ଦୁର୍ବଳ ହେଲା ଘୁର୍ଣ୍ଣିବଳୟ,ଆଜି ଠାରୁ ବଢିବ ତାତି

ଭୁବନେଶ୍ୱର : ଚଳିତ ସପ୍ତାହରେ ରାଜ୍ୟରେ ବଢିବ ତାତି I ୧୨ ଓ ୧୩ ତାରିଖ ବେଳକୁ ପଶ୍ଚିମ ଓଡ଼ିଶାରେ ତାତି ଅଧିକ ବଢିବ I ୧୪ ତାରିଖରୁ ପଶ୍ଚିମ ଓଡ଼ିଶାରେ ମଧ୍ୟ ସ୍ଥିତି ସମାନ ରହିବ I ଦକ୍ଷିଣ ଓଡି଼ଶା ଓ ଏହାର ଆଖପାଖରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଦୁର୍ବଳ ହୋଇଛି। ତେଣୁ ସାରା ରାଜ୍ୟରେ ଦିନର ତାପମାତ୍ରା ୪ ରୁ ୬ ଡିଗ୍ରୀ ବୃଦ୍ଧି ପାଇବା ନେଇ ସୂଚନାଦେଇଛି ଆଞ୍ଚଳିକ ପାଣିପାଗ ବିଭାଗ I […]

Samaya Live Picture
Published On

ଭୁବନେଶ୍ୱର : ଚଳିତ ସପ୍ତାହରେ ରାଜ୍ୟରେ ବଢିବ ତାତି I ୧୨ ଓ ୧୩ ତାରିଖ ବେଳକୁ ପଶ୍ଚିମ ଓଡ଼ିଶାରେ ତାତି ଅଧିକ ବଢିବ I ୧୪ ତାରିଖରୁ ପଶ୍ଚିମ ଓଡ଼ିଶାରେ ମଧ୍ୟ ସ୍ଥିତି ସମାନ ରହିବ I ଦକ୍ଷିଣ ଓଡି଼ଶା ଓ ଏହାର ଆଖପାଖରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଦୁର୍ବଳ ହୋଇଛି। ତେଣୁ ସାରା ରାଜ୍ୟରେ ଦିନର ତାପମାତ୍ରା ୪ ରୁ ୬ ଡିଗ୍ରୀ ବୃଦ୍ଧି ପାଇବା ନେଇ ସୂଚନାଦେଇଛି ଆଞ୍ଚଳିକ ପାଣିପାଗ ବିଭାଗ I

ଉପକୂଳ ଓଡ଼ିଶାରେ ତାପମାତ୍ରା ସାମାନ୍ୟ କମ୍‌ ରହିବାକୁ ଥିଲେ ମଧ୍ୟ ଗୁଳୁଗୁଳି ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିବ। ୧୪ ତାରିଖରୁ ସମଗ୍ର ରାଜ୍ୟରେ ପଶ୍ଚିମା ଝଡ଼ ପ୍ରଭାବରେ ବାୟୁମଣ୍ଡଳରେ ଶୁଷ୍କତା ବଢ଼ିବା ସହ ଟାଣ ଖରା ଅନୁଭୂତ ହେବ I ସେହିପରି ଆସନ୍ତା କାଲିଠାରୁ ଆଭ୍ୟନ୍ତରୀଣ ଓଡ଼ିଶାରେ କିଛି ସ୍ଥାନରେ ଦିନର ତାପମାତ୍ରା ୪୦ ଡିଗ୍ରୀ ବୃଦ୍ଧି ପାଇବା ସହ ରାତି ତାପମାତ୍ରା ମଧ୍ୟ ଦୁଇରୁ ତିନି ଡିଗ୍ରୀ ବଢ଼ିବ I ଏନେଇ ପାଣିପାଗ କେନ୍ଦ୍ର ବୈଜ୍ଞାନିକ ଉମାଶଙ୍କର ସୂଚନା ଦେଇଛନ୍ତି I

ସୋମବାର ଠାରୁ ରାଜ୍ୟରେ ତାପମାତ୍ରା ବୃଦ୍ଧି ପାଇବା ସହ ଗୁଳିଗୁଳି ଅନୁଭୂତ ହେବାକୁ ଥିବା ବେଳେ ମାଲକାନଗିରି, କୋରାପୁଟ୍‌, ରାୟଗଡ଼ା, ଗଜପତି, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ ଆଦି ଜିଲାରେ ଘଡ଼ଘଡ଼ି ସହ ହାଲୁକାରୁ ମଧ୍ୟମଧରଣର ବର୍ଷା ହୋଇପାରେ। ବାୟୁମଣ୍ଡଳରେ ଶୁଷ୍କତା ବୃଦ୍ଧି ଯୋଗୁଁ ତାପମାତ୍ରା ବୃଦ୍ଧି ପାଇବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ତେବେ ଏହା ପ୍ରଭାବରେ ୧୧,୧୨ ଓ ୧୩ ତାରିଖରେ ତାପମାତ୍ରା ବୃଦ୍ଧି ପାଇ ପ୍ରବଳ ଖରା ଅନୁଭୂତ ହେବ। ବିଶେଷକରି, ଭୁବନେଶ୍ବର, କଟକ, ଝାରସୁଗୁଡା,ସମ୍ବଲପୁର, ଟିଟିଲାଗଡ, ସୁନ୍ଦରଗଡ, ପାରଳାଖେମୁଣ୍ତି, ମାଲକାନଗିରି, ଭବାନୀପାଟଣା, ନୟାଗଡରେ ତାପମାତ୍ରା ୪୦ ଡିଗ୍ରୀରୁ ଅଧିକ ରହିପାରେ ବୋଲି ଆକଳନ କରାଯାଇଛି।

Tags: