ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ବାସଭବନ ଆଗରେ ଅମିନ ଆର.ଆଇ ପରୀକ୍ଷାର୍ଥୀଙ୍କ ଭିଡ଼
ଭୁବନେଶ୍ୱର : ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜଙ୍କ ସରକାରୀ ବାସଭବନ ଘେରାଉ କଲେ ପରୀକ୍ଷାର୍ଥୀ । ରାଜ୍ୟରେ ଚାଲୁଥିବା ଅମିନ,ଆର୍ ଆଇ ଏବଂ ଏଆର୍ ଆଇ ନିଯୁକ୍ତି ପରୀକ୍ଷା କେନ୍ଦ୍ରରେ ହେଉଥିବା ବ୍ୟାପକ ଅବ୍ୟବସ୍ଥା କୁ ନେଇ ଉତ୍ତେଜିତ ହୋଇଛନ୍ତି ପରୀକ୍ଷାର୍ଥୀ । ଅନଲାଇନ୍ ପରୀକ୍ଷା ବଦଳରେ ଅଫଲାଇନ୍ ପରୀକ୍ଷା କରିବାକୁ ଆଶାୟୀ ପରୀକ୍ଷାର୍ଥୀମାନେ ଦାବି କରିଛନ୍ତି । କେଉଁଠି ମାଉସ୍ ଚାଲୁନି ତ କେଉଁଠି ଶୌଚାଳୟ ନାହିଁ। ବହୁ ପରୀକ୍ଷା କେନ୍ଦ୍ରରେ ବସିବା ପାଇଁ ସ୍ଥାନ […]
ଭୁବନେଶ୍ୱର : ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜଙ୍କ ସରକାରୀ ବାସଭବନ ଘେରାଉ କଲେ ପରୀକ୍ଷାର୍ଥୀ । ରାଜ୍ୟରେ ଚାଲୁଥିବା ଅମିନ,ଆର୍ ଆଇ ଏବଂ ଏଆର୍ ଆଇ ନିଯୁକ୍ତି ପରୀକ୍ଷା କେନ୍ଦ୍ରରେ ହେଉଥିବା ବ୍ୟାପକ ଅବ୍ୟବସ୍ଥା କୁ ନେଇ ଉତ୍ତେଜିତ ହୋଇଛନ୍ତି ପରୀକ୍ଷାର୍ଥୀ । ଅନଲାଇନ୍ ପରୀକ୍ଷା ବଦଳରେ ଅଫଲାଇନ୍ ପରୀକ୍ଷା କରିବାକୁ ଆଶାୟୀ ପରୀକ୍ଷାର୍ଥୀମାନେ ଦାବି କରିଛନ୍ତି । କେଉଁଠି ମାଉସ୍ ଚାଲୁନି ତ କେଉଁଠି ଶୌଚାଳୟ ନାହିଁ। ବହୁ ପରୀକ୍ଷା କେନ୍ଦ୍ରରେ ବସିବା ପାଇଁ ସ୍ଥାନ ନାହିଁ। ହୋଟେଲ୍ ଉପରେ ବା ଭଡ଼ା ଘରେ ପରୀକ୍ଷା ହେଉଛି। ସାଇବର କାଫେ ଓ ଛୋଟ ଘରେ କିଛି କଂପ୍ୟୁଟର ରଖି ଦେଇ ପରୀକ୍ଷା କରାଯାଉଥିବା ଅଭିଯୋଗ ହୋଇଛି।
ଚଳିତ ବର୍ଷ ହେଉଥିବା ଆରଆଇ ଏବଂ ଅମୀନ ପରୀକ୍ଷା ପାଇଁ ସପିଂ ମଲ, ମାର୍କେଟ କମ୍ପ୍ଲେକ୍ସ ଏବଂ ହୋଟେଲ କରାଯିବାକୁ ନେଇ ପ୍ରଶ୍ନ ଉଠିଛି । ଏଠାରେ ପରୀକ୍ଷାରେ ହେଉଥିବାରୁ ଅନିୟମିତା ହେଉଥିବା ନେଇ ପରୀକ୍ଷାର୍ଥୀମାନେ ପ୍ରଶ୍ନ ଉଠାଇଛନ୍ତି । ପରୀକ୍ଷାରେ ସ୍ୱଚ୍ଛତା ନେଇ ପରୀକ୍ଷାର୍ଥୀମାନେ ସନ୍ଦେହ ପ୍ରକାଶ କରିଛନ୍ତି । ଏହା ସହିତ ଅନଲାଇନ ପରୀକ୍ଷାରେ ଅନିୟମିତତା ହେଉଥିବା ନେଇ ସେମାନେ ଅଭିଯୋଗ କରିଛନ୍ତି । ତେଣୁ ଅଫଲାଇନରେ ପରୀକ୍ଷା କରିବା ଦାବିରେ ଉଚ୍ଚ ଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜଙ୍କୁ ଭେଟି ଅଭିଯୋଗ ଜଣାଇବାକୁ ତାଙ୍କ ସରକାରୀ ବାସଭବନ ସମ୍ମୁଖରେ ଭିଡ଼ ଜମାଇଛନ୍ତି ଆଶାୟୀ ।
ସେହିପରି ସାରା ରାଜ୍ୟରୁ ପରୀକ୍ଷାର୍ଥୀଙ୍କ ଅଭିଯୋଗ। କଟକରେ ଶହ ଶହ ଆଶାୟୀ ପଦଯାତ୍ରାରେ ଯାଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି । କୌଣସି ଉତ୍ତେଜନା ପରିସ୍ଥିତିକୁ ଏଡ଼ାଇବା ପାଇଁ ମନ୍ତ୍ରୀଙ୍କ ଘର ସାମ୍ନାରେ ବ୍ୟାପକ ପୁଲିସ ଫୋର୍ସ ମୁତୟନ କରାଯାଇଛି । ପୁଲିସ ମନ୍ତ୍ରୀଙ୍କ ଘର ଆଗରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି ।
ସୂଚନାନୁସାରେ,ନାମକ ଏକ କମ୍ପାନୀକୁ ଦାୟିତ୍ୱ ଦେଇଥିଲେ । ମାତ୍ର ସଂପୃକ୍ତ କମ୍ପାନୀ କଳା ତାଲିକାଭୁକ୍ତ କରାଯାଇଛି । ଏହା ପରେ ସମ୍ପୃକ୍ତ କମ୍ପାନୀ ଅଧିନରେ ପରୀକ୍ଷା କରାଇବାକୁ ନେଇ ଛାତ୍ରଛାତ୍ରୀମାନେ ବିରୋଧ କରିଛନ୍ତି । କମ୍ପାନୀକୁ ହଟାଇବାକୁ ଦାବି କରାଯାଇଛି ।




