ବଣିକ କୋଚିଂ ଉପରେ କ୍ରାଇମବ୍ରାଞ୍ଚ ଚଢ଼ାଉ

ଭୁବନେଶ୍ୱର : ପୁଲିସ ଏସଆଇ ପରୀକ୍ଷା ମହା ଦୁର୍ନୀତି । ଭୁବନେଶ୍ୱର ସିଆରପି ଛକରେ ଥିବା ବଣିକ କୋଚିଂ ସେଣ୍ଟର ଉପରେ କ୍ରାଇମବ୍ରାଞ୍ଚ ଚଢ଼ାଉ । ପରୀକ୍ଷାର୍ଥୀଙ୍କ ଠାରୁ ୨୫ ଲକ୍ଷ ଟଙ୍କା ନେଇ ଚାକିରୀ ପାଇଁ ହେଉଥିଲା ଡ଼ିଲ । ନିଯୁକ୍ତି ଦୁର୍ନୀତି ମାମଲାରେ ଲିଙ୍କ୍‌ ଥିବା ସନ୍ଦେହରେ କ୍ରାଇମବ୍ରାଞ୍ଚ ପକ୍ଷରୁ ଗୁରୁବାର ଚଢ଼ାଉ କରାଯାଇଛି। ବଣିକ ର ୫ ବର୍ଷର ରେକର୍ଡ ଖୋଜୁଛି ପୋଲିସ I କ୍ରାଇମବ୍ରାଞ୍ଚ ଅଧିକାରୀମାନେ ଉକ୍ତ କୋଚିଂ ସେଣ୍ଟରରେ ପଶି […]

ବଣିକ କୋଚିଂ ଉପରେ କ୍ରାଇମବ୍ରାଞ୍ଚ ଚଢ଼ାଉ
Samaya Live Picture
Published On

ଭୁବନେଶ୍ୱର : ପୁଲିସ ଏସଆଇ ପରୀକ୍ଷା ମହା ଦୁର୍ନୀତି । ଭୁବନେଶ୍ୱର ସିଆରପି ଛକରେ ଥିବା ବଣିକ କୋଚିଂ ସେଣ୍ଟର ଉପରେ କ୍ରାଇମବ୍ରାଞ୍ଚ ଚଢ଼ାଉ । ପରୀକ୍ଷାର୍ଥୀଙ୍କ ଠାରୁ ୨୫ ଲକ୍ଷ ଟଙ୍କା ନେଇ ଚାକିରୀ ପାଇଁ ହେଉଥିଲା ଡ଼ିଲ । ନିଯୁକ୍ତି ଦୁର୍ନୀତି ମାମଲାରେ ଲିଙ୍କ୍‌ ଥିବା ସନ୍ଦେହରେ କ୍ରାଇମବ୍ରାଞ୍ଚ ପକ୍ଷରୁ ଗୁରୁବାର ଚଢ଼ାଉ କରାଯାଇଛି। ବଣିକ ର ୫ ବର୍ଷର ରେକର୍ଡ ଖୋଜୁଛି ପୋଲିସ I କ୍ରାଇମବ୍ରାଞ୍ଚ ଅଧିକାରୀମାନେ ଉକ୍ତ କୋଚିଂ ସେଣ୍ଟରରେ ପଶି ବିଭିନ୍ନ କାଗଜପତ୍ର ଯାଞ୍ଚ କରିଛନ୍ତି । ଆନ୍ଧ୍ରପ୍ରଦେଶର ବିଜୟନଗର ସ୍ଵତନ୍ତ୍ର କୋଚିଂ ପାଇଁ ଯାଉଥିବା ପରିକ୍ଷାର୍ଥୀମାନଙ୍କ ମଧ୍ୟରୁ କିଛି ଛାତ୍ରଛାତ୍ରୀ ଏହି କୋଚିଂ ସେଣ୍ଟର ବୋଲି ତଦନ୍ତରୁ ଜଣାପଡ଼ିବା ପରେ କ୍ରାଇମବ୍ରାଞ୍ଚ ସେଠାରେ ଚଢ଼ାଉ କରିଛି। ମାମଲାରେ ଅନୁଷ୍ଠାନର କିଛି ଲିଙ୍କ୍‌ ରହିଛି କି ନାହିଁ ତାହାର ଖୋଳତାଡ଼ କରାଯାଉଛି। ଚଢ଼ାଉ ସମୟରେ କ୍ରାଇମବ୍ରାଞ୍ଚ ଡିଏସ୍ପି ନରେନ୍ଦ୍ର ବେହେରା ଏହି ସୂଚନା ଦେଇଛନ୍ତି ।

ସୂଚନାଯୋଗ୍ୟ, ଏହି ମାମଲାରେ ବର୍ତ୍ତମାନ ସୁଦ୍ଧା ୧୧୯ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ସେମାନଙ୍କ ମଧ୍ୟରେ ୫ ଜଣ ଦଲାଲ ରହିଛନ୍ତି। ଏହି ଘଟଣାର ଗିରଫ ୧୧୯ ଜଣଙ୍କ ଜାମିନ ଆବେଦନକୁ ଖାରଜ କରିଛନ୍ତି ବ୍ରହ୍ମପୁର ଜିଲା ଓ ସେସନ୍ସ ଜଜ କୋର୍ଟ । ମାମଲାର ମୁଖ୍ୟ ଷଡ଼ଯନ୍ତ୍ରକାରୀ ତଥା ପରୀକ୍ଷା ପରିଚାଳନା ସଂସ୍ଥା ପଞ୍ଚସଫ୍ଟର ମୁଖ୍ୟ ଶଙ୍କର ପୃଷ୍ଟି ଫେରାର ରହିଥିବାବେଳେ ତାଙ୍କୁ ଧରିବାକୁ କ୍ରାଇମବ୍ରାଞ୍ଚ ତନାଘନା ଜାରି ରଖିଛି।

Tags: