ଚନ୍ଦନ ଯାତ୍ରାରେ ବାଣ ବ୍ୟାନ

ପୁରୀ : ଚଳିତ ବର୍ଷ ମହାପ୍ରଭୁଙ୍କ ଚନ୍ଦନ ଯାତ୍ରାରେ ବାଣ ଫୁଟା ଉପରେ ଲାଗିଛି କଟକଣା । ଶ୍ରୀମନ୍ଦିର ଛତିଶ ନିଯୋଗ ବୈଠକରେ ଏହି ନିଷ୍ପତି ନିଆଯାଇଛି । ଗତବର୍ଷ ବାହାର ଚନ୍ଦନ ଯାତ୍ରାରେ ଘଟିଥିବା ଭୟଙ୍କର ବାଣ ବିସ୍ଫୋରଣ ଘଟଣାରେ ଏହି ନିଷ୍ପତି ନିଆଯାଇଛି । ଏଥିସହ ଚନ୍ଦନ ଯାତ୍ରାରେ ସାମିଲ ହେଉଥିବା ଭକ୍ତ ଓ ସେବକଙ୍କର ହେଲଥ୍ ଇନସ୍ୟୁରାନ୍ସ ବ୍ୟବସ୍ଥା କରାଯାଇଛି । ନରେନ୍ଦ୍ର ପୁଷ୍କରିଣୀ ବାହାରେ ଦୁଇଟି ଫାଷ୍ଟଏଡ୍ ସେଣ୍ଟର ରହିବ । […]

ଚନ୍ଦନ ଯାତ୍ରାରେ ବାଣ ବ୍ୟାନ
Samaya Live Picture
Published On

ପୁରୀ : ଚଳିତ ବର୍ଷ ମହାପ୍ରଭୁଙ୍କ ଚନ୍ଦନ ଯାତ୍ରାରେ ବାଣ ଫୁଟା ଉପରେ ଲାଗିଛି କଟକଣା । ଶ୍ରୀମନ୍ଦିର ଛତିଶ ନିଯୋଗ ବୈଠକରେ ଏହି ନିଷ୍ପତି ନିଆଯାଇଛି । ଗତବର୍ଷ ବାହାର ଚନ୍ଦନ ଯାତ୍ରାରେ ଘଟିଥିବା ଭୟଙ୍କର ବାଣ ବିସ୍ଫୋରଣ ଘଟଣାରେ ଏହି ନିଷ୍ପତି ନିଆଯାଇଛି । ଏଥିସହ ଚନ୍ଦନ ଯାତ୍ରାରେ ସାମିଲ ହେଉଥିବା ଭକ୍ତ ଓ ସେବକଙ୍କର ହେଲଥ୍ ଇନସ୍ୟୁରାନ୍ସ ବ୍ୟବସ୍ଥା କରାଯାଇଛି । ନରେନ୍ଦ୍ର ପୁଷ୍କରିଣୀ ବାହାରେ ଦୁଇଟି ଫାଷ୍ଟଏଡ୍ ସେଣ୍ଟର ରହିବ । ଗତକାଲି ଶ୍ରୀମନ୍ଦିର ଛତିଶା ନିଯୋଗ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ବୈଠକ ପରେ ଏହି ସୂଚନା ଦେଇଛନ୍ତି ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ।

ଶୁକ୍ରବାର ନୀଳାଦ୍ରି ଭକ୍ତନିବାସଠାରେ ଛତିଶା ନିଯୋଗ ବୈଠକ ଅନୁଷ୍ଠିତ ହୋଇଯାଇଛି । ଆସନ୍ତା ୩୦ ତାରିଖରେ ଅକ୍ଷୟ ତୃତୀୟ ଓ ଚନ୍ଦନଯାତ୍ରା ଆରମ୍ଭ । ଚଳିତ ବର୍ଷର ଚନ୍ଦନଯାତ୍ରା ନୀତି ନିର୍ଘଣ୍ଟ ମଧ୍ୟ ଚୂଡାନ୍ତ ହୋଇଛି । ଏହାକୁ ଶୃଙ୍ଖଳିତ ଭାବେ ସମାପନ କରିବା ସହ ନିର୍ଦ୍ଧାରିତ ସମୟରେ ଠାକୁରଙ୍କ ନୀତିକାନ୍ତି ସମାପନ ନିମନ୍ତେ ଶ୍ରୀମନ୍ଦିର ପ୍ରଶାସନ ନୀତି ନିର୍ଘଣ୍ଟ ପ୍ରସ୍ତୁତ କରିଛି । ଚନ୍ଦନଯାତ୍ରାର ସାଧାରଣ ଦିନମାନଙ୍କରେ ପ୍ରତ୍ୟୁଷ ଅର୍ଥାତ୍‌ ରାତି ୪ଟାରୁ ଶ୍ରୀମନ୍ଦିର ଦ୍ୱାର ଖୋଲା ଯାଇ ନୀତି ବଢ଼ିବ ଓ ରାତି ୧ଟା ସୁଦ୍ଧା ମହାପ୍ରଭୁଙ୍କ ପହୁଡ଼ ସାରିବାକୁ ସ୍ଥିର ହୋଇଛି । ନୀଳାଦ୍ରି ମହୋଦୟ ଉତ୍ସବ, ନୃସିଂହ ଜନ୍ମ ଓ ଶ୍ରୀକ୍ଷେତ୍ରେ ଭଉଁରୀ ତିଥି ପାଇଁ ସ୍ୱତନ୍ତ୍ର ନୀତିନିର୍ଘଣ୍ଟ ହୋଇଛି । ଏହାକୁ ଛତିଶା ନିଯୋଗର ଅନୁମୋଦନ ବି ମିଳିଛି । ଭକ୍ତ ଓ ସାଧାରଣ ଲୋକଙ୍କ ସୁରକ୍ଷା ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି ।

ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ କାର୍ଯ୍ୟାଳୟର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଜିଲ୍ଲାପାଳ, ନୀତି ପ୍ରଶାସକ, ଏସ୍‌ପି, ପ୍ରଶାସନିକ ଅନ୍ୟ ଅଧିକାରୀ ଓ ବିଭିନ୍ନ ନିଯୋଗର ବରିଷ୍ଠ ସେବାୟତମାନେ ଯୋଗ ଦେଇଥିଲେ ।

ସୂଚନାନୁସାରେ, ଗତବର୍ଷ ମେ ୨୯ ରେ ନରେନ୍ଦ୍ର ପୁଷ୍କରିଣୀରେ ଭଉଁରୀ ଚନ୍ଦନ ଯାତ୍ରା ଚାଲିଥିବାବେଳେ ଭୟଙ୍କର ବାଣ ବିସ୍ଫୋରଣ ଘଟିଥିଲା । ଏହି ଅଘଟଣରେ ୧୫ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଏକାଧିକ ଲୋକ ଆହତ ହୋଇଥିଲେ । ତେଣୁ ଭକ୍ତ ତଥା ସାଧାରଣ ଲୋକଙ୍କ ସୁରକ୍ଷା ଦୃଷ୍ଟିରୁ ଚଳିତ ବର୍ଷ ଚନ୍ଦନ ଯାତ୍ରା ବେଳେ ବାଣ ଫୁଟିବା ନାହିଁ ବୋଲି ନିଷ୍ପତ୍ତି ହୋଇଛି ।

Tags: