ଆନ୍ଧ୍ର ଉପକୂଳମୁହାଁ ବାତ୍ୟା ‘ମୋନ୍ଥା’,ପାରାଦୀପରେ ସତର୍କ ସୂଚନା ଜାରି

ଭୁବନେଶ୍ୱର : ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା ‘ମୋନ୍ଥା’ । କେଉଁଠି ଅତିକ୍ରମ କରିବ, କେତେ ବେଗରେ ମାଡ ହେବ, ଅଧିକ ସ୍ପଷ୍ଟ କରିଛି IMD। ବଙ୍ଗୋପସଗାରରେ ସ୍ପଷ୍ଟ ଚିହ୍ନିତ ଲଘୁଚାପ ଆଜି ଅବପାତର ରୂପ ନେବ । ୨୬ତାରିଖରେ ଗଭୀର ଅବପାତରେ ପରିଣତ ହେବା ପରେ ୨୭ତାରିଖରେ ବାତ୍ୟାରେ ପରିଣତ ହେବ । ହେଲେ ଏହି ବାତ୍ୟା ଓଡ଼ିଶାରେ କୌଣସି କ୍ଷତି ପହଞ୍ଚାଇବ ନାହିଁ । ଏହା ଏବେ ଗୋପାଳପୁରଠାରୁ ଦକ୍ଷିଣ-ଦକ୍ଷିଣପୂର୍ବ ଦିଗରେ ୧୦୪୦କିମି ଏବଂ […]

ଆନ୍ଧ୍ର ଉପକୂଳମୁହାଁ ବାତ୍ୟା ‘ମୋନ୍ଥା’,ପାରାଦୀପରେ ସତର୍କ ସୂଚନା ଜାରି
Samaya Live Picture
Published On

ଭୁବନେଶ୍ୱର : ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା ‘ମୋନ୍ଥା’ । କେଉଁଠି ଅତିକ୍ରମ କରିବ, କେତେ ବେଗରେ ମାଡ ହେବ, ଅଧିକ ସ୍ପଷ୍ଟ କରିଛି IMD। ବଙ୍ଗୋପସଗାରରେ ସ୍ପଷ୍ଟ ଚିହ୍ନିତ ଲଘୁଚାପ ଆଜି ଅବପାତର ରୂପ ନେବ । ୨୬ତାରିଖରେ ଗଭୀର ଅବପାତରେ ପରିଣତ ହେବା ପରେ ୨୭ତାରିଖରେ ବାତ୍ୟାରେ ପରିଣତ ହେବ । ହେଲେ ଏହି ବାତ୍ୟା ଓଡ଼ିଶାରେ କୌଣସି କ୍ଷତି ପହଞ୍ଚାଇବ ନାହିଁ । ଏହା ଏବେ ଗୋପାଳପୁରଠାରୁ ଦକ୍ଷିଣ-ଦକ୍ଷିଣପୂର୍ବ ଦିଗରେ ୧୦୪୦କିମି ଏବଂ ବିଶାଖାପାଟନମ ଠାରୁ ଦକ୍ଷିଣପୂର୍ବ ଦିଗରେ ୯୯୦କିମି ଦୂରରେ କେନ୍ଦ୍ରୀଭୂତ ରହିଛି ।

ସମ୍ଭାବ୍ୟ ବାତ୍ୟାକୁ ନେଇ ପାରାଦୀପରେ ସତର୍କ ସୂଚନା ଜାରି କରାଯାଇଛି। ମତ୍ସ୍ୟ ବିଭାଗ ଓ ସାମୁଦ୍ରିକ ପୁଲିସ ପକ୍ଷରୁ ମାଇକ୍ ଦ୍ଵାରା ଲୋକମାନଙ୍କୁ ସତର୍କ କରାଯାଇଛି। ନେହେରୁ ବଙ୍ଗଳା,ଫିସିଂ ହାର୍ବର,ଅଠରବାଙ୍କି ଏବଂ ଷଣ୍ଢକୁଦରେ ପ୍ରଚାର କରାଯାଉଛି। ନୂଆବଜାର, ଚୌମୁହାଣି ଅଞ୍ଚଳରେ ବି ମାଇକ୍ ଦ୍ଵାରା ପ୍ରଚାର କରାଯାଉଛି। ୨୯ ତାରିଖ ଯାଏଁ ମତ୍ସ୍ୟଜୀବୀ ମାନଙ୍କୁ ସମୁଦ୍ର ମଧ୍ୟକୁ ଯିବାକୁ ବାରଣ କରାଯାଇଛି। ଏବଂ ଯେଉଁମାନେ ସମୁଦ୍ରରେ ଅଛନ୍ତି, ସେମାନଙ୍କୁ ତୁରନ୍ତ କୂଳକୁ ଫେରି ଆସିବାକୁ ଅପିଲ କରାଯାଇଛି।

ସେପଟେ,ରାଜ୍ୟ ଜଳସମ୍ପଦ ବିଭାଗର ସମ୍ଭାବ୍ୟ ବାତ୍ୟା ପ୍ରସ୍ତୁତି କରାଯାଉଛି । ସମ୍ଭାବ୍ୟ ବାତ୍ୟା ଜନିତ ବର୍ଷାକୁ ଦୃଷ୍ଟିରେ ରଖି ଜଳସମ୍ପଦ ବିଭାଗ ପକ୍ଷରୁ ପ୍ରସ୍ତୁତି ନେଇ ସମୀକ୍ଷା କରାଯାଇଛି । ଜଳସମ୍ପଦ ବିଭାଗର ପ୍ରସ୍ତୁତି ନେଇ ଏକ ସମୀକ୍ଷା ବୈଠକ ହୋଇଛି । ବିଭିନ୍ନ ଅବବାହିକାରେ ଥିବା ଜଳଭଣ୍ଡାର ସ୍ଥିତିକୁ ଅନୁଧ୍ୟାନ କରାଯାଉଛି । ସ୍ଥିତି ଦେଖି ସମସ୍ତ ଅଧିକାରୀ ଓ ଯନ୍ତ୍ରୀଙ୍କୁ ସତର୍କ ରହି କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

Tags: