ମଇଁଷି ଚରାଳିକୁ ଟାଣିନେଲା କୁମ୍ଭୀର

ପଟ୍ଟାମୁଣ୍ଡାଇ : କେନ୍ଦ୍ରାପଡା ଜିଲ୍ଲାରେ ଥମୁନାହିଁ କୁମ୍ଭୀର ଆତଙ୍କ I ମଇଁଷି ଚାରାଳୀଙ୍କୁ ଟାଣିନେଇଛି କୁମ୍ଭୀର I ବ୍ରାହ୍ମଣୀ ନଦୀ କୂଳରେ ରାଜପୁର ଗାଁର ଭାସ୍କର ରାଉତ ମଇଁଷି ଚରାଉଥିବାବେଳେ ପାଣି ଭିତରକୁ କୁମ୍ଭୀର ଟାଣିନେଇଥିବା ସୂଚନା ମିଳିଛି । ଗତ ୨ ମାସ ମଧ୍ୟରେ ୪ ଜଣଙ୍କୁ କୁମ୍ଭୀର ଟାଣି ନେଇଥିବାରୁ ଗାଁରେ ଆତଙ୍କ ଖେଳି ଯାଇଛି I ଏହା ପୂର୍ବରୁ କେନ୍ଦ୍ରାପଡା ଜିଲ୍ଲା ମହାକାଳପଡା ଗାଁର ନାଗା ମଲ୍ଲିକ, ଯଶୁଆ ମଲ୍ଲିକ, ଓ ଟହଲି […]

Samaya Live Picture
Published On

ପଟ୍ଟାମୁଣ୍ଡାଇ : କେନ୍ଦ୍ରାପଡା ଜିଲ୍ଲାରେ ଥମୁନାହିଁ କୁମ୍ଭୀର ଆତଙ୍କ I ମଇଁଷି ଚାରାଳୀଙ୍କୁ ଟାଣିନେଇଛି କୁମ୍ଭୀର I ବ୍ରାହ୍ମଣୀ ନଦୀ କୂଳରେ ରାଜପୁର ଗାଁର ଭାସ୍କର ରାଉତ ମଇଁଷି ଚରାଉଥିବାବେଳେ ପାଣି ଭିତରକୁ କୁମ୍ଭୀର ଟାଣିନେଇଥିବା ସୂଚନା ମିଳିଛି । ଗତ ୨ ମାସ ମଧ୍ୟରେ ୪ ଜଣଙ୍କୁ କୁମ୍ଭୀର ଟାଣି ନେଇଥିବାରୁ ଗାଁରେ ଆତଙ୍କ ଖେଳି ଯାଇଛି I

ଏହା ପୂର୍ବରୁ କେନ୍ଦ୍ରାପଡା ଜିଲ୍ଲା ମହାକାଳପଡା ଗାଁର ନାଗା ମଲ୍ଲିକ, ଯଶୁଆ ମଲ୍ଲିକ, ଓ ଟହଲି ମଲ୍ଲିକ୍‌ ଗୋବରୀ ନଦୀରୁ ମାଛ ଧରୁଥିବା ବେଳେ ନାଗା ମଲ୍ଲିକଙ୍କୁ ନଦୀ ଭିତରକୁ କୁମ୍ଭୀର ଟାଣି ନେଇଥିଲା ।

ରଜ ବେଳେ ମାଆ ଆଗରେ ନାବାଳକକୁ ନଦୀ ଭତରକୁ ଟାଣି ମାରିଦେଇଥିଲା । ସେହିଭଳି ୨୨ ତାରିଖରେ ରାଜନଗର ବ୍ଲକ ହାତିଆଗଡ଼ି ଗାଁର ଜଣେ ମହିଳା ନିଜ ବାଡ଼ି ପଛ ପୋଖରୀରେ ବାସନ ମାଜୁଥିବା ବେଳେ ତାଙ୍କୁ କୁମ୍ଭୀର ଟାଣି ନେଇଥିଲା । ପରେ ମହିଳାଙ୍କ କ୍ଷତ ବିକ୍ଷତ ମୃତଦେହ ଉଦ୍ଧାର କରିଥିଲା ଅଗ୍ନିଶମ ବାହିନୀ ।

Tags: