ଅକ୍ଟୋବର ୨୪ ତାରିଖ ସନ୍ଧ୍ୟାରେ କେନ୍ଦ୍ରାପଡ଼ା-ଭଦ୍ରକ ଉପକୂଳ ଅତିକ୍ରମ କରିପାରେ ଘୂର୍ଣ୍ଣିବାତ୍ୟା଼ ‘ଦାନା’: ସୋଆ ସିଇସି
ଭୁବନେଶ୍ୱର, ଅକ୍ଟୋବର ୨୩: ବଙ୍ଗୋପସାଗରରେ ଘନୀଭୂତ ହୋଇଥିବା ଗଭୀର ଅବପାତ ଘୂର୍ଣ୍ଣିଝଡ଼ରେ ପରିଣତ ହୋଇସାରିଥିବା ବେଳେ ଏହା ଏବେ ଓଡ଼ିଶା ଉପକୂଳ ମୁହାଁ ହୋଇଛି ବୋଲି ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ପରିବେଶ ଓ ଜଳବାୟୁ କେନ୍ଦ୍ର (ସିଇସି) ପକ୍ଷରୁ ସୂଚନା ଦିଆଯାଇଛି । ବୁଧବାର ସକାଳେ ଏହି ଘୂର୍ଣ୍ଣିବାତ୍ୟା ପାରାଦ୍ୱୀପର ଦକ୍ଷିଣ ପୂର୍ବରେ ୫୩୦ କିମି ଦୂରରେ ଥିôବାବେଳେ ଏହା ଉତର ପଶ୍ଚିମ ଦିଗରେ ଗତି କରୁଛି । ଗୁରୁବାର ଅପରାହ୍ନ କିମ୍ବା ସନ୍ଧ୍ୟା […]
ଭୁବନେଶ୍ୱର, ଅକ୍ଟୋବର ୨୩: ବଙ୍ଗୋପସାଗରରେ ଘନୀଭୂତ ହୋଇଥିବା ଗଭୀର ଅବପାତ ଘୂର୍ଣ୍ଣିଝଡ଼ରେ ପରିଣତ ହୋଇସାରିଥିବା ବେଳେ ଏହା ଏବେ ଓଡ଼ିଶା ଉପକୂଳ ମୁହାଁ ହୋଇଛି ବୋଲି ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ପରିବେଶ ଓ ଜଳବାୟୁ କେନ୍ଦ୍ର (ସିଇସି) ପକ୍ଷରୁ ସୂଚନା ଦିଆଯାଇଛି ।
ବୁଧବାର ସକାଳେ ଏହି ଘୂର୍ଣ୍ଣିବାତ୍ୟା ପାରାଦ୍ୱୀପର ଦକ୍ଷିଣ ପୂର୍ବରେ ୫୩୦ କିମି ଦୂରରେ ଥିôବାବେଳେ ଏହା ଉତର ପଶ୍ଚିମ ଦିଗରେ ଗତି କରୁଛି । ଗୁରୁବାର ଅପରାହ୍ନ କିମ୍ବା ସନ୍ଧ୍ୟା ସୁଦ୍ଧା ଏହି ବାତ୍ୟା କେନ୍ଦ୍ରାପଡ଼ା-ଭଦ୍ରକ ଉପକୂଳରେ ରାଜନଗର ନିକଟରେ ଅତିକ୍ରମ କରିବ ବୋଲି ସିଇସି ପକ୍ଷରୁ ଏକ ବୁଲେଟିନ୍ରେ କୁହାଯାଇଛି ।
ଏହି ବାତ୍ୟାର ପ୍ରଭାବ ଅଧିକ ମାତ୍ରାରେ ବାଲେଶ୍ୱର ଏବଂ ଭଦ୍ରକ ଜିଲ୍ଲାରେ ଅନୁଭୂତ ହେବାର ସମ୍ଭାବନା ଥିବା ବେଳେ ଏହି ସମୟରେ ପବନର ବେଗ ଘଂଟା ପ୍ରତି ୮୦ କିମି ରହିବ । ବୁଧବାର ରାତି ୧୧ଟାରୁ ଏହିସବୁ ଜିଲ୍ଲାଗୁଡ଼ିକରେ ତୀବ୍ର ପବନ ବହିବା ଆରମ୍ଭ ହୋଇପାରେ । ପବନର ବେଗ ଗୁରୁବାର ପୂର୍ବାହ୍ନ ସୁଦ୍ଧା ଘଂଟା ପ୍ରତି ୧୦୦ ରୁ ୧୨୦ କିମି ହେବାର ସମ୍ଭାବନା ରହିଛି ।
ଘୂର୍ଣ୍ଣିବାତ୍ୟା ‘ଦାନା’ ସ୍ଥଳଭାଗ ଛୁଇଁବା ସମୟରେ ଭୁବନେଶ୍ୱର ସହର ଏବଂ ଏହାର ଆଖପାଖ ଅଂଚଳରେ ପବନର ବେଗ ଘଂଟା ପ୍ରତି ୪୫ରୁ ୬୦ କିମି ରହିବାର ସମ୍ଭାବନା ଥିବା ବେଳେ ଯାଜପୁର ଏବଂ ମୟୁରଭଞ୍ଜ ଜିଲ୍ଲାଗୁଡ଼ିକରେ ୭୫ ରୁ ୯୦ କିମି ଏବଂ ଗଞ୍ଜାମ ଜିଲ୍ଲାରେ ୩୫ରୁ ୪୫ କିମି ରହିବାର ସମ୍ଭାବନା ରହିଛି ।
ଉପକୂଳବର୍ତୀ ଅଂଚଳରେ ବୁଧବାର ରାତିରୁ ସାମାନ୍ୟ ବର୍ଷା ହେବାର ସମ୍ଭାବନା ଥିବା ବେଳେ କେନ୍ଦ୍ରାପଡ଼ା, ଭଦ୍ରକ, କଟକ, ଯାଜପୁର, ମୟୁରଭଞ୍ଜ, ଖୋର୍ଦ୍ଧା ଏବଂ ଢ଼େଙ୍କାନାଳ ଜିଲ୍ଲାଗୁଡ଼ିକରେ ଗୁରୁବାର ସକାଳୁ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବା ସିଇସି ପକ୍ଷରୁ କୁହାଯାଇଛି ।




