କ୍ରିପ୍ଟୋ ଲିଙ୍କ : ଗୋବିନ୍ଦାଙ୍କୁ ଜେରା କରିବ କ୍ରାଇମବ୍ରାଞ୍ଚ
ଭୁବନେଶ୍ୱର : କ୍ରିପ୍ଟୋ ପୁଞ୍ଜି ଘୋଟାଲା ମାମଲାରେ ଜେରା ହୋଇପାରନ୍ତି ବଲିଉଡ କଳାକାର ଗୋବିନ୍ଦା I କ୍ରାଇମ୍ବ୍ରାଞ୍ଚ ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲୁ) ଖୁବ୍ ଶୀଘ୍ର ତାକୁ ଜେରା କରିବ ବୋଲି ଜଣାପଡିଛି । ସମନ ପାଇ ଗୋବିନ୍ଦା ଯଦି ଭୁବନେଶ୍ୱର ନ ଆସନ୍ତି ତେବେ ଇଓଡବ୍ଲୁ ମୁମ୍ବାଇ ଯିବ । ସୋଲାର ଟେକ୍ନୋଲଜି ଆଲିଆନ୍ସ(STA) ନାମକ କମ୍ପାନୀ ଲୋକଙ୍କଠାରୁ ହଜାରେ କୋଟି ଠକିଥିବା ଅଭିଯୋଗ ହୋଇଛି। ଏହି କମ୍ପାନୀର ବ୍ରାଣ୍ଡ ଆମ୍ବାସଡର ଗୋବିନ୍ଦା ହୋଇଥିବା ବେଳେ […]
ଭୁବନେଶ୍ୱର : କ୍ରିପ୍ଟୋ ପୁଞ୍ଜି ଘୋଟାଲା ମାମଲାରେ ଜେରା ହୋଇପାରନ୍ତି ବଲିଉଡ କଳାକାର ଗୋବିନ୍ଦା I କ୍ରାଇମ୍ବ୍ରାଞ୍ଚ ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲୁ) ଖୁବ୍ ଶୀଘ୍ର ତାକୁ ଜେରା କରିବ ବୋଲି ଜଣାପଡିଛି । ସମନ ପାଇ ଗୋବିନ୍ଦା ଯଦି ଭୁବନେଶ୍ୱର ନ ଆସନ୍ତି ତେବେ ଇଓଡବ୍ଲୁ ମୁମ୍ବାଇ ଯିବ । ସୋଲାର ଟେକ୍ନୋଲଜି ଆଲିଆନ୍ସ(STA) ନାମକ କମ୍ପାନୀ ଲୋକଙ୍କଠାରୁ ହଜାରେ କୋଟି ଠକିଥିବା ଅଭିଯୋଗ ହୋଇଛି। ଏହି କମ୍ପାନୀର ବ୍ରାଣ୍ଡ ଆମ୍ବାସଡର ଗୋବିନ୍ଦା ହୋଇଥିବା ବେଳେ ପୁଞ୍ଜି ନିବେଶ ପାଇଁ ସେ ଲୋକଙ୍କୁ ଉସକାଇଥିବା ଅଭିଯୋଗ ହୋଇଛି।
ସୋଲାର ଟେକ୍ନୋଲଜି ଆଲିଆନ୍ସ ୨୦୨୧ରେ ଲଞ୍ଚ ହୋଇଥିଲା। କିଛି ମାସ ପୂର୍ବେ ଗୋଆରେ ହୋଇଥିବା ଏହି କମ୍ପାନିର ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ଗୋବିନ୍ଦା। କାର୍ଯ୍ୟକ୍ରମରେ ସାମିଲ ହୋଇ ସେ STA ରେ ଟଙ୍କା ବିନିଯୋଗ କରିବାକୁ ଲୋକଙ୍କୁ ଉତ୍ସାହିତ କରିଥିଲେ। ଫଳରେ ଗୋବିନ୍ଦାଙ୍କ କଥାକୁ ବିଶ୍ୱାସ କରି ବହୁ ସଂଖ୍ୟାରେ ଲୋକେ ଏହି କମ୍ପାନୀରେ ପ୍ରାୟ ହଜାରେ କୋଟିରୁ ଊର୍ଦ୍ଧ୍ୱ ବିନିଯୋଗ କରିଥିବା ଜଣାଯାଇଛି।
କ୍ରାଇମ୍ବ୍ରାଞ୍ଚ ଆଇଜି ଜୟ ନାରାୟଣ ପଙ୍କଜ କହିଛନ୍ତି, ଗତ ଜୁଲାଇ ମାସରେ ଗୋଆରେ ଏସ୍ଟିଏର ଏକ ବିଶାଳ ସମାରୋହ ହୋଇଥିଲା । ସେଥିରେ ଗୋବିନ୍ଦା ଯୋଗଦେଇଥିଲେ । ଏହି ସମୟରେ ସେଠାରେ ସେ କମ୍ପାନୀକୁ ପ୍ରାତ୍ସାହିତ କରିଥିଲେ । ଯାହର କିଛି ଭିଡିଓରେ ଆମ ହାତରେ ଲାଗିଛି । ତାଙ୍କୁ ଜେରା କରିବାକୁ ଆମେ ଖୁବଶୀଘ୍ର ମୁମ୍ୱାଇକୁ ଏକ ଟିମ୍ ପଠାଇବୁ I ତେବେ ସେ କହିଛନ୍ତି ଗୋବିନ୍ଦଙ୍କୁ ଏଥିରେ ଅଭିଯୁକ୍ତ ବୋଲି ଆମେ ଭାବୁନାହୁଁ ,ଏହି ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ ପରେ ସଠିକ ତଥ୍ୟ ପଦାକୁ ଆସିବ I ତେଣୁ ଏହି କମ୍ପାନୀରେ ଗୋବିନ୍ଦା ଭୂମିକା କଣ ଥିଲା, ତାହାର ଖୋଳତାଡ଼ କରିବ ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲୁ) ।




