ହାଣ୍ଡିଶାଳରୁ ଉଭାନ ହେବ ଡାଲି

ଭୁବନେଶ୍ୱର : କଥାରେ କହନ୍ତି ମାମୁଁ ଘରେ ଡାଲି ଭାତ I ଭାତ ସାଙ୍ଗରେ ଡାଲି ଖାଇବାକୁ ଡର ଲାଗିଲାଣି I ଏଣିକି ହାଣ୍ଡିଶାଳରୁ ଉଭାନ ହେଇଯିବ ଡାଲି I ଗତ ୬ ମାସ ମଧ୍ୟରେ ୪୦ ଟଙ୍କା ବଢିଛି ଡାଲି ଦର I ଏହା ଖାଉଟିଙ୍କ ପାଇଁ ଚିନ୍ତାର କାରଣ ହୋଇଛି I ଚଳିତ ବର୍ଷ ଦେଶରେ ଡାଲି ଉତ୍ପାଦନ ୧୦ ପ୍ରତିଶତ କମିଛି । ବର୍ତମାନ ଖୋଲା ବଜାରରେ ହରଡ଼ ଡାଲି ମୂଲ୍ୟ କିଲୋ […]

Samaya Live Picture
Published On

ଭୁବନେଶ୍ୱର : କଥାରେ କହନ୍ତି ମାମୁଁ ଘରେ ଡାଲି ଭାତ I ଭାତ ସାଙ୍ଗରେ ଡାଲି ଖାଇବାକୁ ଡର ଲାଗିଲାଣି I ଏଣିକି ହାଣ୍ଡିଶାଳରୁ ଉଭାନ ହେଇଯିବ ଡାଲି I ଗତ ୬ ମାସ ମଧ୍ୟରେ ୪୦ ଟଙ୍କା ବଢିଛି ଡାଲି ଦର I ଏହା ଖାଉଟିଙ୍କ ପାଇଁ ଚିନ୍ତାର କାରଣ ହୋଇଛି I ଚଳିତ ବର୍ଷ ଦେଶରେ ଡାଲି ଉତ୍ପାଦନ ୧୦ ପ୍ରତିଶତ କମିଛି । ବର୍ତମାନ ଖୋଲା ବଜାରରେ ହରଡ଼ ଡାଲି ମୂଲ୍ୟ କିଲୋ ପିଛା ଏବେ ୧୪୦ ଟଙ୍କାରେ ବିକ୍ରି ହେଉଛି। ଅନ୍ୟପଟେ ରାଜ୍ୟ ବାହାରେ ନୂଆ ହରଡ଼ ଡାଲି ଉତ୍ପାଦନକୁ ନେଇ ଏବେଠାରୁ ଆଶଙ୍କା ଦେଖା ଦେଇଥିବାରୁ ବର୍ତ୍ତମାନ ମାଲଗେଦାମରେ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି। ଡାଲି ଭିତରେ ସବୁଠୁ ଅଧିକ ଚାହିଦା ରହିଛି ହରଡ଼ ଡାଲିର। କଟକ ମାଲଗୋଦାମରେ କେବଳ ହରଡ ଡାଲିଣ ଦୈନିକ କାରବାର ୩ କୋଟି ଟଙ୍କାରୁ ଅଧିକ ହୋଇଥାଏ। ଏଭଳି ସ୍ଥିତିରେ ଦର ହୁ ହୁ ହୋଇ ବଢିବା ଉଦବେଗର କାରଣ ହୋଇଛି।

ଗତ ଜାନୁଆରୀ ମାସରେ ଡାଲିର ପାଇକାରୀ ଦର କିଲୋ ପିଛା ୧୦୦ ଟଙ୍କା ଥିଲା ଏହା ଖୋଲା ବଜାରରେ ୧୦୪ ରୁ ୧୧୦ ଟଙ୍କାରେ ବିକ୍ରୀ ହେଉଥିଲା । କ୍ରମେ ପ୍ରତିମାସରେ ୧୦ ରୁ ୧୨ ଟଙ୍କା ବୃଦ୍ଧି ପାଇ ଏବେ ୧୫୦ରେ ପହଞ୍ଚିଛି । ଡାଲି କିଣିବା ବେଳେ ଲୋକଙ୍କୁ ଡର ଲାଗୁଛି। ଯେଉଁ ଲୋକ ଏକ କିଲୋ ଡାଲି ନେଉଥିଲେ ଏବେ ସେମାନେ ଅଧକିଲୋ ନେଉଛନ୍ତି । ଗରିବ ଲୋକ ଡାଲି ଖାଇବା ଭଳି ଦର ହେବା ଆବଶ୍ୟକ । ଡାଲି କିଣିବା ବେଳେ ପ୍ରବଳ ବାଧୁଥିବା କହୁଛନ୍ତି ଗ୍ରାହକ । ଏବେ ଡାଲି କିଣିକି ପିଲାଙ୍କୁ ଖୁଆଇବା ଗରିବଙ୍କ ପାଇଁ ସ୍ବପ୍ନ ହୋଇଯିବ । ଡାଲି ଯେପରି ସବୁ ଶ୍ରେଣୀର ଲୋକ କିଣି ପାରିବେ ସରକାର ସେଭଳି ଦର ନିର୍ଦ୍ଧାରିତ କରିବା ଉଚିତ୍।

Tags: