ବାତ୍ୟା ‘ମିଗଜମ’,୫ରେ ନେବ ଭୀଷଣ ରୂପ
ଭୁବନେଶ୍ୱର : ଡିସେମ୍ବର ପ୍ରଥମ ସପ୍ତାହରେ ଆସୁଛି ଆଉ ଏକ ବାତ୍ୟା I ଆନ୍ଧ୍ର ଉପକୂଳ ମାଛଲିପଟ୍ଟନମ ଉତ୍ତରରେ ବାତ୍ୟା ‘ମିଗଜମ’ସ୍ଥଳଭାଗ ଅତିକ୍ରମ କରିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ I ଆସନ୍ନ ବାତ୍ୟାକୁ ନେଇ ଭୟଭୀତ ହେଲେଣି ଓଡ଼ିଶାବାସୀ । ଗତକାଲି ବାତ୍ୟା ନେଇ ଆଲର୍ଟ ଜାରି କରିଥିଲା ପାଣିପାଗ ବିଭାଗ । ଆଉ ବାତ୍ୟା ଆସୁଥିବାରୁ ୫ ଜିଲ୍ଲାର ଫିଲ୍ଢ ଅଫିସରଙ୍କର ଛୁଟି ବାତିଲ କଲେ ରାଜ୍ୟ ସରକାର। ବଙ୍ଗୋପସାଗରରେ ସୃଷ୍ଟ ବାତ୍ୟା […]
ଭୁବନେଶ୍ୱର : ଡିସେମ୍ବର ପ୍ରଥମ ସପ୍ତାହରେ ଆସୁଛି ଆଉ ଏକ ବାତ୍ୟା I ଆନ୍ଧ୍ର ଉପକୂଳ ମାଛଲିପଟ୍ଟନମ ଉତ୍ତରରେ ବାତ୍ୟା ‘ମିଗଜମ’ସ୍ଥଳଭାଗ ଅତିକ୍ରମ କରିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ I ଆସନ୍ନ ବାତ୍ୟାକୁ ନେଇ ଭୟଭୀତ ହେଲେଣି ଓଡ଼ିଶାବାସୀ । ଗତକାଲି ବାତ୍ୟା ନେଇ ଆଲର୍ଟ ଜାରି କରିଥିଲା ପାଣିପାଗ ବିଭାଗ । ଆଉ ବାତ୍ୟା ଆସୁଥିବାରୁ ୫ ଜିଲ୍ଲାର ଫିଲ୍ଢ ଅଫିସରଙ୍କର ଛୁଟି ବାତିଲ କଲେ ରାଜ୍ୟ ସରକାର। ବଙ୍ଗୋପସାଗରରେ ସୃଷ୍ଟ ବାତ୍ୟା ପ୍ରଭାବରେ ୭ ତାରିଖ ପର୍ଯ୍ୟନ୍ତ ଓଡ଼ିଶାରେ ହୋଇପାରେ ପ୍ରବଳରୁ ଅତିପ୍ରବଳ ବର୍ଷା । ବିଶେଷକରି ୫ ରୁ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ପାଣିପାଗ ବିଭାଗର ପୂର୍ବନୁମାନ ଅନୁସାରେ,ଦକ୍ଷିଣ ଓଡିଶାରେ ପଡିବ ବାତ୍ୟାର ବିଶେଷ ପ୍ରଭାବ । ଗଞ୍ଜାମ, ଗଜପତି, ରାୟଗଡା,କୋରାପୁଟ,ମାଲକାନଗିରି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।
ମିଳିଥିବା ସୂଚନା ଅନୁସାରେ, ଗଭୀର ସମୁଦ୍ର ଭିତରେ ଅବପାତ ଘଂଟାପ୍ରତି ୧୮ କି.ମି ବେଗରେ ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତି କରୁଛି । ଅବପାତ ଆଗାମୀ ୨୪ଘଣ୍ଟା ମଧ୍ୟରେ ଆହୁରି ଘନୀଭୂତ ହୋଇ ବାତ୍ୟାରେ ପରିଣତ ହେବାର ସମ୍ଭାବନା ରହିଛି । ବାତ୍ୟା ରୂପ ନେବା ପରେ ସୋମବାର ଦକ୍ଷିଣ ଆନ୍ଧ୍ର ଓ ଉତ୍ତର ତାମିଲନାଡୁ ଉପକୂଳ ନିକଟରେ କେନ୍ଦ୍ରୀଭୂତ ହେବ ।
ବାତ୍ୟାକୁ ନେଇ ପାଣିପାଗ ବିଭାଗ ଦେଇଥିବା ଅପଡେଟ୍ ରିପୋର୍ଟ ଅନୁସାରେ,୪ ତାରିଖ ସନ୍ଧ୍ୟାଠୁ ଓଡିଶା ଉପକୂଳ ଓ ଏହାର ଆଖପାଖ ଅଞ୍ଚଳରେ ପବନର ବେଗ ୩୫ କି.ମି ପର୍ଯ୍ୟନ୍ତ ରହିବ । ବେଳେ ପବନର ବେଗ ୬୦ କି.ମି ହୋଇପାରେ । ତେବେ ଏବେ ଗଭୀର ଅବପାତ ପୁଡୁଚେରୀଠାରୁ ୪୪୦, ଚେନ୍ନାଇଠାରୁ ୪୫୦ କିମି ଦୂରରେ କେନ୍ଦ୍ରୀଭୂତ ରହିଛି । ଗୁରୁତ୍ଵପୂର୍ଣ୍ଣ କଥା ହେଲା ବାତ୍ୟା ସ୍ଥଳଭାଗ ଛୁଇଁବା ବେଳେ ସର୍ବାଧିକ୧୦୦ କି.ମି ବେଗରେ ପବନ ବୋହିନା ନେଇ ଆକଳନ ହୋଇଛି ।
ସମ୍ଭାବ୍ୟ ବାତ୍ୟାକୁ ନେଇ ଗଜପତି ଜିଲ୍ଲାରେ ଜୋରଦାର ଚାଲିଛି ବାତ୍ୟା ପ୍ରସ୍ତୁତି । ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଆଜି ସକାଳେ ବସିଛି ବୈଠକ । ଏଥିରେ ସମସ୍ତ ବିଡିଓ, ତହସିଲଦାର, ଥାନା ଅଧିକାରୀଙ୍କ ସହ ଆଲୋଚନା କରି ଏକ ଟିମ୍ ହୋଇ କାମ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ । ଜଳସେଚନ, କୃଷି, ପାନୀୟ ଜଳ ଯୋଗାଣ ଏବଂ ଯୋଗାଣ ଆଦି ବିଭାଗୀୟ ଅଧିକାରୀଙ୍କ ସହ ମଧ୍ୟ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇ ସେମାନଙ୍କୁ ମଧ୍ୟ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ୫ ତାରିଖ ସନ୍ଧ୍ୟା ବେଳକୁ ଗଜପତି ଜିଲାରେ ବର୍ଷା ଆରମ୍ଭ ହେବା ସମ୍ଭାବନା ରହିଛି ।




