ଉତ୍ତର-ବଙ୍ଗୋପସାଗରରେ ଘୁର୍ଣ୍ଣି ବଳୟ ସମ୍ଭାବନା ,୧୧ ଯାଏଁ ହୋଇପାରେ ବର୍ଷା
ଭୁବନେଶ୍ବର: ଉତ୍ତର-ବଙ୍ଗୋପସାଗରରେ ଘୁର୍ଣ୍ଣି ବଳୟ ସମ୍ଭାବନା। ଆସନ୍ତାକାଲି ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ । ଯାହା ଘନୀଭୂତ ହୋଇ ଲଘୁଚାପରେ ପରିଣତ ହେବାର ସମ୍ଭାବନା ରହିଛି । ପ୍ରଭାବରେ ଆସନ୍ତା ୧୧ ତାରିଖ ଯାଏଁ ରାଜ୍ୟରେ ବର୍ଷା ହୋଇପାରେ । ଏନେଇ ଭୁବନେଶ୍ବର ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି । ପାଣିପାଗ କେନ୍ଦ୍ରର ପୂର୍ବାନୁମାନ ଅନୁସାରେ , ଉତ୍ତର ଉପକୂଳ ଓଡ଼ିଶା, ଆଭ୍ୟନ୍ତରୀଣ ଓଡ଼ିଶା, ତେଲଙ୍ଗାନା ଏବଂ ଦକ୍ଷିଣ ଛତିଶଗଡ଼ରେ ଏକ ନିମ୍ନଚାପରେଖା ସକ୍ରିୟ […]
ଭୁବନେଶ୍ବର: ଉତ୍ତର-ବଙ୍ଗୋପସାଗରରେ ଘୁର୍ଣ୍ଣି ବଳୟ ସମ୍ଭାବନା। ଆସନ୍ତାକାଲି ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ । ଯାହା ଘନୀଭୂତ ହୋଇ ଲଘୁଚାପରେ ପରିଣତ ହେବାର ସମ୍ଭାବନା ରହିଛି । ପ୍ରଭାବରେ ଆସନ୍ତା ୧୧ ତାରିଖ ଯାଏଁ ରାଜ୍ୟରେ ବର୍ଷା ହୋଇପାରେ । ଏନେଇ ଭୁବନେଶ୍ବର ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି ।
ପାଣିପାଗ କେନ୍ଦ୍ରର ପୂର୍ବାନୁମାନ ଅନୁସାରେ , ଉତ୍ତର ଉପକୂଳ ଓଡ଼ିଶା, ଆଭ୍ୟନ୍ତରୀଣ ଓଡ଼ିଶା, ତେଲଙ୍ଗାନା ଏବଂ ଦକ୍ଷିଣ ଛତିଶଗଡ଼ରେ ଏକ ନିମ୍ନଚାପରେଖା ସକ୍ରିୟ ରହିଛି। ଉତ୍ତର-ପୂର୍ବ ଝାଡ଼ଖଣ୍ଡ ଏବଂ ଏହାର ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ଅଛି। ଏହାର ପ୍ରଭାବରେ ଆସନ୍ତା ୩ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଅଞ୍ଚଳରେ ବିଜୁଳି ଘଡ଼ଘଡ଼ି ସହିତ ବର୍ଷାର ସମ୍ଭାବନା ରହିଛି।
ଆଜି ରାଜ୍ୟର ବିଭିନ୍ନ ଅଞ୍ଚଳରେ ବଜ୍ରପାତ ସହିତ ବର୍ଷା ହୋଇଛି। ଦିନ ସାଢେ ୧୨ ଟା ରୁ ଅପରାହ୍ନ ୩ ଟା ଯାଏଁ ଭୁବନେଶ୍ୱରରେ ମଧ୍ୟ ଖୁବ ଜୋରରେ ଘଡଘଡି ସହ ପ୍ରବଳ ବର୍ଷା ହୋଇଛି । ସକାଳେ ପାଗ ସାମାନ୍ୟ ରହିଥିବାବେଳେ ୧୨ ଟା ବେଳକୁ ହଠାତ ଭୁବନେଶର ଆକାଶରେ କଳାହାଣ୍ଡିଆ ମେଘ ଘୋଟି ଆସିଥିଲା । ଏହା ପରେ ବିଜୁଳି ଘଡଘଡି ପବନ ସହ କଚଡ଼ା ବର୍ଷା ହୋଇ ରାସ୍ତାରେ ଅଂଟାଏ ଲେଖା ପାଣି ଲହଡ଼ି ଭାଙ୍ଗିଥିଲା । ପ୍ରବଳ ବର୍ଷା ଯୋଗୁଁ ବିଭିନ୍ନ ସ୍ଥାନରେ ଟ୍ରାଫିକ ସମସ୍ୟା ଦେଖାଦେଇଛି । ତେବେ ଦିନ ୩ ଟା ବେଳକୁ ବର୍ଷା ପୁରା କମିଯାଇଥିଲେ ଆକାଶରେ ମେଘ ଘୋଟି ହୋଇ ରହିଛି ।




