ଡ୍ୟାନ୍ସ ବାର ଉପରେ ଲାଗିଲା କଟକଣା, ନିୟୋଜିତ ହୋଇପାରିବେ ନାହିଁ ନାବାଳିକା

ଭୁବନେଶ୍ୱର : ବହୁ ଚର୍ଚ୍ଚିତ ବାରଗର୍ଲ ଶୁଭଲକ୍ଷ୍ମୀ ସାହୁଙ୍କ ମୃତ୍ୟୁ ପରେ ଆକ୍ସନ ମୂଡ଼ରେ ଅବକାରୀ ବିଭାଗ I ବାରରେ ଡ୍ୟାନ୍ସ ପାଇଁ ନିୟୋଜିତ ହୋଇ ପାରିବେ ନାହିଁ I ଏପରି କରିଥିଲେବିଭାଗ ପକ୍ଷରୁ ହେବ କଡା କାର୍ଯ୍ୟାନୁଷ୍ଠାନ । ଖୁବ୍ ଶୀଘ୍ର ରାଜଧାନୀରେ ଥିବା ସମସ୍ତ ଡ୍ୟାନ୍ସ ବାର ଉପରେ ହେବ ଅତର୍କିତ ଚଢ଼ାଉ । ଏନେଇ ଅବକାରୀ ବିଭାଗ ଗଠନ କଲା ସ୍ଵତନ୍ତ୍ର ସ୍କ୍ୱାର୍ଡ । ସୂଚନାମୁତାବିକ,ଭୁବନେଶ୍ୱରରେ ୧୮ ଟି ବାରରେ ମୋଟ ୨୧୬ […]

Samaya Live Picture
Published On

ଭୁବନେଶ୍ୱର : ବହୁ ଚର୍ଚ୍ଚିତ ବାରଗର୍ଲ ଶୁଭଲକ୍ଷ୍ମୀ ସାହୁଙ୍କ ମୃତ୍ୟୁ ପରେ ଆକ୍ସନ ମୂଡ଼ରେ ଅବକାରୀ ବିଭାଗ I ବାରରେ ଡ୍ୟାନ୍ସ ପାଇଁ ନିୟୋଜିତ ହୋଇ ପାରିବେ ନାହିଁ I ଏପରି କରିଥିଲେବିଭାଗ ପକ୍ଷରୁ ହେବ କଡା କାର୍ଯ୍ୟାନୁଷ୍ଠାନ । ଖୁବ୍ ଶୀଘ୍ର ରାଜଧାନୀରେ ଥିବା ସମସ୍ତ ଡ୍ୟାନ୍ସ ବାର ଉପରେ ହେବ ଅତର୍କିତ ଚଢ଼ାଉ । ଏନେଇ ଅବକାରୀ ବିଭାଗ ଗଠନ କଲା ସ୍ଵତନ୍ତ୍ର ସ୍କ୍ୱାର୍ଡ ।

ସୂଚନାମୁତାବିକ,ଭୁବନେଶ୍ୱରରେ ୧୮ ଟି ବାରରେ ମୋଟ ୨୧୬ ଜଣ ମହିଳା କର୍ମଚାରୀ ନିୟୋଜିତ ହୋଇଛନ୍ତି। ବାରରେ ନିୟୋଜିତ ମହିଳାଙ୍କର ବୟସ ୨୧ ବର୍ଷରୁ ତଦୁର୍ଦ୍ଧ ହୋଇଥିବା ଆବଶ୍ୟକ । ଯଦି ୨୧ ବର୍ଷରୁ କମ ବୟସର ବାଳିକା ନିୟୋଜିତ ହୋଇଥିବେ ,ତେବେ ବାର ମାଲିକଙ୍କ ଉପରେ ହେବ କାର୍ଯ୍ୟାନୁଷ୍ଠାନ । ଏହାସହିତ ବାରରେ ନିୟୋଜିତ ସମସ୍ତ ମହିଳାଙ୍କ ପରିଚୟ ପତ୍ର ଅବକାରୀ ଅଫିସରେ ଦାଖଲ କରିବା ଆବଶ୍ୟକ । ନଚେତ୍ ଡ୍ୟାନସ ବାର ବନ୍ଦ ହେବ ବୋଲି ଭୁବନେଶ୍ୱର ଅବକାରୀ ବିଭାଗ ସୁପରିଟେଣ୍ଡେଣ୍ଟ ପ୍ରଦୀପ ପଟ୍ଟନାୟକ କହିଛନ୍ତି।

Tags: