ଦିନଟିଏ ବଢ଼ିଲା କଟକ ବାଲିଯାତ୍ରା
କଟକ : ଆଉ ଗୋଟିଏ ଦିନ ବଢ଼ିଲା କଟକ ଐତିହାସିକ ବାଲିଯାତ୍ରା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ବାଲିଯାତ୍ରାକୁ ଆଉ ଗୋଟିଏ ଦିନ ଅଧିକ ବଢ଼ାଇବାକୁ ନିଷ୍ପତି ନେଇଛନ୍ତି Iଏସମ୍ପର୍କରେ ଆବଶ୍ୟକ ପଦକ୍ଷେପ ନେବା ପାଇଁ ମୁଖ୍ୟମନ୍ତ୍ରୀ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି। ସୂଚନାଯୋଗ୍ୟ ଯେ,କାର୍ତ୍ତିକ ପୂର୍ଣ୍ଣମୀରୁ ଆରମ୍ଭ ହୋଇଥିବା ଐତିହାସିକ ବାଲିଯାତ୍ରା ଡିସେମ୍ବର ୪ ତାରିଖରେ ସରିବ ବୋଲି ଘୋଷଣା ହୋଇଥିଲା। ମାତ୍ର ଜନସାଧାରଣଙ୍କ ଆଗ୍ରହକୁ ଦେଖି ଆଉ ଗୋଟିଏ ଦିନ ବଢାଇବାକୁ ନିର୍ଦେଶ ଦେଇଛନ୍ତି […]
କଟକ : ଆଉ ଗୋଟିଏ ଦିନ ବଢ଼ିଲା କଟକ ଐତିହାସିକ ବାଲିଯାତ୍ରା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ବାଲିଯାତ୍ରାକୁ ଆଉ ଗୋଟିଏ ଦିନ ଅଧିକ ବଢ଼ାଇବାକୁ ନିଷ୍ପତି ନେଇଛନ୍ତି Iଏସମ୍ପର୍କରେ ଆବଶ୍ୟକ ପଦକ୍ଷେପ ନେବା ପାଇଁ ମୁଖ୍ୟମନ୍ତ୍ରୀ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି।
ସୂଚନାଯୋଗ୍ୟ ଯେ,କାର୍ତ୍ତିକ ପୂର୍ଣ୍ଣମୀରୁ ଆରମ୍ଭ ହୋଇଥିବା ଐତିହାସିକ ବାଲିଯାତ୍ରା ଡିସେମ୍ବର ୪ ତାରିଖରେ ସରିବ ବୋଲି ଘୋଷଣା ହୋଇଥିଲା। ମାତ୍ର ଜନସାଧାରଣଙ୍କ ଆଗ୍ରହକୁ ଦେଖି ଆଉ ଗୋଟିଏ ଦିନ ବଢାଇବାକୁ ନିର୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ I କଟକର ଜନସାଧାରଣ ଓ ବ୍ୟବସାୟୀ ମାନଙ୍କ ଭାବାବେଗକୁ ଦୃଷ୍ଟିରେ ରଖି ବାଲିଯାତ୍ରାକୁ ୬ ତାରିଖ ପର୍ଯ୍ୟନ୍ତ ବଢ଼ାଇବା ପାଇଁ କଟକ ମେୟର ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ।
ଉଦ୍ଯାପନୀ ସମାରୋହରେ ରାଜ୍ୟପାଳ ରଘୁବର ଦାସ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ଗତକାଲି ଗୋଟିଏ ଦିନରେ ୧୦ ଲକ୍ଷରୁ ଅଧିକ ଲୋକ ବାଲିଯାତ୍ରା ବୁଲିଛନ୍ତି। ବାଲିଯାତ୍ରା ସପ୍ତମ ଦିନରେ ପହଞ୍ଚିଥିବା ବେଳେ ଗତକାଲି ସବୁଠୁ ଅଧିକ ଭିଡ଼ ଦେଖିବାକୁ ମିଳିଛି।ବାଲିଯାତ୍ରା ପଡ଼ିଆରେ ସବୁ ଷ୍ଟଲରେ ବି ବେପାର ଜମି ଯାଇଥିଲା। ଚଳିତ ବର୍ଷ ବାଲିଯାତ୍ରାକୁ ଅଧିକ ଆକର୍ଷଣୀୟ,ସୁରକ୍ଷିତ ଆଉ ଜନାଦୃତ କରିବା ଲାଗି ପ୍ରୟାସ ହୋଇଛି।




