ବଢିଲା ବାଲିଯାତ୍ରାରେ ସାଂସ୍କୃତିକ କାର୍ଯ୍ୟକ୍ରମ ସମୟ ଅବଧି
କଟକ:ବଢ଼ିଲା କଟକ ବାଲିଯାତ୍ରାରେ ସାଂସ୍କୃତିକ କାର୍ଯ୍ୟକ୍ରମ ସମୟ ଅବଧି। ବିବାଦ ପରେ ୩୦ ମିନିଟ ବୃଦ୍ଧି ହେଲା ସାଂସ୍କୃତିକ କାର୍ଯ୍ୟକ୍ରମ ସମୟ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ହସ୍ତକ୍ଷେପ ପରେ ଆଉ ଅଧ ଘଣ୍ଟା ସମୟ ବୃଦ୍ଧି କରାଯାଇଥିବା ଜଣାପଡିଛି। ଏଣିକି ରାତି ୧୦ଟା ପରିବର୍ତ୍ତେ ୧୦ଟା ୩୦ ଯାଏଁ ଚଳିବ ସାଂସ୍କୃତିକ କାର୍ଯ୍ୟକ୍ରମ। ସୂଚନା ଅନୁଯାୟୀ, ସମୟ କଟକଣା ଯୋଗୁଁ ଶନିବାର କଣ୍ଠଶିଳ୍ପୀ ଅସୀମା ପଣ୍ଡାଙ୍କୁ କାର୍ଯ୍ୟକ୍ରମ ଅଧାରୁ ମଞ୍ଚରୁ ଓହ୍ଲାଇ ଦିଆଯାଇଥିଲା। ଏହାକୁ ନେଇ […]
କଟକ:ବଢ଼ିଲା କଟକ ବାଲିଯାତ୍ରାରେ ସାଂସ୍କୃତିକ କାର୍ଯ୍ୟକ୍ରମ ସମୟ ଅବଧି। ବିବାଦ ପରେ ୩୦ ମିନିଟ ବୃଦ୍ଧି ହେଲା ସାଂସ୍କୃତିକ କାର୍ଯ୍ୟକ୍ରମ ସମୟ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ହସ୍ତକ୍ଷେପ ପରେ ଆଉ ଅଧ ଘଣ୍ଟା ସମୟ ବୃଦ୍ଧି କରାଯାଇଥିବା ଜଣାପଡିଛି। ଏଣିକି ରାତି ୧୦ଟା ପରିବର୍ତ୍ତେ ୧୦ଟା ୩୦ ଯାଏଁ ଚଳିବ ସାଂସ୍କୃତିକ କାର୍ଯ୍ୟକ୍ରମ।
ସୂଚନା ଅନୁଯାୟୀ, ସମୟ କଟକଣା ଯୋଗୁଁ ଶନିବାର କଣ୍ଠଶିଳ୍ପୀ ଅସୀମା ପଣ୍ଡାଙ୍କୁ କାର୍ଯ୍ୟକ୍ରମ ଅଧାରୁ ମଞ୍ଚରୁ ଓହ୍ଲାଇ ଦିଆଯାଇଥିଲା। ଏହାକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା। ବାଲିଯାତ୍ରା କଟକ ଉତ୍ସବରେ ସାଂସ୍କୃତିକ କାର୍ଯ୍ୟକ୍ରମରେ ବାଧା ନ ଉପୁଜିବା ଉଦେଶ୍ୟରେ ମୁଖ୍ୟମନ୍ତ୍ରୀ, କଟକ ଜିଲାପାଳ ଓ ପୋଲିସ କମିଶନରଙ୍କ ସହ ଆଲୋଚନା କରିଛନ୍ତି। ନିର୍ଦ୍ଦେଶ ଅନୁସାରେ, କଟକ ଜିଲାପାଳ ବାଲିଯାତ୍ରା ସାଂସ୍କୃତିକ କାର୍ଯ୍ୟକ୍ରମ ସମୟରେ ଆଉ ଅଧ ଘଣ୍ଟା ଅଧିକ ବଢାଇବା ସହିତ ଡାକଵାଜି ଯନ୍ତ୍ର ବ୍ୟବହାରକୁ ଅନୁମତି ଦେଇଛନ୍ତି।




