ରାଜ୍ୟରୁ ରାଜଧାନୀ ପର୍ଯ୍ୟନ୍ତ ବଢୁଛି କୋଭିଡ କେସ୍‌: ସର୍ତକ କରାଇଲେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ

ଭୁବନେଶ୍ୱର : ଦେଶରେ ପୁଣି ମୁଣ୍ଡ ଟକିଲାଣି କୋଭିଡ ସଂକ୍ରମଣ I ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧୮୯୦ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି I ଏଥିମଧ୍ୟରୁ ଓଡିଶାରେ ଆକ୍ରାନ୍ତଙ୍କ ସଂଖ୍ୟା ୧୧ ଜଣ ରହିଛନ୍ତି । ଦେଶରେ ମୋଟ୍ ଆକ୍ଟିଭ୍ କେସ ୯ ହଜାର ୪୦୦ ରହିଛି I ଦେଶରେ ମୋଟ୍ ଆକ୍ରାନ୍ତଙ୍କ ମଧ୍ୟରେ ମହାରାଷ୍ଟ୍ର, ତାମିଲନାଡୁ, କେରଳ ଏବଂ ତେଲେଙ୍ଗାନାରୁ ଅଧିକ ରହିଛନ୍ତି । ବଢୁଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି କେନ୍ଦ୍ର […]

Samaya Live Picture
Published On

ଭୁବନେଶ୍ୱର : ଦେଶରେ ପୁଣି ମୁଣ୍ଡ ଟକିଲାଣି କୋଭିଡ ସଂକ୍ରମଣ I ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧୮୯୦ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି I ଏଥିମଧ୍ୟରୁ ଓଡିଶାରେ ଆକ୍ରାନ୍ତଙ୍କ ସଂଖ୍ୟା ୧୧ ଜଣ ରହିଛନ୍ତି । ଦେଶରେ ମୋଟ୍ ଆକ୍ଟିଭ୍ କେସ ୯ ହଜାର ୪୦୦ ରହିଛି I

ଦେଶରେ ମୋଟ୍ ଆକ୍ରାନ୍ତଙ୍କ ମଧ୍ୟରେ ମହାରାଷ୍ଟ୍ର, ତାମିଲନାଡୁ, କେରଳ ଏବଂ ତେଲେଙ୍ଗାନାରୁ ଅଧିକ ରହିଛନ୍ତି । ବଢୁଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ ସବୁ ରାଜ୍ୟକୁ ଚିଠି ଲେଖି ଟେଷ୍ଟିଂ ବଢାଇବା ସହ ସଂକ୍ରମଣ ଉପରେ ସତର୍କ ନଜର ରଖିବାକୁ ପରାମର୍ଶ ଦେଇଛନ୍ତି । କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ଆଜି ଏକ ବୈଠକ ଡାକିଛନ୍ତି । ସନ୍ଧ୍ୟାରେ ଏହି ବୈଠକ ବସିବ । ଭିଡିଓ କନଫରେନ୍ସିଂ ମାଧ୍ୟମରେ ଦେଶର ବିଭିନ୍ନ ରାଜ୍ୟର ସ୍ୱାସ୍ଥ୍ୟ ସଚିବ ଏବଂ ବରିଷ୍ଠ ଅଧିକାରୀ ଉପସ୍ଥିତ ରହିବେ ।

ସେହିପରି ଓଡିଶାରେ ମୋଟ୍ ଆକ୍ଟିଭ୍ କେସ ୮୭ ଜଣ ରହିଛନ୍ତି । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଚିଠି । କୋଭିଡ ସର୍ଭେଲାନ୍ସ କରିବା ପାଇଁ ଚିଠିରେ ଉଲ୍ଲେଖ ରହିଛି । କୋଭିଡ୍‌ ଟେଷ୍ଟିକୁ କଡ଼ାକଡ଼ି କରାଯିବ । ଦୈନିକ ଡାଟା ୱେବସାଇଟରେ ଅପଲୋଡେ କରାଯିବ ।

ରାଜ୍ୟରେ ଦୈନିକ କୋଭିଡ୍‌ ସ୍ଥିତି ଯାଞ୍ଚ କରିବାକୁ କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ । ନିର୍ଦ୍ଦିଷ୍ଟ ଅଞ୍ଚଳରେ ସଂକ୍ରମିତଙ୍କ ସଂଖ୍ୟା ବଢୁଥିଲେ କ୍ଲଷ୍ଟର କଣ୍ଟେନମେଣ୍ଟ ସତର୍କତା ନେବାକୁ କୁହାଯାଇଛି । ସବୁ ସିଡିଏମଓ, କ୍ୟାପିଟାଲ ହସ୍ପିଟାଲର ନିର୍ଦ୍ଦେଶକ ଓ RGHର ନିର୍ଦ୍ଦେଶକଙ୍କୁ ଚିଠି ଲେଖିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ।

Tags: