ଡାଲମିଆ ସିମେଣ୍ଟ କାରଖାନା ଦୁର୍ଘଟଣା,୨ ଶ୍ରମିକଙ୍କ ମୃତଦେହ ଉଦ୍ଧାର

ରାଜଗାଙ୍ଗପୁର : ରାଜଗାଙ୍ଗପୁର ଡାଲମିଆ ସିମେଣ୍ଟ କମ୍ପାନିରେ କୋଇଲା ହପର ଭୁଶୁଡ଼ିବା ଘଟଣା। ୩୬ ଘଣ୍ଟା ପରେ ମିଳିଲା ୨ ଶ୍ରମିକଙ୍କ ମୃତଦେହ। ଏବେ ବି ଅନ୍ୟ ଜଣେ ଶ୍ରମିକ ନିଖୋଜ ଥିବା ଜଣାପଡିଛି। ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ପ୍ଲାଣ୍ଟ ସମ୍ମୁଖରେ ପରିବାର ଲୋକଙ୍କ ଧାରଣା ଜାରି ରହିଛି। ବୟଲର୍ ଅପରେଟର ସୁଶାନ୍ତ ରାଉତ, ବୈଷୟିକ କର୍ମଚାରୀ ଦଶରଥ ପାତ୍ର ଓ ରଞ୍ଜିତ ଭୋଳଙ୍କ ପତ୍ତା ମିଳୁନଥିଲା । ଅନ୍ୟମାନଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଥିବାର […]

Samaya Live Picture
Published On

ରାଜଗାଙ୍ଗପୁର : ରାଜଗାଙ୍ଗପୁର ଡାଲମିଆ ସିମେଣ୍ଟ କମ୍ପାନିରେ କୋଇଲା ହପର ଭୁଶୁଡ଼ିବା ଘଟଣା। ୩୬ ଘଣ୍ଟା ପରେ ମିଳିଲା ୨ ଶ୍ରମିକଙ୍କ ମୃତଦେହ। ଏବେ ବି ଅନ୍ୟ ଜଣେ ଶ୍ରମିକ ନିଖୋଜ ଥିବା ଜଣାପଡିଛି। ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ପ୍ଲାଣ୍ଟ ସମ୍ମୁଖରେ ପରିବାର ଲୋକଙ୍କ ଧାରଣା ଜାରି ରହିଛି। ବୟଲର୍ ଅପରେଟର ସୁଶାନ୍ତ ରାଉତ, ବୈଷୟିକ କର୍ମଚାରୀ ଦଶରଥ ପାତ୍ର ଓ ରଞ୍ଜିତ ଭୋଳଙ୍କ ପତ୍ତା ମିଳୁନଥିଲା । ଅନ୍ୟମାନଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଥିବାର କୁହାଯାଉଛି । ତେବେ ଆଜି ଦୁୁଇ ଜଣଙ୍କ ପତ୍ତା ମିଳିଛି ।

ସୂଚନାନୁସାରେ,ଗୁରୁବାର ସନ୍ଧ୍ୟା ପ୍ରାୟ ୫ଟା ୩୦ରେ ଏହି ଦୁର୍ଘଟଣା ଘଟିଥିଲା । ବଙ୍କର୍‌ ତଳେ ଶ୍ରମିକମାନେ କାମ କରୁଥିବାବେଳେ ତାହା ଭାଙ୍ଗି ସେମାନଙ୍କ ଉପରେ ପଡ଼ିଥିଲା । ବଙ୍କର୍‌ କୋଇଲା ଗୁଣ୍ଡରେ ଭର୍ତ୍ତି ହୋଇଥିବାରୁ ସେଥିରେ ଶ୍ରମିକମାନେ ପୋତି ହୋଇଯାଇଥିଲେ। ବହୁ ସମୟ ପର୍ଯ୍ୟନ୍ତ ସେମାନେ କୋଇଲା ତଳେ ଚାପି ହୋଇ ରହିଥିଲେ । ଏହି ଖବର ପରେ କାରଖାନା ଭିତରକୁ କମ୍ପାନୀର ୩ଟି କ୍ରେନ ଓ ୩ଟି ନିଜସ୍ୱ ଆମ୍ବୁଲାନ୍ସ ଯାଇଥିଲା । ୭ଟି ସରକାରୀ ଆମ୍ବୁଲାନ୍ସ ଓ ଅଗ୍ନିଶମ ବିଭାଗର ୧୦ରୁ ଅଧିକ ଗାଡି ମଧ୍ୟ ନିୟୋଜିତ ହୋଇଥିଲେ ।

Tags: