ଜଟାଧାରୀ ମୁହାଣରେ ଏକ ମାସ ପାଇଁ କଟକଣା ଜାରି
ଜଗତସିଂପୁର : ଚଳିତ ବର୍ଷ ମଧ୍ୟ ଜଟାଧାରୀ ମୁହାଣରେ ହେବନାହିଁ ମହୋତ୍ସବ । ଏକମାସ ପାଇଁ ଲାଗିଲା କଟକଣା । ମୁହାଣରେ ୧୬୩ ଧାରା ଜାରି ହେବା ସହିତ ୪ ଜଣାରୁ ଅଧିକ ବ୍ୟକ୍ତି ଏକାଠି ହୋଇ ପାରିବେ ନାହିଁ ବୋଲି ପ୍ରଶାସନ ତରଫରୁ କୁହାଯାଇଛି । ୨୦୨୪ ରେ ପ୍ରଶାସନ ପକ୍ଷରୁ ବନ୍ଦ କରାଯାଇଥିବାବେଳେ ଚଳିତ ବର୍ଷ ମଧ୍ୟ ସମାନ ସ୍ଥିତି ରହିଛି । ମହୋତ୍ସବକୁ ନେଇ ପୁଣିଥରେ ଶିଳ୍ପ ସପକ୍ଷବାଦୀ ଏବଂ ବିପକ୍ଷବାଦୀ ମୁହାଁମୁହିଁ […]
ଜଗତସିଂପୁର : ଚଳିତ ବର୍ଷ ମଧ୍ୟ ଜଟାଧାରୀ ମୁହାଣରେ ହେବନାହିଁ ମହୋତ୍ସବ । ଏକମାସ ପାଇଁ ଲାଗିଲା କଟକଣା । ମୁହାଣରେ ୧୬୩ ଧାରା ଜାରି ହେବା ସହିତ ୪ ଜଣାରୁ ଅଧିକ ବ୍ୟକ୍ତି ଏକାଠି ହୋଇ ପାରିବେ ନାହିଁ ବୋଲି ପ୍ରଶାସନ ତରଫରୁ କୁହାଯାଇଛି । ୨୦୨୪ ରେ ପ୍ରଶାସନ ପକ୍ଷରୁ ବନ୍ଦ କରାଯାଇଥିବାବେଳେ ଚଳିତ ବର୍ଷ ମଧ୍ୟ ସମାନ ସ୍ଥିତି ରହିଛି । ମହୋତ୍ସବକୁ ନେଇ ପୁଣିଥରେ ଶିଳ୍ପ ସପକ୍ଷବାଦୀ ଏବଂ ବିପକ୍ଷବାଦୀ ମୁହାଁମୁହିଁ ହୋଇଛନ୍ତି । ତେଣୁ ଚଳିତ ବର୍ଷ ଯଦି ଏହି ମହୋତ୍ସବ ଆୟୋଜିତ ହୁଏ ତେବେ ଆଇନ୍ ଶୃଙ୍ଖଳା ବିପର୍ଯ୍ୟସ୍ତ ହେବାର ଆଶଙ୍କା କରି ଅଭୟଚାନ୍ଦପୁର ଥାନା ଅଧିକାରୀ ଏକ ଚିଠି ଜିଲ୍ଲା ପ୍ରଶାସନକୁ ଦେଇଥିଲେ ।




