ଶ୍ରୀମନ୍ଦିର ଗୁମୁଟରେ ଫାଟ,ମରାମତି ପାଇଁ ଦାବି
ପୁରୀ : ପୁରୀ ଶ୍ରୀମନ୍ଦିରର ଉତ୍ତର ଦ୍ୱାର ଗୁମୁଟର ଏକ ଫାଟସୃଷ୍ଟି ହୋଇଛି । ଗୁମୁଟରେ ଡାହାଣପଟରେ ଥିବା ପଦ୍ମ ପାଖୁଡ଼ା ତଳ ଭାଗରେ ଏହି ଫାଟ ଦେଖାଦେଇଥିବା ଜଣାପଡ଼ିଛି। ଏହା ସହ ଗୁମୁଟରେ ହୋଇଥିବା ଭାସ୍କର୍ଯ୍ୟରୁ କିଛି ପଥର ଖସି ତଳେ ପଡ଼ିଛି। ଏହା ଜଣାପଡିବା ପରେ ଏଏସଆଇ ଯନ୍ତ୍ରୀମାନେ ସ୍ଥିତି ନିରୀକ୍ଷଣ କରିଥିଲେ I ଏହି ଫାଟର ମରାମତି ତୁରନ୍ତ କରାଯିବ ବୋଲି ଭାରତୀୟ ସର୍ବେକ୍ଷଣ ସଂସ୍ଥା(ଏଏସଆଇ)ର କଞ୍ଜରଭେସନ୍ ଅଧିକାରୀ ଜ୍ୟୋତି ପ୍ରକାଶ ପ୍ରଧାନ […]
ପୁରୀ : ପୁରୀ ଶ୍ରୀମନ୍ଦିରର ଉତ୍ତର ଦ୍ୱାର ଗୁମୁଟର ଏକ ଫାଟସୃଷ୍ଟି ହୋଇଛି । ଗୁମୁଟରେ ଡାହାଣପଟରେ ଥିବା ପଦ୍ମ ପାଖୁଡ଼ା ତଳ ଭାଗରେ ଏହି ଫାଟ ଦେଖାଦେଇଥିବା ଜଣାପଡ଼ିଛି। ଏହା ସହ ଗୁମୁଟରେ ହୋଇଥିବା ଭାସ୍କର୍ଯ୍ୟରୁ କିଛି ପଥର ଖସି ତଳେ ପଡ଼ିଛି। ଏହା ଜଣାପଡିବା ପରେ ଏଏସଆଇ ଯନ୍ତ୍ରୀମାନେ ସ୍ଥିତି ନିରୀକ୍ଷଣ କରିଥିଲେ I ଏହି ଫାଟର ମରାମତି ତୁରନ୍ତ କରାଯିବ ବୋଲି ଭାରତୀୟ ସର୍ବେକ୍ଷଣ ସଂସ୍ଥା(ଏଏସଆଇ)ର କଞ୍ଜରଭେସନ୍ ଅଧିକାରୀ ଜ୍ୟୋତି ପ୍ରକାଶ ପ୍ରଧାନ ସୂଚନା ଦେଇଛନ୍ତି।
ଅଧିକାରୀ ଜ୍ୟୋତି ପ୍ରକାଶ ପ୍ରଧାନଙ୍କ କହିବା ଅନୁସାରେ ଦୀର୍ଘଦିନ ଧରି ଏହି ଅଂଶ ୩ ରୁ ୪ ଫୁଟ ପୋତି ହୋଇ ରହିଥିଲା I ପରିକ୍ରମା ପ୍ରକଳ୍ପ କାମ ବେଳେ ମାଟି ବାହାରିଛି। ତା’ପରେ ଏହି ଫାଟଟି ଦେଖାଯାଇଛି। ତୁରନ୍ତ ମରାମତି କରାଯିବ। ବର୍ତ୍ତମାନ ଉତ୍ତର ଦ୍ୱାର ମରାମତି ଓ କେମିକାଲ ୱାର୍କ୍ସ ଚାଲିଛି I ତେଣୁ ଫାଟ ସ୍ଥାନକୁ ମଧ୍ୟ ମରାମତି କରାଯାଇ କେମିକାଲ ୱାର୍କ୍ସ କରାଯିବ I ତେଣୁ ଏହି ଫାଟକୁ ମରାମତି ସହ ଭାସ୍କର୍ଯ୍ୟରୁ ଯେଉଁ ଫଥର ଖସିଛି, ତାକୁ ମଧ୍ୟ ସଂଗ୍ରକ୍ଷଣ କରାଯିବ।




