କୋହଳ ହେଲା କର୍ଫ୍ୟୁ,ସ୍ୱାଭାବିକ ହେଉଛି କଟକ ସହର
କଟକ : ସ୍ୱାଭାବିକ ହେଉଛି କଟକ ସହର । ୩୬ ଘଣ୍ଟା ପରେ କୋହଳ ହେଲା କର୍ଫ୍ୟୁ ସମୟ । ବର୍ତ୍ତମାନ ସହରରେ କୋୖଣସି ଉତ୍ତେଜନାମୂଳକ ପରିସ୍ଥିତି ନଥିବାରୁ ଧିରେ ଧିରେ ଲୋକ ଘରୁ ବାହାରୁଥିବା ଦେଖିବାକୁ ମିଳିଛି । ତେବେ ସମୟ ସରିବା ଅବା କର୍ଫ୍ୟୁ କୋହଳ ହେବା ନେଇ କୌଣସି ବିଧିବଦ୍ଧ ସୂଚନା ଦିଆଯାଇନାହିଁ । କିନ୍ତୁ ଇଣ୍ଟରନେଟ୍ କଟକଣା ଏବେ ବି ବଳବତ୍ତର ରହିଛି । ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ସିଏମ୍ସି, ସିଡିଏ, […]
କଟକ : ସ୍ୱାଭାବିକ ହେଉଛି କଟକ ସହର । ୩୬ ଘଣ୍ଟା ପରେ କୋହଳ ହେଲା କର୍ଫ୍ୟୁ ସମୟ । ବର୍ତ୍ତମାନ ସହରରେ କୋୖଣସି ଉତ୍ତେଜନାମୂଳକ ପରିସ୍ଥିତି ନଥିବାରୁ ଧିରେ ଧିରେ ଲୋକ ଘରୁ ବାହାରୁଥିବା ଦେଖିବାକୁ ମିଳିଛି । ତେବେ ସମୟ ସରିବା ଅବା କର୍ଫ୍ୟୁ କୋହଳ ହେବା ନେଇ କୌଣସି ବିଧିବଦ୍ଧ ସୂଚନା ଦିଆଯାଇନାହିଁ । କିନ୍ତୁ ଇଣ୍ଟରନେଟ୍ କଟକଣା ଏବେ ବି ବଳବତ୍ତର ରହିଛି । ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ସିଏମ୍ସି, ସିଡିଏ, ବୟାଳିଶି ମୌଜାରେ ଅଞ୍ଚଳରେ ଇଣ୍ଟରନେଟ୍ ସେବା ବନ୍ଦ ରହିବ। ଆଜି ସକାଳ ୧୦ ଟା ପର୍ଯ୍ୟନ୍ତ ରହିଥିଲା କର୍ଫ୍ୟୁ କଟକଣା । କର୍ଫ୍ୟୁ ସମୟ ସରିଥିଲେ ମଧ୍ୟ ଏବେ ବି ଛକ ଛକରେ ପୁଲିସ ପଇଁତରା ମାରୁଛି । ଦଶହରା ଭସାଣ ବେଳେ ବିବାଦ ଉପୁଜିବାରୁ ସହରରେ କର୍ଫ୍ୟୁ ଲାଗିଥିଲା । ଦରଘାବଜାର ସମେତ ପୁରୀଘାଟ,କ୍ୟାଣ୍ଟନମେଣ୍ଟ,ମଙ୍ଗଳାବାଗ,ଜଗତପୁର,ବୟାଳିଶ ମୋୖଜ଼। ସହ ୧୩ଟି ଥାନା ଅଞ୍ଚଳରେ କର୍ଫ୍ୟୁ ଲଗାଯାଇଥିଲା ।
ସୂଚନା ଅନୁସାରେ ଅକ୍ଟୋବର ୩ତାରିଖରେ ରାତିରେ ଦଶହରା ଭସାଣ ଶୋଭାଯାତ୍ରାରେ ଦରଘାବଜାର ଓ ହାତୀପୋଖରୀ ମଧ୍ୟରେ ଗୋଷ୍ଠୀ ସଂଘର୍ଷ ଘଟିଥିଲା । ଦଙ୍ଗାକାରୀଙ୍କ ପଥର ମାଡ଼ରେ ବହୁ ପୋଲିସ ଅଧିକାରୀଙ୍କ ସହ ଏକାଧିକ ଲୋକ ଆହତ ହୋଇଥିଲେ । ଏହାପରେ ୩୬ ଘଣ୍ଟା ପାଇଁ ସହରରେ କର୍ଫ୍ୟୁ ଜାରି ହୋଇଥିଲା । ତେବେ ସ୍ଥିତି ନିୟନ୍ତ୍ରଣକୁ ଫେରୁଥିବା ବେଳେ ଗତକାଲି ବାଇକ ରାଲି ବାହାରିଥିଲା । ତେବେ ଏଥିପାଇଁ ଅନୁମତି ନଥିବାରୁ ପୋଲିସ ଏହାକୁ ଅଟକାଇଥିଲା । ଏହାକୁ ନେଇ ପୋଲିସ ସହ ମୁହାଁମୁହିଁ ପରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଥିଲା ।




