ମାସ ଶେଷ ବେଳକୁ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ! ବିଭିନ୍ନ ରାଜ୍ୟରେ ବର୍ଷା ସମ୍ଭାବନା

ଭୁବନେଶ୍ୱର : ଆସୁଛି ଆଉ ଏକ ଘୁର୍ଣ୍ଣିବଳୟ I ମେ ମାସ ଚତୁର୍ଥ ସପ୍ତାହ ଆଡକୁ ବଙ୍ଗୋପସାଗରରେ ଘୁର୍ଣ୍ଣିବଳୟ ସୃଷ୍ଟି ହେବା ନେଇ ସମ୍ଭାବନା ରହିଛି I ସମ୍ଭବତଃ ୨୧ ତାରିଖ ବେଳକୁ ପୋର୍ଟବ୍ଲେୟାର ନିକଟରେ ଦକ୍ଷିଣ ଏବଂ ସଂଲଗ୍ନ କେନ୍ଦୀୟ ବଙ୍ଗୋପସାଗରରେ ଏହି ଘୁର୍ଣ୍ଣିବଳୟ ସୃଷ୍ଟି ହେବ ନେଇ ପାଣିପାଗ ବିଭାଗ ଆକଳନ କରିଛି I ବଙ୍ଗୋପସାଗରରେ ସୃଷ୍ଟ ଘୁର୍ଣ୍ଣିବଳୟ ପ୍ରଭାବରେ,ଥାଇଲାଣ୍ଡ,ମିଆଁମାର,ବାଂଲାଦେଶ ସମେତ ଉତ୍ତର ପୂର୍ବ ଭାରତରେ କେତେକ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା […]

Samaya Live Picture
Published On

ଭୁବନେଶ୍ୱର : ଆସୁଛି ଆଉ ଏକ ଘୁର୍ଣ୍ଣିବଳୟ I ମେ ମାସ ଚତୁର୍ଥ ସପ୍ତାହ ଆଡକୁ ବଙ୍ଗୋପସାଗରରେ ଘୁର୍ଣ୍ଣିବଳୟ ସୃଷ୍ଟି ହେବା ନେଇ ସମ୍ଭାବନା ରହିଛି I ସମ୍ଭବତଃ ୨୧ ତାରିଖ ବେଳକୁ ପୋର୍ଟବ୍ଲେୟାର ନିକଟରେ ଦକ୍ଷିଣ ଏବଂ ସଂଲଗ୍ନ କେନ୍ଦୀୟ ବଙ୍ଗୋପସାଗରରେ ଏହି ଘୁର୍ଣ୍ଣିବଳୟ ସୃଷ୍ଟି ହେବ ନେଇ ପାଣିପାଗ ବିଭାଗ ଆକଳନ କରିଛି I

ବଙ୍ଗୋପସାଗରରେ ସୃଷ୍ଟ ଘୁର୍ଣ୍ଣିବଳୟ ପ୍ରଭାବରେ,ଥାଇଲାଣ୍ଡ,ମିଆଁମାର,ବାଂଲାଦେଶ ସମେତ ଉତ୍ତର ପୂର୍ବ ଭାରତରେ କେତେକ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି I ତେବେ ୨୩ ମେ’ ବେଳକୁ ମୌସୁମୀ ଉତ୍ତର ଆଣ୍ଡାମାନ ଛୁଇଁବା ନେଇ ଆକଳନ କରାଯାଉଛି । ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଯାଉଥିବା ଘୁର୍ଣ୍ଣିବଳୟ ପ୍ରଭାବ ଓଡ଼ିଶାରେ ବର୍ଷା ହେବ କି ନାହିଁ ଏହା ୧୯ ତାରିଖ ପରେ ଜଣାପଡିବ ବୋଲି ପାଣିପାଗ ବିଶେଷଜ୍ଞ ଆକଳନ କରିଛନ୍ତି ।

ସେପଟେ କାଳବୈଶାଖି ପ୍ରଭାବରେ ତାତିରେ ସାମାନ୍ୟ ବ୍ରେକ ଲାଗିଛି I ଓଡ଼ିଶାରେ ଏବେ ମିଶ୍ରିତ ପାଗ ରହିଛି I ରାଜ୍ୟରେ ଏବେ କେତେକ ଜିଲ୍ଲାରେ ସକାଳେ ଖରା ଏବଂ ଅପରାହନହରେ ବିଜୁଳି ଘଡ ଘଡି ସହ ହାଲୁକରୁ ମାଧ୍ୟମ ଧରଣର ବର୍ଷା ହେବାର ଦେଖାଯାଉଛି I ଏହା ପରାଭବରେ ରାତିର ତାପମାତ୍ରା ସାମାନ୍ୟ କମିଛି I ଆଗାମୀ ୫ ଦିନ ପର୍ଯ୍ୟନ୍ତ ପାଗ ଏଇଭଳି ରହିବ I ତେବେ ଆହୁରି ୩ ଦିନ ଯାଏଁ ଏଇଭଳି ବିକ୍ଷିପ୍ତ ବର୍ଷା ହେବାର ସୂଚନା ରହିଥିବା ବେଳେ ୧୬ ତାରିଖ ପରେ ପୁଣିଥରେ ପାରଦ ୪୦ଡିଗ୍ରୀ ଉପରକୁ ଡେଇଁପାରେ। ଏନେଇ ଭୁବନେଶ୍ୱର ସ୍ଥିତ ଆଂଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି I

ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ଅନୁଯାୟୀ , ଆଗାମୀ ୩ ଦିନ ଯାଏ ରାଜ୍ୟରେ କାଳବୈଶାଖୀ ପ୍ରଭାବ ରହିବ । ବିଜୁଳି ଘଡ଼ଘଡ଼ି ସହ ବର୍ଷା ଓ ଝଡ ତୋଫାନର ସମ୍ଭାବନା ରହିଛି । ଏହାସହ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଏହି ସମୟରେ ପବନର ବେଗ ୩୦ ରୁ ୪୦ କିମି ରହିବ । ବିଶେଷ ଭାବେ ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । କୋରାପୁଟ ଓ ମାଲକାନଗିରିରେ ମଧ୍ୟ ପ୍ରବଳ ବର୍ଷାର ସମ୍ଭାବନା ରହିଛି । ତେବେ କାଳବୈଶାଖୀ ପ୍ରଭାବରେ ଆଗାମୀ ୨୪ ଘଣ୍ଟାରେ ଦକ୍ଷିଣ ଓଡ଼ିଶାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ ।

Tags: