ରକ୍ତମୁଖା କୁମ୍ଭୀର,ଯୁବକ ମୃତ

ରାଜନଗର : ପୁଣି ରକ୍ତମୁଖା ହେଲା କୁମ୍ଭୀର I ସ୍ତ୍ରୀ ଆଖି ସାମ୍ନାରୁ ସ୍ୱାମୀଙ୍କୁ ଟାଣିନେଲା I କେନ୍ଦ୍ରାପଡା ଜିଲ୍ଲା ରାଜନଗର ଚାନ୍ଦି ବାଉଁଶମୂଳ ଦକ୍ଷୀଣ ବେଢାରେ ଘଟିଛି ଏହି ଅଭାବନୀୟ ଘଟଣା I ନିଖୋଜ ଯୁବକ ଜଣଙ୍କ ହେଉଛନ୍ତି ନିମାଇଁ ମଲ୍ଲିକ I ତାଙ୍କୁ ଅଂଶୁପା ନଦୀରେ ଏପର୍ଯ୍ୟନ୍ତ ଖୋଜାଖୋଜି ଚାଲିଛି,ମାତ୍ର ତାଙ୍କର କୌଣସି ପତ୍ତା ମିଳିପାରିନାହିଁ I ସୂଚନାନୁସାରେ,ଆଜି ସକାଳେ ନିମାଇଁ ଏବଂ ତାଙ୍କ ସ୍ତ୍ରୀ ଚାଷ ଜମିକୁ ପାଣି ମଡ଼ାଇବା ପାଇଁ ଅଂଶୁପା […]

Samaya Live Picture
Published On

ରାଜନଗର : ପୁଣି ରକ୍ତମୁଖା ହେଲା କୁମ୍ଭୀର I ସ୍ତ୍ରୀ ଆଖି ସାମ୍ନାରୁ ସ୍ୱାମୀଙ୍କୁ ଟାଣିନେଲା I କେନ୍ଦ୍ରାପଡା ଜିଲ୍ଲା ରାଜନଗର ଚାନ୍ଦି ବାଉଁଶମୂଳ ଦକ୍ଷୀଣ ବେଢାରେ ଘଟିଛି ଏହି ଅଭାବନୀୟ ଘଟଣା I ନିଖୋଜ ଯୁବକ ଜଣଙ୍କ ହେଉଛନ୍ତି ନିମାଇଁ ମଲ୍ଲିକ I ତାଙ୍କୁ ଅଂଶୁପା ନଦୀରେ ଏପର୍ଯ୍ୟନ୍ତ ଖୋଜାଖୋଜି ଚାଲିଛି,ମାତ୍ର ତାଙ୍କର କୌଣସି ପତ୍ତା ମିଳିପାରିନାହିଁ I

ସୂଚନାନୁସାରେ,ଆଜି ସକାଳେ ନିମାଇଁ ଏବଂ ତାଙ୍କ ସ୍ତ୍ରୀ ଚାଷ ଜମିକୁ ପାଣି ମଡ଼ାଇବା ପାଇଁ ଅଂଶୁପା ନଦୀକୁ ଯାଇଥିଲେ I ସ୍ୱାମୀ ଜମିରେ ପାଣି ମଡIଉଥିବା ବେଳେ,ସ୍ତ୍ରୀ ପାଖରେ ଥିଲେ I ଏହି ସମୟରେ କୁମ୍ଭୀର ଆସି ନିମାଇଁ ଙ୍କୁ ନଦୀ ଭିତରକୁ ଟାଣି ନେଇଥିଲା I ତାଙ୍କୁ ବଞ୍ଚାଇବା ପାଇଁ ସ୍ତ୍ରୀ ଆର୍ତ୍ତ ଚିତ୍କାର କରି ପରିବାର ଓ ଗାଁ ଲୋକଙ୍କୁ ଜଣାଇଥିଲେ I ଘଟଣାସ୍ଥଳରେ ଗାଁ ଲୋକେ ପୋଲିସ ସହିତ ଅଗ୍ନିଶମ ବାହିନୀ ପହଞ୍ଚି ଖୋଜାଖୋଜି ଚଳାଇଛି I କିନ୍ତୁ ଏପର୍ଯ୍ୟନ୍ତ ତାଙ୍କର ପତ୍ତା ମିଳିପାରି ନାହିଁ I

Tags: