ବିଦ୍ୟୁତ ସର୍ଟ ସର୍କିଟରୁ ସିଲିଣ୍ଡର ବିସ୍ଫୋରଣ ୩ ଗୁରୁତର

ନୟାଗଡ଼ : ଭାପୁର ତହସିଲ କାର୍ଯ୍ୟାଳୟ ପରିସରରେ ଅଘଟଣ । ବିଦ୍ୟୁତ ସର୍ଟ ସର୍କିଟ ହୋଇ ଏକ ଟେବୁଲ ଫ୍ୟାନ ଜଳିଯିବା ସହ ଘରେ ନିଆଁ ଲାଗିଯାଇଥିଲା । ଏହି ସମୟରେ ଗ୍ୟାସ ସିଲିଣ୍ଡର ବିସ୍ଫୋରଣ ଘଟି ଘରର ଛାତ ଉଡ଼ିଯିବା ସହ ନିଆଁରେ ପୋଡି ହୋଇ ୩ ଜଣଙ୍କର ଅବସ୍ଥା ଗୁରୁତର ହୋଇଛି । ସୂଚନା ଅନୁସାରେ ଗତକାଲି ରାତିରେ ଭାପୁର ତହସିଲ କାର୍ଯ୍ୟାଳୟରେ ମୁଖ୍ୟ କିରାଣୀ କୈଳାସ ଚନ୍ଦ୍ର ଦାସଙ୍କ ସରକାରୀ ବାସଭବନରେ ଘଟିଥିଲା […]

Samaya Live Picture
Published On

ନୟାଗଡ଼ : ଭାପୁର ତହସିଲ କାର୍ଯ୍ୟାଳୟ ପରିସରରେ ଅଘଟଣ । ବିଦ୍ୟୁତ ସର୍ଟ ସର୍କିଟ ହୋଇ ଏକ ଟେବୁଲ ଫ୍ୟାନ ଜଳିଯିବା ସହ ଘରେ ନିଆଁ ଲାଗିଯାଇଥିଲା । ଏହି ସମୟରେ ଗ୍ୟାସ ସିଲିଣ୍ଡର ବିସ୍ଫୋରଣ ଘଟି ଘରର ଛାତ ଉଡ଼ିଯିବା ସହ ନିଆଁରେ ପୋଡି ହୋଇ ୩ ଜଣଙ୍କର ଅବସ୍ଥା ଗୁରୁତର ହୋଇଛି ।

ସୂଚନା ଅନୁସାରେ ଗତକାଲି ରାତିରେ ଭାପୁର ତହସିଲ କାର୍ଯ୍ୟାଳୟରେ ମୁଖ୍ୟ କିରାଣୀ କୈଳାସ ଚନ୍ଦ୍ର ଦାସଙ୍କ ସରକାରୀ ବାସଭବନରେ ଘଟିଥିଲା ଅଘଟଣ । ଘରେ ସ୍ତ୍ରୀ, ୩ ପିଲା ଓ ମା’ଶୋଇଥିଲେ । ତେବେ ରାତି ଅଧ ବେଳକୁ ହଠାତ ମା’ ଶୋଇଥିବା ରୁମରେ ଥିବା ଟେବୁଲ ଫ୍ୟାନ ବିଦ୍ୟୁତ୍‌ ସର୍ଟ ସର୍କିଟ ହୋଇ ନିଆଁ ଲାଗି ଯାଇଥିଲା। ଆଖି ପିଛୁଳାକେ ଚାରିଆଡେ ନିଆଁ ବ୍ୟାପିଥିଲା। ଏହି ସମୟରେ ରୋଷେଇ ଘରେ ଥିବା ଗ୍ୟାସ ସିଲିଣ୍ଡର ନିଆଁ ଲାଗି ବଡ ବିସ୍ଫୋରଣ ଘଟିଥିଲା । ଏଥିରେ ଘର ଆଜବେଷ୍ଟ ଉଡ଼ି ଯାଇଥିବାବେଳେ ନିଆଁରେ କୈଳାସ ଚନ୍ଦ୍ରଙ୍କ ସହିତ ତାଙ୍କ ପତ୍ନୀ ଏବଂ ମା’ ମଧ୍ୟ ପୋଡ଼ିଯାଇଥିଲେ । ଘଟଣାସ୍ଥଳରୁ ସ୍ଥାନୀୟ ଲୋକେ ସେମାନଙ୍କୁ ଉଦ୍ଧାର କରି ଭାପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଛନ୍ତି। ଖବର ପାଇ ଭାପୁର ଅଗ୍ନିଶମ ବାହିନୀ ନିଆଁକୁ ଆୟତ୍ତ କରିଛନ୍ତି। ଅଗ୍ନିକାଣ୍ଡରେ କ୍ୱାର୍ଟର୍ସରେ ଥିବା ସମସ୍ତ ସାମଗ୍ରୀ ଜଳି ଯାଇଛି। ଘଟଣା ସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Tags: