ଧର୍ମଶାଳା ବିଧାୟକଙ୍କୁ ଆକ୍ରମଣ ଘଟଣାରେ କ୍ରାଇମବ୍ରାଞ୍ଚର ଛାନଭିନ: ବିଧାୟକଙ୍କ ପିଏସଓ଼ଙ୍କ ହେବ ବୟାନ ରେକର୍ଡ

ଧର୍ମଶାଳା:ଧର୍ମଶାଳା ବିଧାୟକଙ୍କୁ ଆକ୍ରମଣ ଘଟଣାରେ ଆଜିଠୁ ତଦନ୍ତ ଆରମ୍ଭ କରିବ କ୍ରାଇମବ୍ରାଞ୍ଚ।ବିଧାୟକଙ୍କ ଉପରେ ଆକ୍ରମଣ ସହିତ ରାସ୍ତା ରୋକ, ଥାନା ଘେରାଉ ଏହି ସବୁ ମାମଲାରେ କ୍ରାଇମ ବ୍ରାଞ ତଦନ୍ତ କରିବ। ଯାଜପୁରରେ ଗତକାଲି ରାତି ରୁ ପହଞ୍ଚିଛି କ୍ରାଇମ୍ବ୍ରାଞ୍ଚ ଟିମ୍। ଧର୍ମଶାଳା ବିଧାୟକଙ୍କୁ ଆକ୍ରମଣ ଘଟଣାରେ କ୍ରାଇମ୍ ବ୍ରାଞ୍ଚ ହାତକୁ ଯାଇଛି ତିନୋଟି କେଶ୍। ୩ଟି ଟିମ ଗଠନ କରି ତଦନ୍ତ ଆରମ୍ଭ କରିଛି କ୍ରାଇମବ୍ରାଞ୍ଚ। କ୍ରାଇମବ୍ରାଞ୍ଚ ADG ବିନୟତୋଷ ମିଶ୍ରଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନ ତଦନ୍ତ […]

Samaya Live Picture
Published On

ଧର୍ମଶାଳା:ଧର୍ମଶାଳା ବିଧାୟକଙ୍କୁ ଆକ୍ରମଣ ଘଟଣାରେ ଆଜିଠୁ ତଦନ୍ତ ଆରମ୍ଭ କରିବ କ୍ରାଇମବ୍ରାଞ୍ଚ।ବିଧାୟକଙ୍କ ଉପରେ ଆକ୍ରମଣ ସହିତ ରାସ୍ତା ରୋକ, ଥାନା ଘେରାଉ ଏହି ସବୁ ମାମଲାରେ କ୍ରାଇମ ବ୍ରାଞ ତଦନ୍ତ କରିବ। ଯାଜପୁରରେ ଗତକାଲି ରାତି ରୁ ପହଞ୍ଚିଛି କ୍ରାଇମ୍ବ୍ରାଞ୍ଚ ଟିମ୍। ଧର୍ମଶାଳା ବିଧାୟକଙ୍କୁ ଆକ୍ରମଣ ଘଟଣାରେ କ୍ରାଇମ୍ ବ୍ରାଞ୍ଚ ହାତକୁ ଯାଇଛି ତିନୋଟି କେଶ୍। ୩ଟି ଟିମ ଗଠନ କରି ତଦନ୍ତ ଆରମ୍ଭ କରିଛି କ୍ରାଇମବ୍ରାଞ୍ଚ। କ୍ରାଇମବ୍ରାଞ୍ଚ ADG ବିନୟତୋଷ ମିଶ୍ରଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନ ତଦନ୍ତ କରୁଛି କ୍ରାଇବ୍ରାଞ୍ଚବ୍ରାଞ୍ଚ।ତଦନ୍ତ ଅଧିକାରୀଙ୍କ ସହ ଆଡିସନାଲ ଏସ୍ପି ଓ DSP ରାଙ୍କର ଦକ୍ଷ ଅଧିକାରୀ ଙ୍କୁ ନେଇ ଟିମ ଗଠନ କରିଛି କ୍ରାଇମ ବ୍ରାଞ୍ଚ। ଆଜି ପ୍ରଥମ ପର୍ଯ୍ଯ୍ୟାୟରେ ବିଧାୟକଙ୍କ ପିଏସଓ଼ ବୟାନ ରେକର୍ଡ କରିବ କ୍ରାଇମବ୍ରାଞ୍ଚ।ଧର୍ମଶାଳା ବିଧାୟକଙ୍କୁ ଆକ୍ରମଣ ଘଟଣାରେ କଲ CDR ରେକର୍ଡ଼ ଅନୁସାରେ ବବି ଦାସଙ୍କୁ ପଚରାଉଚୁରା କରିବା ସହ ପୂର୍ବତନ ବିଧାୟକଙ୍କୁ ତଦନ୍ତ ପରିସର ଭୁକ୍ତ କରି ପାରେ କ୍ରାଇମବ୍ରାଞ୍ଚ।

Tags: