ଗଛରେ ବାଇକ ପିଟି ହୋଇ କକା-ପୁତୁରା ମୃତ
କାମାକ୍ଷାନଗର: ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ଥାନା ବନ୍ଦାଣିଆ ନିକଟରେ ଘଟିଛି ସଡ଼କ ଦୁର୍ଘଟଣା । ଭାରସାମ୍ୟ ହରାଇ ଗଛରେ ବାଇକ ପିଟି ହୋଇ ୨ ମୃତ । ମୃତକ ଦ୍ୱୟ ହେଲେ ଯାଜପୁର ଜିଲ୍ଲା ଟାଟା ମାଇନ୍ସ ଅଞ୍ଚଳର ଡୁଗୁ ମାଙ୍କଡିଆ ଓ ସିଦ୍ଧାନ୍ତ ମାଙ୍କଡିଆ। ଉଭୟେ ହେଉଛନ୍ତି ସମ୍ପର୍କରେ ଦାଦା ଓ ପୁତୁରା । ସୂଚନା ମୁତାବକ, ଉଭୟ ସକାଳେ ବଜାଜ ପଲସର ଗାଡ଼ିର କିସ୍ତି ଦେବାକୁ କାମାକ୍ଷାନଗର ଆସୁଥିଲେ। ବନ୍ଦାଣିଆ ନିକଟରେ ବାଇକ୍ଟି ଭରସାମ୍ୟ […]
କାମାକ୍ଷାନଗର: ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ଥାନା ବନ୍ଦାଣିଆ ନିକଟରେ ଘଟିଛି ସଡ଼କ ଦୁର୍ଘଟଣା । ଭାରସାମ୍ୟ ହରାଇ ଗଛରେ ବାଇକ ପିଟି ହୋଇ ୨ ମୃତ । ମୃତକ ଦ୍ୱୟ ହେଲେ ଯାଜପୁର ଜିଲ୍ଲା ଟାଟା ମାଇନ୍ସ ଅଞ୍ଚଳର ଡୁଗୁ ମାଙ୍କଡିଆ ଓ ସିଦ୍ଧାନ୍ତ ମାଙ୍କଡିଆ। ଉଭୟେ ହେଉଛନ୍ତି ସମ୍ପର୍କରେ ଦାଦା ଓ ପୁତୁରା ।
ସୂଚନା ମୁତାବକ, ଉଭୟ ସକାଳେ ବଜାଜ ପଲସର ଗାଡ଼ିର କିସ୍ତି ଦେବାକୁ କାମାକ୍ଷାନଗର ଆସୁଥିଲେ। ବନ୍ଦାଣିଆ ନିକଟରେ ବାଇକ୍ଟି ଭରସାମ୍ୟ ହରାଇ ଏକ ଗଛରେ ପିଟି ହୋଇ ଯାଇଥିଲା। ସେମାନଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି କାମାକ୍ଷାନଗର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ। ଘଟଣାସ୍ଥଳ ରେ କଙ୍କଡ଼ାହାଡ଼ ପୁଲିସ ପହଁଚି ଗାଡ଼ିକୁ ଜବତ କରିବା ସହ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଛି।




