ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ମିଧିଲି’
ଭୁବନେଶ୍ୱର : ବଙ୍ଗୋପସାଗରରେ ବାତ୍ୟା । ଗଭୀର ଅବପାତ ଆଜି ନେଇଛି ବାତ୍ୟା‘ମିଧିଲି’ର ରୂପ । ବାତ୍ୟା ମିଧିଲି ଏବେ ବଙ୍ଗୋପସାଗରରେ ଉତ୍ତର ଉତ୍ତର ପୂର୍ବ ଦିଗରେ ଗତି କରୁଛି। ଘଣ୍ଟା ପ୍ରତି୨୦ କିଲୋମିଟର ବେଗରେ ବାଂଲାଦେଶ ଉପକୂଳ ମୁହାଁ ହେଉଛି ମିଧିଲି। ଏବେ ପାରାଦୀପ ଉପକୂଳରୁ ୧୯୦ କିଲୋମିଟର ପୂର୍ବ ଓ ୨୦୦ କିଲୋମିଟର ଦକ୍ଷିଣ ଦକ୍ଷିଣ ପୂର୍ବରେ କେନ୍ଦ୍ରୀଭୂତ ଅଛି ବାତ୍ୟା। ଓଡ଼ିଶା ଉପରେ ବାତ୍ୟାର କୌଣସି ସିଧାସଳଖ ପ୍ରଭାବ ନାହିଁ ବୋଲି ଆଇଏମଡି […]
ଭୁବନେଶ୍ୱର : ବଙ୍ଗୋପସାଗରରେ ବାତ୍ୟା । ଗଭୀର ଅବପାତ ଆଜି ନେଇଛି ବାତ୍ୟା‘ମିଧିଲି’ର ରୂପ । ବାତ୍ୟା ମିଧିଲି ଏବେ ବଙ୍ଗୋପସାଗରରେ ଉତ୍ତର ଉତ୍ତର ପୂର୍ବ ଦିଗରେ ଗତି କରୁଛି। ଘଣ୍ଟା ପ୍ରତି୨୦ କିଲୋମିଟର ବେଗରେ ବାଂଲାଦେଶ ଉପକୂଳ ମୁହାଁ ହେଉଛି ମିଧିଲି। ଏବେ ପାରାଦୀପ ଉପକୂଳରୁ ୧୯୦ କିଲୋମିଟର ପୂର୍ବ ଓ ୨୦୦ କିଲୋମିଟର ଦକ୍ଷିଣ ଦକ୍ଷିଣ ପୂର୍ବରେ କେନ୍ଦ୍ରୀଭୂତ ଅଛି ବାତ୍ୟା। ଓଡ଼ିଶା ଉପରେ ବାତ୍ୟାର କୌଣସି ସିଧାସଳଖ ପ୍ରଭାବ ନାହିଁ ବୋଲି ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି ।
ବିଳମ୍ଵିତ ରାତି କିମ୍ଵା ଭୋର ସୁଦ୍ଧା ବାଙ୍ଗଲାଦେଶ ଖେପୁପରା ଉପକୂଳ ଛୁଇଁବ ବାତ୍ୟା। ଏହି ସମୟରେ ଘଣ୍ଟା ପ୍ରତି ୬୦ ରୁ ୭୦ କିମି ବେଗରେ ପବନ ବୋହିବ। ପ୍ରଭାବରେ ଉପକୂଳ ଓଡ଼ିଶା ସହ ଉତ୍ତର ଓଡ଼଼ିଶାର କିଛି ଜିଲ୍ଲାରେ କେବଳ ହାଲୁକା ବର୍ଷା ହେବ । ଆଜି ବାଲେଶ୍ବର,ଭଦ୍ରକ,ମୟୂରଭଞ୍ଜ,କେନ୍ଦୁଝର,ଯାଜପୁର ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି । ଏହି ସମୟରେ ସମୁଦ୍ର ଅଶାନ୍ତ ରହୁଥିବାରୁ ୧୮ ତାରିଖ ପର୍ଯ୍ୟନ୍ତ ସମୁଦ୍ର ଭିତରକୁ ମତ୍ସ୍ୟଜୀବୀଙ୍କୁ ବାରଣ କରାଯାଇଛି।




