କଟନି ଛଟନି ସମ୍ପୂର୍ଣ୍ଣ ବନ୍ଦ ହେବ – ମନ୍ତ୍ରୀ

ଭୁବନେଶ୍ୱର : ଚାଷୀଙ୍କ ଠାରୁ ଧାନ କିଣାରେ କଟନୀ ଛଟନୀ ସଂପୂର୍ଣ୍ଣ ବନ୍ଦ ହେବ । ସୀମାବର୍ତ୍ତୀ ଜିଲ୍ଲା ଗୁଡ଼ିକରେ ଚେକିଂ କଡ଼ାକଡ଼ି କରାଯିବ । ସିସିଟିଭି କ୍ୟାମେରା ଲଗାଯିବ ସହ ପାଟ୍ରୋଲିଂ କରାଯିବ । ବାହାର ଗାଡି ଯେମିତି ପ୍ରବେଶ କରିବ ନାହିଁ ସବୁ ଗାଡ଼ି ଚେକିଂ କରାଯିବ ବୋଲି କହିଛନ୍ତି ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ଯେଉଁମାନେ ନଭେମ୍ବର ୨୦ ତାରିଖରୁ ଡିସେମ୍ବର ୮ ତାରିଖ ପର୍ଯ୍ୟନ୍ତ ଧାନ ଦେଇଥିବେ […]

Samaya Live Picture
Published On

ଭୁବନେଶ୍ୱର : ଚାଷୀଙ୍କ ଠାରୁ ଧାନ କିଣାରେ କଟନୀ ଛଟନୀ ସଂପୂର୍ଣ୍ଣ ବନ୍ଦ ହେବ । ସୀମାବର୍ତ୍ତୀ ଜିଲ୍ଲା ଗୁଡ଼ିକରେ ଚେକିଂ କଡ଼ାକଡ଼ି କରାଯିବ । ସିସିଟିଭି କ୍ୟାମେରା ଲଗାଯିବ ସହ ପାଟ୍ରୋଲିଂ କରାଯିବ । ବାହାର ଗାଡି ଯେମିତି ପ୍ରବେଶ କରିବ ନାହିଁ ସବୁ ଗାଡ଼ି ଚେକିଂ କରାଯିବ ବୋଲି କହିଛନ୍ତି ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ।

ଯେଉଁମାନେ ନଭେମ୍ବର ୨୦ ତାରିଖରୁ ଡିସେମ୍ବର ୮ ତାରିଖ ପର୍ଯ୍ୟନ୍ତ ଧାନ ଦେଇଥିବେ ସେମାନେ ଡିସେମ୍ବର ୮ ତାରିଖରେ କୁଇଣ୍ଟାଲ ପିଛା ଅଧିକ ୮୦୦ ଟଙ୍କା ପାଇବେ । ୮ ତାରିଖ ପରେ ୪୮ ଘଣ୍ଟା ମଧ୍ୟରେ ୮୦୦ ଟଙ୍କା ଲେଖାଏଁ ସବସିଡି ପାଇବେ ଚାଷୀ । ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବା MSP କୁଇଣ୍ଟାଲ ପିଛା ୨୩ଶହ ଟଙ୍କା ପ୍ରଦାନ କରାଯିବ। ଡିସେମ୍ବର ୮ ଠାରୁ ୨୩ଶହ ଟଙ୍କା ସହିତ ଅତିରିକ୍ତ ୮ଶହ ଟଙ୍କା ଚାଷୀଙ୍କ ବ୍ୟାଙ୍କ ଖାତାକୁ ୪୮ ଘଣ୍ଟା ମଧ୍ୟରେ DBT ଜରିଆରେ ପ୍ରଦାନ କରାଯିବ । ବରଗଡ଼ ସୋହେଲାରେ ହେବାକୁ ଥିବା ଚାଷୀ ଅଧିବେଶନରେ ଚାଷୀ ମାନଙ୍କୁ ସବସିଡି ପ୍ରଦାନ କରାଯିବ । ଧାନ ସଂଗ୍ରହକୁ ଉତ୍ସବ ଆକାରରେ ପାଳନ କରିବେ ରାଜ୍ୟ ସରକାର। ପ୍ରତି ଜିଲ୍ଲାରେ ଚାଷୀ ସମାବେଶ କରାଯିବ । ଆସନ୍ତା ୮ ତାରିଖରେ ବରଗଡ଼ ସୋହେଲାରୁ ଚାଷୀ ସମାବେଶ ଜରିଆରେ ଏହି ଉତ୍ସବ ଆରମ୍ଭ କରାଯିବ ବୋଲି ଯୋଗାଣ ମନ୍ତ୍ରୀ କହିଛନ୍ତି।

ସେହିପରି ୧୫ ତାରିଖରୁ ପର୍ଯ୍ୟାୟ କ୍ରମେ ମିଳିବାକୁ ଥିବା ଟୋକନର ଅବଧି ଗୋଟେ ମାସ ରହିବ । ଜିଲ୍ଲାପାଳଙ୍କୁ କ୍ଷମତା ଦିଆ ଯାଇଛି ସେମାନେ ଟୋକନ ଅବଧିକୁ ଆଉ ୭ ଦିନ ବଢ଼ାଇ ପାରିବେ । ବରଗଡ଼ ଜିଲ୍ଲାରୁ ୨୦ ତାରିଖରୁ ଧାନ କିଣା ଆରମ୍ଭ ହେବ । ୮ ଡିସେମ୍ବରରେ ମୁଖ୍ୟମନ୍ତ୍ରୀ ସୋହେଲା ବଡ଼ ଚାଷୀ ସମାବେଶରେ ଯୋଗ ଦେବେ । ଚଳିତ ବର୍ଷ ୧୭ ଲକ୍ଷରୁ ଅଧିକ ଚାଷୀ ଧାନ ବିକ୍ରି ପାଇଁ ପଞ୍ଜିକୃତ କରିଛନ୍ତି ।

Tags: