ଭରତପୁର ପୀଡ଼ିତାଙ୍କୁ ନେଇ ସିନ ରିକ୍ରିଏସନ କଲା କ୍ରାଇମବ୍ରାଞ୍ଚ
ଭୁବନେଶ୍ୱର : ଭରତପୁର ଥାନା ପୋଲିସ-ମେଜର ବିବାଦ । ମେଜରଙ୍କ ସହିତ ବାନ୍ଧବୀଙ୍କୁ ନେଇ ଘଟଣାସ୍ଥଳର ସିନ ରିକ୍ରିଏସନ କରୁଛି କ୍ରାଇମବ୍ରାଞ୍ଚ । ୪୫ମିନିଟ ଧରି ଅନୁଧ୍ୟାନ କରିବା ପରେ ଚନ୍ଦକା ଥାନା ସୁନ୍ଦରପୁରରେ ଯାଇ ଅନୁଧ୍ୟାନ କରିଛି କ୍ରାଇମବ୍ରାଞ୍ଚ ଟିମ୍ । ଏହାପରେ ପୀଡିତାଙ୍କୁ ଦୁର୍ବ୍ୟବହାର ହୋଇଥିବା ସ୍ଥାନରେ ସିନ୍ ରିକ୍ରିଏସନ୍ କରି କ୍ୟାମେରାରେ ସବୁ ରେକର୍ଡ କରାଯାଇଛି । ସେପଟେ ଭରତପୁର ଥାନାରେ କ୍ରାଇମବ୍ରାଞ୍ଚ୍ ଟିମ୍ ପହଞ୍ଚି କରିଛି ଛାନବିନ। ଆର୍ମି ସୁରକ୍ଷାରେ ଥାନାରେ […]
ଭୁବନେଶ୍ୱର : ଭରତପୁର ଥାନା ପୋଲିସ-ମେଜର ବିବାଦ । ମେଜରଙ୍କ ସହିତ ବାନ୍ଧବୀଙ୍କୁ ନେଇ ଘଟଣାସ୍ଥଳର ସିନ ରିକ୍ରିଏସନ କରୁଛି କ୍ରାଇମବ୍ରାଞ୍ଚ । ୪୫ମିନିଟ ଧରି ଅନୁଧ୍ୟାନ କରିବା ପରେ ଚନ୍ଦକା ଥାନା ସୁନ୍ଦରପୁରରେ ଯାଇ ଅନୁଧ୍ୟାନ କରିଛି କ୍ରାଇମବ୍ରାଞ୍ଚ ଟିମ୍ । ଏହାପରେ ପୀଡିତାଙ୍କୁ ଦୁର୍ବ୍ୟବହାର ହୋଇଥିବା ସ୍ଥାନରେ ସିନ୍ ରିକ୍ରିଏସନ୍ କରି କ୍ୟାମେରାରେ ସବୁ ରେକର୍ଡ କରାଯାଇଛି । ସେପଟେ ଭରତପୁର ଥାନାରେ କ୍ରାଇମବ୍ରାଞ୍ଚ୍ ଟିମ୍ ପହଞ୍ଚି କରିଛି ଛାନବିନ। ଆର୍ମି ସୁରକ୍ଷାରେ ଥାନାରେ ପହଞ୍ଚିଥିଲେ କ୍ୟାପଟେନ ଓ ବାନ୍ଧବୀ। ଥାନା ଭିତରେ ସବୁ ଦିଗକୁ ନେଇ ଯାଞ୍ଚ କରିଛି ଟିମ୍। ଏହି ସମୟରେ ଭରତପୁର ଥାନାର ନୂଆ ଆଇଆଇସିଙ୍କ ସମେତ ସମସ୍ତ ପୋଲିସ ଉପସ୍ଥିତ ଥିଲେ ।
ଅନ୍ୟପଟେ ବୁଧବାର କୋର୍ଟ ହାଜର ହେବେ ଦୀନକୃଷ୍ଣ ମିଶ୍ର । ଦୀନକୃଷ୍ଣ ମିଶ୍ରଙ୍କ ଲାଏ ଡିଟେକ୍ସନ ଟେଷ୍ଟ ଶୁଣାଣି ହେବ । ନିଲମ୍ବିତ IIC ଦୀନକୃଷ୍ଣ ମିଶ୍ରଙ୍କ ଟେଷ୍ଟ ପାଇଁ ହେବ ଶୁଣାଣି । ଭୁବନେଶ୍ବର JMFC କୋର୍ଟରେ ହେବ ଶୁଣାଣି ।
ସୂଚନା ଅନୁସାରେ ଗତ ୧୪ ତାରିଖରେ ଚନ୍ଦକା ପଥରଗାଡିଆ ରାସ୍ତାରେ ରୋଡ ରୋମିଓଙ୍କ ଦ୍ୱାରା ଦୁର୍ବ୍ୟବହାର ସହ ଆକ୍ରମଣ ହୋଇଥିବା ନେଇ ଭରତପୁର ଥାନାରେ ଅଭିଯୋଗ କରିବାକୁ ଯାଇଥିଲେ ମେଜର ଓ ତାଙ୍କ ବାନ୍ଧବୀ। ହେଲେ ସେଠାରେ ପୁଲିସ ସେମାନଙ୍କୁ ନିର୍ଯାତନା ଦେଇଥିବା ଅଭିଯୋଗ ଆଣିଥିଲେ ପୀଡିତା।




