ଆସୁଛି ବାତ୍ୟା ‘ରେମଲ’,ଓଡିଶା ଉପରେ ନାହିଁ ପ୍ରଭାବ

ଭୁବନେଶ୍ୱର : ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା ‘ରେମଲ’ I ସୁଦୃଶ୍ୟ ଲଘୁଚାପ ଆଜି କେନ୍ଦ୍ରୀୟ ବଙ୍ଗୋପସାଗରରେ ଡିପ୍ରେସନରେ ପରିଣତ ହେବ I ଉତ୍ତର ପୂର୍ବ ଦିଗରେ ଗତିକରି ଆହୁରି ଅଧିକ ଶକ୍ତିଶାଳୀ ହେବ I କାଲି ସକାଳ ବେଳକୁ ଏହା ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଅଧିକ ଶକ୍ତିଶାଳୀ ହୋଇ ବାତ୍ୟାରେ ପରିଣତ ହେବ I ବାତ୍ୟାର ପରିଣତ ହେବାପରେ ଏହା ଉତ୍ତର ଦିଗରେ ଗତି କରିବ I ବର୍ତ୍ତମାନ ସୁଦ୍ଧା ଲଘୁଚାପଟି କ୍ରମେ ଉତ୍ତରପୂର୍ବ ଦିଗରେ […]

Samaya Live Picture
Published On

ଭୁବନେଶ୍ୱର : ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା ‘ରେମଲ’ I ସୁଦୃଶ୍ୟ ଲଘୁଚାପ ଆଜି କେନ୍ଦ୍ରୀୟ ବଙ୍ଗୋପସାଗରରେ ଡିପ୍ରେସନରେ ପରିଣତ ହେବ I ଉତ୍ତର ପୂର୍ବ ଦିଗରେ ଗତିକରି ଆହୁରି ଅଧିକ ଶକ୍ତିଶାଳୀ ହେବ I କାଲି ସକାଳ ବେଳକୁ ଏହା ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଅଧିକ ଶକ୍ତିଶାଳୀ ହୋଇ ବାତ୍ୟାରେ ପରିଣତ ହେବ I ବାତ୍ୟାର ପରିଣତ ହେବାପରେ ଏହା ଉତ୍ତର ଦିଗରେ ଗତି କରିବ I

ବର୍ତ୍ତମାନ ସୁଦ୍ଧା ଲଘୁଚାପଟି କ୍ରମେ ଉତ୍ତରପୂର୍ବ ଦିଗରେ ଗତି କରି ବାଂଲାଦେଶ ଖେପୁପରା ଉପକୂଳରୁ ୮୦୦ କିଲୋମିଟର ଦକ୍ଷିଣ-ଦକ୍ଷିଣ ପଶ୍ଚିମ ଓ ପଶ୍ଚିମବଙ୍ଗ ଉପକୂଳରୁ ୮୧୦ କିଲୋମିଟର ଦକ୍ଷିଣରେ କେନ୍ଦ୍ରୀଭୂତ ରହିଛି। ତେବେ ବାତ୍ୟା ରେମଲ ୨୬ ତାରିଖ ମଧ୍ୟରାତ୍ରିରେ ଲ୍ୟାଣ୍ଡଫଲ କରିବ ବୋଲି ସୂଚନା ଦେଇଛି ପାଣିପାଗ ବିଭାଗ I ଫଳରେ ଏହାର ପ୍ରଭାବରେ ୨୫,୨୬,୨୭ ଉତ୍ତର ଉପକୂଳ ଜିଲ୍ଲାର କେତେକ ସ୍ଥାନରେ ଭୀଷଣ ବର୍ଷା ହେବାର ସମ୍ଭାବନା ରହିଛି I ପ୍ରବଳରୁ ଅତି ପ୍ରବଳ ବର୍ଷା ପାଇଁ ୨୫ ତାରିଖରୁ ୨୭ ତାରିଖ ଯାଏଁ ବାଲେଶ୍ୱର,ଭଦ୍ରକ,କେନ୍ଦ୍ରାପଡା ଏବଂ ମୟୁରଭଞ୍ଜ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି ହୋଇଛି I ଏହି ସମୟରେ ସମୁଦ୍ର ଅଶାନ୍ତ ଥିବାରୁ ମତ୍ସ୍ୟଜୀବୀ ମାନଙ୍କୁ ସମୁଦ୍ର ବାରଣ କରାଯାଇଛି I ଅନ୍ୟପଟେ ଗତ ୨ ଦିନ ହେବ ରାଜ୍ୟର କେତେକ ଜିଲ୍ଲାରେ ପାଗ ଆଂଶିକ ମେଘୁଆ ରହୁଥିବାବେଳେ ଆଜି ସକାଳେ ରାଜଧାନୀ ଭୁବନେଶ୍ୱର ସମେତ ଏହାର ଆଖପାଖ ଅଞ୍ଚଳରେ ଝଡି ବର୍ଷା ଆରମ୍ଭ ହୋଇଛି I

Tags: