ବାଲେଶ୍ୱର ସହରରେ କର୍ଫ୍ୟୁ ଜାରି

ବାଲେଶ୍ୱର: ଇଦ ଉଲ ଜୁହାରେ ଅଶାନ୍ତ ହୋଇଛି ବାଲେଶ୍ୱର ସହର I ଗତକାଲି ବାଲେଶ୍ୱର ସଦର ପାତ୍ରପଡା ଅଞ୍ଚଳରେ ଗୋଷ୍ଠୀ ସଂଘର୍ଷ ଘଟିବା ପରେ ସ୍ଥିତି ନିୟନ୍ତ୍ରଣ ପାଇଁ ୧୪୪ ଧାରା ଜାରି ହୋଇଥିଲା I ତେବେ ସୋମବାର ବିଳମ୍ବିତ ରାତିରେ ଉତ୍ତେଜନା, ପୋଡାଜଳା ଘଟଣା ପରେ ବାଲେଶ୍ୱର ସହରରେ କର୍ଫ୍ୟୁ ଜାରି ହୋଇଛି । ଆଜି ବନ୍ଦ ରହିବ ଦୋକାନ ବଜାର । ବାଲେଶ୍ୱରକୁ ସଂଯୋଗ ସବୁ ରାସ୍ତା ସିଲ କରାଯାଇଛି । ପରିସ୍ଥିତି ନିୟନ୍ତ୍ରଣ […]

Samaya Live Picture
Published On

ବାଲେଶ୍ୱର: ଇଦ ଉଲ ଜୁହାରେ ଅଶାନ୍ତ ହୋଇଛି ବାଲେଶ୍ୱର ସହର I ଗତକାଲି ବାଲେଶ୍ୱର ସଦର ପାତ୍ରପଡା ଅଞ୍ଚଳରେ ଗୋଷ୍ଠୀ ସଂଘର୍ଷ ଘଟିବା ପରେ ସ୍ଥିତି ନିୟନ୍ତ୍ରଣ ପାଇଁ ୧୪୪ ଧାରା ଜାରି ହୋଇଥିଲା I ତେବେ ସୋମବାର ବିଳମ୍ବିତ ରାତିରେ ଉତ୍ତେଜନା, ପୋଡାଜଳା ଘଟଣା ପରେ ବାଲେଶ୍ୱର ସହରରେ କର୍ଫ୍ୟୁ ଜାରି ହୋଇଛି । ଆଜି ବନ୍ଦ ରହିବ ଦୋକାନ ବଜାର । ବାଲେଶ୍ୱରକୁ ସଂଯୋଗ ସବୁ ରାସ୍ତା ସିଲ କରାଯାଇଛି । ପରିସ୍ଥିତି ନିୟନ୍ତ୍ରଣ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ମାଝି ନିର୍ଦ୍ଦେଶ ଦେଇଛନ୍ତି । ଏହାସହ ପରିସ୍ଥିତି ଶାନ୍ତ ନପଡିବା ଯାଏଁ ଘରୁ ନବାହାରିବାକୁ ଲୋକଙ୍କୁ ଅପିଲ କରିଛନ୍ତି ବାଲେଶ୍ୱରଏସପି ସାଗରିକା ନାଥ । ଏପରିକି ସମ୍ବେଦନଶୀଳ ସ୍ଥାନରେ ଇଣ୍ଟରନେଟ୍ ସେବାକୁ ବନ୍ଦ ରଖାଯାଇଛି। ବାଲେଶ୍ୱରକୁ ସଂଯୋଗ ସବୁ ରାସ୍ତା ସିଲ କରାଯାଇଛି। ଏନେଇ ବାଲେଶ୍ୱର ଆରକ୍ଷୀ ଅଧୀକ୍ଷକ ସୂଚନା ଦେଇଛନ୍ତି।

ବାଲେଶ୍ବର ସାଂସଦ ପ୍ରତାପ ଷଡ଼ଙ୍ଗୀ ଓ ସଦର ବିଧାୟକ ମାନସ ଦତ୍ତ ଜିଲ୍ଲାପାଳ ଏବଂ ଏସପିଙ୍କ ସହ ବୈଠକ କରି ସ୍ଥିତି ନିୟନ୍ତ୍ରଣ ପାଇଁ ଦୃଢ଼ ପଦକ୍ଷେପ ନେବାକୁ କହିଛନ୍ତି। ସାଂସଦ ଓ ବିଧାୟକ ମଧ୍ୟ ଶାନ୍ତଶୃଙ୍ଖଳା ରକ୍ଷା କରିବାକୁ ବାଲେଶ୍ବରବାସୀଙ୍କୁ ନିବେଦନ କରିଛନ୍ତି।

ସୂଚନାନୁସାରେ,ଗତକାଲି ବାଲେଶ୍ୱର ସଦର ସୁନହଟ ଏବଂ ପାତ୍ରପଡା ଅଞ୍ଚଳରେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା I ଏହା କ୍ରମେ ଗୋଷ୍ଠୀ ସଂଘର୍ଷର ରୂପ ନେଇଥିଲା I ତେବେ ଏହି ଗୋଷ୍ଠୀ ସଂଘର୍ଷରେ କେତେକ ପୋଲିସ କର୍ମଚାରୀ ମଧ୍ୟ ଆହତ ହୋଇଥିଲେ I ବାଲେଶ୍ୱରରେ ବିଶେଷକରି ଗୋଳାପାଖରୀ, ମୋତିଗଞ୍ଜ, ସିନେମାଛକ ଆଦି ଅଞ୍ଚଳରେ ହିଂସା ପରିସ୍ଥିତି ସୃଷ୍ଟି ହୋଇଥିଲା।

Tags: