କଟକ-ଭୁବନେଶ୍ୱର ମେଟ୍ରୋ ପ୍ରକଳ୍ପ,୬ଟି ଷ୍ଟେସନ ନିର୍ମାଣ ପାଇଁ ଟେଣ୍ଡର୍
ଭୁବନେଶ୍ୱର : ଭୁବନେଶ୍ୱରରୁ ମେଟ୍ରୋ ପ୍ରକଳ୍ପ କାମ ପାଇଁ ତତ୍ପର ହୋଇଛି ଦିଲ୍ଲୀ ମେଟ୍ରୋ ରେଳ କର୍ପୋରସନ୍(ଡିଏମ୍ଆରସି)। ମେଟ୍ରୋ ରେଳ ପ୍ରକଳ୍ପ ନିର୍ମାଣ ଦାୟିତ୍ୱ ନେବା ପରେ ପ୍ରାଥମିକ ପର୍ଯ୍ୟାୟରେ ସଂସ୍ଥା ଏକ ବଡ଼ ଟେଣ୍ଡର୍ ଆହ୍ୱାନ କରିଛି। ଏଥିରେ ଭୁବନେଶ୍ୱରର ପ୍ରମୁଖ ୬ଟି ସ୍ଥାନରେ ଷ୍ଟେସନ୍ ନିର୍ମାଣ ସହ ଭାଏଡକ୍ଟ ନିର୍ମାଣ କରାଯିବ । ଏହି ପ୍ରକଳ୍ପର ମୂଲ୍ୟ ପାଖାପାଖି ୬୩୦.୬୫ କୋଟି ଟଙ୍କା ରହିଥିବା ବେଳେ ଟେଣ୍ଡର୍ ପ୍ରକ୍ରିୟାରେ ଭାଗନେବା ପାଇଁ ହେଲେ ସମାନ […]
ଭୁବନେଶ୍ୱର : ଭୁବନେଶ୍ୱରରୁ ମେଟ୍ରୋ ପ୍ରକଳ୍ପ କାମ ପାଇଁ ତତ୍ପର ହୋଇଛି ଦିଲ୍ଲୀ ମେଟ୍ରୋ ରେଳ କର୍ପୋରସନ୍(ଡିଏମ୍ଆରସି)। ମେଟ୍ରୋ ରେଳ ପ୍ରକଳ୍ପ ନିର୍ମାଣ ଦାୟିତ୍ୱ ନେବା ପରେ ପ୍ରାଥମିକ ପର୍ଯ୍ୟାୟରେ ସଂସ୍ଥା ଏକ ବଡ଼ ଟେଣ୍ଡର୍ ଆହ୍ୱାନ କରିଛି। ଏଥିରେ ଭୁବନେଶ୍ୱରର ପ୍ରମୁଖ ୬ଟି ସ୍ଥାନରେ ଷ୍ଟେସନ୍ ନିର୍ମାଣ ସହ ଭାଏଡକ୍ଟ ନିର୍ମାଣ କରାଯିବ । ଏହି ପ୍ରକଳ୍ପର ମୂଲ୍ୟ ପାଖାପାଖି ୬୩୦.୬୫ କୋଟି ଟଙ୍କା ରହିଥିବା ବେଳେ ଟେଣ୍ଡର୍ ପ୍ରକ୍ରିୟାରେ ଭାଗନେବା ପାଇଁ ହେଲେ ସମାନ ପ୍ରକଳ୍ପ ଭଳି ୫୦୦ କୋଟି ଟଙ୍କାର କାର୍ଯ୍ୟ କରିଥିବା ଅଭିଜ୍ଞତା ରହିଥିବା ସର୍ତ୍ତ ରହିଛି। ଏଲଭେଟଡ୍ ପଦ୍ଧତିରେ ଏହି ଷ୍ଟେସନ ନିର୍ମାଣ କରାଯିବ ବୋଲି ଟେଣ୍ଡରରେ ଦର୍ଶାଯାଇଛି।
ଷ୍ଟେସନ୍ ନିର୍ମାଣ ପାଇଁ ସ୍ଥାନଗୁଡ଼ିକ ମଧ୍ୟରେ କ୍ୟାପିଟାଲ୍ ହସ୍ପିଟାଲ, ବାପୁଜୀନଗର, ଭୁବନେଶ୍ୱର ରେଳ ଷ୍ଟେସନ, ରାମନ୍ଦିର ଛକ, ବାଣି ବିହାର ଓ ଆଚାର୍ଯ୍ୟ ବିହାର ଛକ ଆଦି ୬ ଟି ଗୁରୁତ୍ୱପୂର୍ଣ୍ଣ ସ୍ଥାନ ରହିଛି। ଭୁବନେଶ୍ୱର ବିମାନ ବନ୍ଦରରେ ମେଟ୍ରୋ ଷ୍ଟେସନ ପାଇଁ ଡିଜିସିଏରୁ ଅନୁମତି ମିଳିବା ପରେ ନିର୍ମାଣ ଆରମ୍ଭ ହେବ। ପୂର୍ବରୁ ଶିଶୁଭବନ ଛକରେ ଷ୍ଟେସନ ହେବାର ଯୋଜନା ଥିବା ବେଳେ ଏଥିରେ ପରିବର୍ତ୍ତନ କରାଯାଇ ବାପୁଜୀନଗରରେ ଷ୍ଟେସନ ହେବ।




