କଟକ ପ୍ଲାଟଫର୍ମ ଅଘଟଣ,୨ ଜଣକୁ ନୋଟିସ
କଟକ : ନିର୍ମାଣାଧୀନ ରେଳ ପ୍ଲାଟଫର୍ମ ଛାତ ଭୁଶୁଡିବା ଘଟଣା । ୨ ଜଣଙ୍କୁ ନୋଟିସ ଜାରି କଲା କଟକ ରେଳବାଇ ଜିଆରପି ଥାନା I ରେଳବାଇର ସିନିୟର ସେକ୍ସନ ଇଞ୍ଜିନିୟର(ୱାର୍କସ) ଏବଂ ନିର୍ମାଣ ଦାୟିତ୍ବ ନେଇଥିବା ୟୁଆର୍ସିର ଜେନେରାଲ୍ ମ୍ୟାନେଜରଙ୍କୁ ନୋଟିସ୍ ଜାରି କରାଯାଇଛି। ନୋଟିସ୍ର ସନ୍ତୋଷଜନକ ଉତ୍ତର ନଦେଲେ ସେମାନଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ସୂଚନାନୁସାରେ, ବୁଧବାର ଦିନ କଟକ ରେଳ ଷ୍ଟେସନ୍ ୨ ନମ୍ବର ପୁରୁଣା ଗେଟ୍ ଭଙ୍ଗାଯାଉଥିଲା। […]
କଟକ : ନିର୍ମାଣାଧୀନ ରେଳ ପ୍ଲାଟଫର୍ମ ଛାତ ଭୁଶୁଡିବା ଘଟଣା । ୨ ଜଣଙ୍କୁ ନୋଟିସ ଜାରି କଲା କଟକ ରେଳବାଇ ଜିଆରପି ଥାନା I ରେଳବାଇର ସିନିୟର ସେକ୍ସନ ଇଞ୍ଜିନିୟର(ୱାର୍କସ) ଏବଂ ନିର୍ମାଣ ଦାୟିତ୍ବ ନେଇଥିବା ୟୁଆର୍ସିର ଜେନେରାଲ୍ ମ୍ୟାନେଜରଙ୍କୁ ନୋଟିସ୍ ଜାରି କରାଯାଇଛି। ନୋଟିସ୍ର ସନ୍ତୋଷଜନକ ଉତ୍ତର ନଦେଲେ ସେମାନଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।
ସୂଚନାନୁସାରେ, ବୁଧବାର ଦିନ କଟକ ରେଳ ଷ୍ଟେସନ୍ ୨ ନମ୍ବର ପୁରୁଣା ଗେଟ୍ ଭଙ୍ଗାଯାଉଥିଲା। ଏହି ସମୟରେ ପୁରୁଣା ଗେଟ୍ର ଆର୍ପିଏଫ୍ ଥାନା ପଟ ଅଂଶ ଭୁଶୁଡ଼ି ୧ ନମ୍ବର ପ୍ଲାଟଫର୍ମ ସେଡ୍ ଉପରେ ପଡ଼ିଥିଲା। ଲୁହା ଫ୍ରେମ୍ ଉଭୟ ୧ ନମ୍ବର ଓ ୨ ନମ୍ବର ରେଳ ଧାରଣା ଉପରେ ପଡ଼ିଥିଲା। ଏଥିରେ ରେଳବାଇ ବିଭାଗ ଟେଲିକମ୍ ବିଭାଗର କର୍ମଚାରୀ ରଶ୍ମୀରଞ୍ଜନ ଚୌଧୁରୀ ଆହତ ହୋଇଥିଲେ । ଏହି ଘଟଣାରେ ଖୋର୍ଦ୍ଧା ଡିଆର୍ଏମ୍ଙ୍କ ନିର୍ଦ୍ଦେଶକ୍ରମେ ଗୁରୁବାର ଏକ ଟିମ୍ ତଦନ୍ତ ଆରମ୍ଭ କରିଛି। ରେଳ ଷ୍ଟେସନର ନିର୍ମାଣ ଦାୟିତ୍ବ ନେଇଥିବା ଚେନ୍ନାଇର ୟୁଆର୍ସି କନଷ୍ଟ୍ରକସନ୍ ପ୍ରାଇଭେଟ୍ ଲିମିଟେଡ୍କୁ ମଧ୍ୟ ତଦନ୍ତ ପରିସରଭୁକ୍ତ କରିଛି। ଅନ୍ୟପଟେ କଟକ ଜିଆର୍ପି ଆଇଆଇଜି ଜ୍ୟୋତି ପ୍ରକାଶ ନାୟକ ମଧ୍ୟ ସମାନ୍ତରାଳ ଭାବେ ତଦନ୍ତ ଆରମ୍ଭ କରିଛନ୍ତି।




