ବଙ୍ଗୋପସାଗରରେ ସୃଷ୍ଟି ହେଲା ଘୁର୍ଣ୍ଣିବଳୟ
ଭୁବନେଶ୍ୱର : ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ ସମ୍ଭାବନା I ୨୬ ତାରିଖ ବେକକୁ ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟି ହେବ ଘୁର୍ଣ୍ଣିବଳୟ I ଏହାର ପ୍ରଭାବରେ ୨୭ତାରିଖରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ ବୋଲି ଆକଳ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଘୁର୍ଣ୍ଣିବଳୟଟି କ୍ରମଶଃ ପଶ୍ଚିମ ଉତ୍ତର ପଶ୍ଚିମ ଦିଗକୁ ଗତି କରିବ। ଏହା ଆହୁରି ଘନୀଭୂତ ହୋଇ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ୨୯ତାରିଖ ବେଳକୁ ଏକ ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି। ତେବେ […]
ଭୁବନେଶ୍ୱର : ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ ସମ୍ଭାବନା I ୨୬ ତାରିଖ ବେକକୁ ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟି ହେବ ଘୁର୍ଣ୍ଣିବଳୟ I ଏହାର ପ୍ରଭାବରେ ୨୭ତାରିଖରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ ବୋଲି ଆକଳ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଘୁର୍ଣ୍ଣିବଳୟଟି କ୍ରମଶଃ ପଶ୍ଚିମ ଉତ୍ତର ପଶ୍ଚିମ ଦିଗକୁ ଗତି କରିବ। ଏହା ଆହୁରି ଘନୀଭୂତ ହୋଇ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ୨୯ତାରିଖ ବେଳକୁ ଏକ ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି। ତେବେ ଏହାର ପ୍ରଭାବ ଓଡ଼ିଶା ଉପରେ ବିଶେଷ ପଡ଼ିବାର ସମ୍ଭାବନା ନାହିଁ ବୋଲି ପାଣିପାଗ ବିଭାଗ କରିଥିବା ଆକଳନରୁ ଜଣା ପଡ଼ିଛି । ଅନ୍ୟପଟେ ଆସନ୍ତା ପାଞ୍ଚ ଦିନ ଯାଏଁ ରାଜ୍ୟରେ ପାଗ ଶୁଖିଲା ରହିବ । ଉପକୂଳ ଓଡ଼ିଶାରେ ଡିସେମ୍ବର ପହିଲା ଯାଏ ତାପମାତ୍ରା ଅପରିବର୍ତ୍ତିତ ରହିବ । ଅଭ୍ୟନ୍ତରୀଣ ଦକ୍ଷିଣ ଓ କେନ୍ଦ୍ରୀୟ ଅଞ୍ଚଳରେ ରାତି ତାପମାତ୍ରା ପ୍ରାୟ ଦୁଇରୁ ତିନି ଡିଗ୍ରୀ ଯାଏଁ କମିପାରେ । ଡିସେମ୍ବର ପ୍ରଥମ ସପ୍ତାହ ସୁଦ୍ଧା ସାରା ରାଜ୍ୟରେ ଶୀତ ପଡ଼ିବ ।




