ଆସନ୍ତା ସପ୍ତାହରେ ଦକ୍ଷିଣ ବଙ୍ଗୋପସାଗରରେ ଘୁର୍ଣ୍ଣିବଳୟ ସମ୍ଭାବନା !
ଭୁବନେଶ୍ୱର : ଆସନ୍ତା ୫ ତାରିଖ ବେଳକୁ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ । ଧିରେ ଧିରେ ଏହା ଅଧିକ ଘନୀଭୂତ ହୋଇ ୭ ତାରିଖ ବେଳକୁ ଅବପାତରେ ପରିଣତ ହେବେ। ଅବପାତଟି ବାତ୍ୟାରେ ପରିଣତ ହେବାର ସମ୍ଭାବନା କମ୍ ଥିବା ବେଳେ ପଶ୍ଚିମ ଦିଗକୁ ଗତି କରି ତାମିଲନାଡୁ ଉପକୂଳରେ ପହଞ୍ଚିବ। ପ୍ରଭାବରେ ୭ରୁ ୧୧ ତାରିଖ ମଧ୍ୟରେ ତାମିଲନାଡୁ, ରାୟଲସୀମା ଓ କେରଳ ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ। ଓଡି଼ଶା […]
ଭୁବନେଶ୍ୱର : ଆସନ୍ତା ୫ ତାରିଖ ବେଳକୁ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ । ଧିରେ ଧିରେ ଏହା ଅଧିକ ଘନୀଭୂତ ହୋଇ ୭ ତାରିଖ ବେଳକୁ ଅବପାତରେ ପରିଣତ ହେବେ। ଅବପାତଟି ବାତ୍ୟାରେ ପରିଣତ ହେବାର ସମ୍ଭାବନା କମ୍ ଥିବା ବେଳେ ପଶ୍ଚିମ ଦିଗକୁ ଗତି କରି ତାମିଲନାଡୁ ଉପକୂଳରେ ପହଞ୍ଚିବ।
ପ୍ରଭାବରେ ୭ରୁ ୧୧ ତାରିଖ ମଧ୍ୟରେ ତାମିଲନାଡୁ, ରାୟଲସୀମା ଓ କେରଳ ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ। ଓଡି଼ଶା ଉପରେ ଏହାର ପ୍ରଭାବ ପଡିବ ନାହିଁ। ତେବେ ବର୍ତ୍ତମାନ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନାକୁ ଖଣ୍ଡନ କରିଛି ପାଣିପାଗ ବିଭାଗ। ଆସନ୍ତା ଏକ ସପ୍ତାହ ମଧ୍ୟରେ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ ନାହିଁ। ରାଜ୍ୟରେ ନଭେମ୍ବର ୩ରୁ ୫ ତାରିଖ ପର୍ଯ୍ୟନ୍ତ ଶୁଖିଲା ପାଗ ରହିବା ସହିତ ୬ ଓ ୭ ତାରିଖରେ ସମୁଦ୍ର ଉପକୂଳବର୍ତ୍ତୀ ସ୍ଥାନ ଗୁଡିକରେ ହାଲୁକା ବର୍ଷା ହେବାର ପୂର୍ବାନୁମାନ କରାଯାଇଛି । ଆସନ୍ତା ୭ ଦିନ ଯାଏଁ ରାଜ୍ୟର ପାଗ ମୁଖ୍ୟତ ଶୁଖିଲା ରହିବ ବୋଲି ଆଇଏମଡି ପକ୍ଷରୁ ସୂଚନା ମିଳିଛି।
ଉତ୍ତର- ପୂର୍ବ ଉତ୍ତର ଦିଗରୁ ଆସୁଥିବା ପବନ , ଉପକୂଳ ଶୁସ୍କ ବାୟୁ ସାଙ୍ଗରେ ମିଶିବା ପରେ କିଛି ଅଞ୍ଚଳରେ ଘଡ଼ଘଡି଼ ବିଜୁଳି ସହ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେଉଛି। ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଉପକୂଳ ଓ ଦକ୍ଷିଣ ଓଡି଼ଶାରେ ବିଜୁଳି ଘଡଘଡି ସହ ହାଲୁକା ବର୍ଷା ହୋଇପାରେ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି।
ଭୁବନେଶ୍ବର ସମେତ ଦକ୍ଷିଣ ଓଡି଼ଶାର ଉପକୂଳରେ ନଭେମ୍ବର ୨ରୁ ୬ ମଧ୍ୟରେ ରାତି ତାପମାତ୍ରା ପ୍ରାୟ ୨ ଡିଗ୍ରୀ କମିବାକୁ ଥିବା ବେଳେ ଦକ୍ଷିଣ ଆଭ୍ୟନ୍ତରିଣ ରେ ୨.୫ ଡିଗ୍ରୀ କମିବ। ୬ ତାରିଖ ପରେ ୨ ରୁ ୩ ଦିନ ପର୍ଯ୍ୟନ୍ତ ପାଗ ମେଘୁଆ ରହିବା ସହ ସର୍ବନିମ୍ନ ତାପମାତ୍ରା ବଢିବ।
ଅନ୍ୟପଟେ ଗତ ୨ ଦିନ ଧରି ଭୁବନେଶ୍ୱର କଟକ ସମେତ ଏହାର ଆଖପାଖ ଅଞ୍ଚଳରେ ବଢି ଯାଇଛି ବାୟୁ ପ୍ରଦୂଷଣ । ଦୁଇ ଦିନ ଧରି ଦୀପାବଳି ପାଳନ ବେଳେ ବାଣ ଫୁଟାଇବା ପରେ ବିଗିଡ଼ିଯାଇଛି ପୁରା ପରିବେଶ । ରାଜଧାନୀର ଏଆର କ୍ୱାଲିଟି ଇନଣ୍ଡେକ୍ସରେ ପ୍ରଦୂଷଣର ମାତ୍ର ବୃଦ୍ଧି ପାଇଛି। ଦୀପାବଳି ପୂର୍ବରୁ ଏଆର କ୍ୱାଲିଟି ଇନଣ୍ଡେକ୍ସ ୩୬-୩୭ ରହୁଥିବା ଏବେ ଦୀପାବଳି ପରେ ଏହା ୨୦୦ ପାର କରିଯାଇଛି। ତେବେ ଦୀପାବଳି ପରଦିନ ଅର୍ଥାତ ନଭେମ୍ବର ୧ ତାରିଖରେ ବର୍ଷା ଯୋଗୁଁ ପ୍ରଦୂଷଣ କମିଯାଇଥିବାବେଳେ ପୁଣି ୨ ତାରିଖରେ ବାଣ ଫୁଟାଇବା ଯୋଗୁଁ ବାୟୁ ପ୍ରଦୂଷଣ ବଢିଯାଇଛି I ସେହିପରି ୩ ତାରିଖ ସକାଳେ ସହ ଏବେ ଘନ କୁହୁଡି ମଧ୍ୟ ଦେଖିବାକୁ ମିଳିଛି। ଯାହା ଫଳରେ ଦୃଶ୍ୟମାନ କ୍ଷମତା କମିଯାଉଛି।




