ଓଡିଶା ଛୁଇଁବ ନାହିଁ ବାତ୍ୟା ‘ସିତ୍ରାଙ୍ଗ’
ଭୁବନେଶ୍ୱର : ଓଡିଶାରୁ ଟଳିଲା ବାତ୍ୟା ସମ୍ଭାବନା I ସମ୍ଭାବ୍ୟ ବାତ୍ୟା ‘ସିତ୍ରାଙ୍ଗ’ ଓଡ଼ିଶାରେ ସ୍ଥଳ ଭାଗ ଛୁଇଁବ ନାହିଁ। ଓଡ଼ିଶା ଉପକୂଳ କେନ୍ଦ୍ରାପଡା ରୁ ଦିଘା ପଟେ ହୋଇ ପଶ୍ଚିମବଙ୍ଗ-ବାଂଲାଦେଶ ଆଡ଼କୁ ମୁହାଁଇବ। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଟ୍ୱିଟ୍ କରି ଏହି ସୂଚନା ଦିଆଯାଇଛି। ତେବେ ଆଜି ପୂର୍ବାହ୍ନରେ ବଙ୍ଗୋପସାଗର ଅନ୍ତର୍ଗତ ଆଣ୍ଡାମାନ ସାଗର ଓ ତତ୍ସଂଲଗ୍ନ ଜଳରାଶି ଉପରେ ସୃଷ୍ଟ ଲଘୁଚାପ ସମ୍ପୃକ୍ତ ଅଞ୍ଚଳରେ ରହିଛି ବୋଲି ଭାରତୀୟ ପାଣିପାଗ ବିଭାଗ […]
ଭୁବନେଶ୍ୱର : ଓଡିଶାରୁ ଟଳିଲା ବାତ୍ୟା ସମ୍ଭାବନା I ସମ୍ଭାବ୍ୟ ବାତ୍ୟା ‘ସିତ୍ରାଙ୍ଗ’ ଓଡ଼ିଶାରେ ସ୍ଥଳ ଭାଗ ଛୁଇଁବ ନାହିଁ। ଓଡ଼ିଶା ଉପକୂଳ କେନ୍ଦ୍ରାପଡା ରୁ ଦିଘା ପଟେ ହୋଇ ପଶ୍ଚିମବଙ୍ଗ-ବାଂଲାଦେଶ ଆଡ଼କୁ ମୁହାଁଇବ। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଟ୍ୱିଟ୍ କରି ଏହି ସୂଚନା ଦିଆଯାଇଛି। ତେବେ ଆଜି ପୂର୍ବାହ୍ନରେ ବଙ୍ଗୋପସାଗର ଅନ୍ତର୍ଗତ ଆଣ୍ଡାମାନ ସାଗର ଓ ତତ୍ସଂଲଗ୍ନ ଜଳରାଶି ଉପରେ ସୃଷ୍ଟ ଲଘୁଚାପ ସମ୍ପୃକ୍ତ ଅଞ୍ଚଳରେ ରହିଛି ବୋଲି ଭାରତୀୟ ପାଣିପାଗ ବିଭାଗ ସୂଚନା ଦେଇଛି I
ସୂଚନାନୁସାରେ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରେ ସୃଷ୍ଟ ଘୂର୍ଣ୍ଣିବଳୟ ୨୨ ତାରିଖ ସୁଦ୍ଧା ଅବପାତରେ ପରିଣତ ହୋଇପାରେ । ପରବର୍ତ୍ତୀ ୪୮ ଘଣ୍ଟା ମଧ୍ୟରେ ବାତ୍ୟା ରୂପ ନେବା ଆଶଙ୍କା ରହିଛି। ଏହା ପଶ୍ଚିମ ଉତ୍ତର ପଶ୍ଚମ ଆଡ଼କୁ ଗତି କରିବାର ସମ୍ଭାବନା ରହିଛି। ଏହା ପରେ ୨୪ ତାରିଖ ଆଡ଼କୁ ଏହା ପୁଣି ଉତ୍ତର ଦିଗକୁ ଗତି କରି ପଶ୍ଚିମ କେନ୍ଦ୍ରୀୟ ଅଞ୍ଚଳରେ ଘନୀଭୂତ ହୋଇପାରେ। ଏହାର ପ୍ରଭାବରେ ଓଡ଼ିଶାରେ ୨୪ ଓ ୨୫ରେ ଉପକୂଳ ଅଞ୍ଚଳରେ ବର୍ଷା ହେବ । କିଛି ଜାଗାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ ଓଡ଼ିଶା ଉପକୂଳରେ ୨୩ରୁ ସମୁଦ୍ର ଅଶାନ୍ତ ରହିବ । ୨୩ରେ ଓଡ଼ିଶା ଉପକୂଳ ସମୁଦ୍ରରେ ୪୦ରୁ ୫୦ କିମି ପବନ ବହିପାରେ । ଓଡ଼ିଶା ଉପରେ ସିଧା ମାଡ଼ ହେଉନଥିବାରୁ ପବନ ଓ ବର୍ଷା ବେଶି ହେବନି ବୋଲି କହିଛନ୍ତି IMD ଡିଜି ।




