଶ୍ରମିକଙ୍କ କ୍ଷେତ୍ରରେ I ପାଖରେ ପଇସା ନଥିବାରୁ ମିଳି ନଥିଲା ଶଵ ବାହକ ଗାଡି I ପତ୍ନୀଙ୍କ ମୃତ ଶରୀର କାନ୍ଧରେ ବୋହି ଚାଲୁଥିବାବେଳେ ଆନ୍ଧ୍ର ପୋଲିସ ନଜରକୁ ଆସିଥିଲା ଘଟଣା । ଆଉ ଆନ୍ଧ୍ର ପୋଲିସ ମାନବିକତା ଦେଖାଇ ଆମ୍ବୁଲାନ୍ସରେ କୋରାପୁଟ ଜିଲ୍ଲାକୁ ପଠାଇବକୁ ବ୍ୟବସ୍ଥା କରିଥିଲା ।

ସୂଚନା ଅନୁସାରେ, କୋରାପୁଟ ଜିଲ୍ଲା ପଟ୍ଟାଙ୍ଗି ବ୍ଲକ୍‌ର ଗୁରୁ ଓ ତାଙ୍କ ପତ୍ନୀ ବିଶାଖାପାଟଣାରେ ରହି ଶ୍ରମିକ ଭାବେ କାର୍ଯ୍ୟ କରୁଥିଲେ। କିଛି ଦିନ ପୂର୍ବେ ପତ୍ନୀଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ହେବାରୁ ପତ୍ନୀଙ୍କୁ ସାଗରବାଲସା ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରିଥିଲେ ଗୁରୁ । ଚିକିତ୍ସା ସମୟରେ ଗୁରୁଙ୍କ ପାଖରେ ଟଙ୍କା ସରିଯାଇଥିବାବେଳେ ଗତକାଲି ଚିକିତ୍ସାଧୀନ ଅବସ୍ଥାରେ ପତ୍ନୀଙ୍କ ମୃତ୍ୟୁ ଘଟିଥିଲା । ପତ୍ନୀଙ୍କ ଶେଷକୃତ୍ୟ ପାଇଁ ପତ୍ନୀଙ୍କ ମରଶରୀରକୁ ଗାଁକୁ ନେବାକୁ ନିଷ୍ପତ୍ତି ନେଇଥିଲେ। ଏଥିପାଇଁ ସେ ଡାକ୍ତରଖାନା କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିଥିଲେ। ହେଲେ ଡାକ୍ତରଖାନା କର୍ତ୍ତୃପକ୍ଷ ଆଦୌ ସହଯୋଗ କରିନଥିଲେ ବୋଲି ଗୁରୁ ଅଭିଯୋଗ କରିଛନ୍ତି। ଏପରିକି ଡାକ୍ତରଖାନା ପକ୍ଷରୁ ଶବ ନେବା ପାଇଁ ଗାଡ଼ି ଦିଆଯାଇ ନଥିଲା।

ଏହାପରେ ସହାୟତା ପାଇଁ ଘୂରି ବୁଲିବା ସହ ବିଭିନ୍ନ ସ୍ଥାନରେ ଯୋଗାଯୋଗ କରିଥିଲେ। ତଥାପି କେହି ସହାୟତା ପାଇଁ ଆଗେଇ ଆସିନଥିଲେ। ତେଣୁ ସେ ନିଜେ ଡାକ୍ତରଖାନାରୁ ପତ୍ନୀଙ୍କ ଶବ କାନ୍ଧରେ ପକାଇ ଗାଁ ଅଭିମୁଖେ ବାହାରି ପଡ଼ିଥିଲେ। ଜାତୀୟ ରାଜପଥରେ ଚାଲିଚାଲି ଯିବା ମଧ୍ୟରେ ଅନେକ ଲୋକ ଏହି ଅଭାବନୀୟ ଦୃଶ୍ୟ ଦେଖିଥିଲେ। ଚକିତ ହୋଇଥିଲେ ସୁଦ୍ଧା କେହି ସହାୟତା କରିନଥିଲେ। ପ୍ରାୟ ୩୩କିଲୋମିଟର ଚାଲିବା ପରେ ବିଜୟନଗର ନିକଟରେ କିଛି ଲୋକ ଦେଖିବା ପରେ ସ୍ଥାନୀୟ ପୁଲିସକୁ ‌ଖବର ଦେଇଥିଲେ। ପୁଲିସ ପହଞ୍ଚି ଗୁରୁଙ୍କୁ ପଚରାଉଚରା କରିଥିଲା। ଟଙ୍କା ଅଭାବରୁ ଗାଡ଼ି ନପାଇ ପତ୍ନୀଙ୍କ ଶବ କାନ୍ଧେଇ ନେଉଥିବା ଜାଣିବା ପରେ ବିଜୟନଗର ଗ୍ରାମାଞ୍ଚଳ ପୁଲିସ ଏସ୍‌ଆଇ କିରଣ କୁମାର ସହାୟତାର ହାତ ବଢ଼ାଇଥିଲେ। ତୁରନ୍ତ ଗୋଟିଏ ଆମ୍ବୁଲାନ୍ସ ବ୍ୟବସ୍ଥା କରି ଗାଁକୁ ଶବ ପଠାଇବା ବ୍ୟବସ୍ଥା କରିଥିଲେ।

ସୂଚନାନୁସାରେ,ଗତ ୨୦୧୬ ମସିହାରେ କଳାହାଣ୍ଡି ଜିଲ୍ଲାର ଦାନ ମାଝୀ ନିଜ ପଇସା ଅଭାବରୁ ଡାକ୍ତର ଖାନାରୁ ନିଜ ପତ୍ନୀଙ୍କ ମୃତଦେହକୁ ୧୦କିଲୋମିଟର ପର୍ଯ୍ୟନ୍ତ କାନ୍ଧରେ ବୋହି ଚାଲିଥିଲେ I ପଛରେ ଚାଲିଥିଲେ ତାଙ୍କ ଝିଅ I ଏହି ଘଟଣା ସେତେବେଳେ ଜାତୀୟ ଅନ୍ତର୍ଜାତୀୟ ସ୍ତରରେ ବେଶ ଚର୍ଚ୍ଚାକୁ ଆସିଥିଲା I

Tags: