କଟକ ସିଟି କଲେଜ ପରିସର ପାଲଟିଲା ରଣକ୍ଷେତ୍ର

କଟକ : କଟକ ରାଜାବଗିଚା ସ୍ଥିତ ସିଟି କଲେଜରେ ୨ ଗୋଷ୍ଠୀ ଛାତ୍ରଙ୍କ ମଧ୍ୟରେ ତୁମୁଳକାଣ୍ଡ । ନିଶାସେବନକୁ କେନ୍ଦ୍ରକରି ରଣକ୍ଷେତ୍ର ପାଲଟିଛି କଲେଜ ପରିସର । କଲେଜ ଛାତ୍ରଛାତ୍ରୀଙ୍କୁ କିଛି ପୂରାତନ ଛାତ୍ର ଏବଂ ଅଣଛାତ୍ର ଗଞ୍ଜେଇ ଟାଣିବାକୁ ଡ଼ାକିଥିବା ଅଭିଯୋଗ ହୋଇଛି । ଛାତ୍ର ଛାତ୍ରୀମାନେ ମନା କରିବାରୁ ସେମାନଙ୍କୁ ମରଣାତ୍ମକ ଆକ୍ରମଣ ହୋଇଥିବା ବାଦାମବାଡ଼ି ଥାନାରେ ଲିଖିତ ଅଭିଯୋଗ ହୋଇଛି । ଏନେଇ +୨ ଛାତ୍ରଛାତ୍ରୀମାନେ ଥାନାରେ ଅଭିଯୋଗ କରିବାକୁ ଯାଇଥିବାବେଳେ ଥାନା […]

Samaya Live Picture
Published On

କଟକ : କଟକ ରାଜାବଗିଚା ସ୍ଥିତ ସିଟି କଲେଜରେ ୨ ଗୋଷ୍ଠୀ ଛାତ୍ରଙ୍କ ମଧ୍ୟରେ ତୁମୁଳକାଣ୍ଡ । ନିଶାସେବନକୁ କେନ୍ଦ୍ରକରି ରଣକ୍ଷେତ୍ର ପାଲଟିଛି କଲେଜ ପରିସର । କଲେଜ ଛାତ୍ରଛାତ୍ରୀଙ୍କୁ କିଛି ପୂରାତନ ଛାତ୍ର ଏବଂ ଅଣଛାତ୍ର ଗଞ୍ଜେଇ ଟାଣିବାକୁ ଡ଼ାକିଥିବା ଅଭିଯୋଗ ହୋଇଛି । ଛାତ୍ର ଛାତ୍ରୀମାନେ ମନା କରିବାରୁ ସେମାନଙ୍କୁ ମରଣାତ୍ମକ ଆକ୍ରମଣ ହୋଇଥିବା ବାଦାମବାଡ଼ି ଥାନାରେ ଲିଖିତ ଅଭିଯୋଗ ହୋଇଛି । ଏନେଇ +୨ ଛାତ୍ରଛାତ୍ରୀମାନେ ଥାନାରେ ଅଭିଯୋଗ କରିବାକୁ ଯାଇଥିବାବେଳେ ଥାନା ପରିସରରେ କଲେଜ ଛାତ୍ରଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି ।

Tags: