ବିକଟାଳ ଶବ୍ଦକରି ଗାଡି ଚଳାଇଲେ ଫାଇନ ବଦଳରେ କୋର୍ଟ ଚାଲାଣ

ଭୁବନେଶ୍ୱର : ବାଇକ ନିୟମ ଉଲ୍ଲଂଘନକାରୀଙ୍କ ପାଇଁ ଆସିଲା କଡା ଆଇନ I ଏଣିକି ରାସ୍ତାରେ ବିକଟାଳ ଶବ୍ଦ କରି ଗାଡି ଚଳାଇଲେ କିମ୍ବା ରଙ୍ଗ ରୁଟରେ ଗଲେ ସିଧା କୋର୍ଟ ଚାଲାଣ I ଫାଇନ ପରିବର୍ତେ ଗାଡ଼ିକୁ ସିଧା କୋର୍ଟରେ ଜିମା ଦିଆଯିବ। ରାସ୍ତାରେ ଏସବୁ ବାଇକକୁ ଗୋଡ଼ାଇ ଗୋଡ଼ାଇ ଧରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଏଭଳି କଡ଼ା ନିର୍ଦ୍ଦେଶ ବଳରେ ଏବେ ରାଜଧାନୀ ରାଜରାସ୍ତାରେ ଶବ୍ଦ ପ୍ରଦୁଷଣକାରୀ ବାଇକକୁ ଖୋଜୁଛି ପୋଲିସ। ସେହିପରି ଆଜି […]

Samaya Live Picture
Published On

ଭୁବନେଶ୍ୱର : ବାଇକ ନିୟମ ଉଲ୍ଲଂଘନକାରୀଙ୍କ ପାଇଁ ଆସିଲା କଡା ଆଇନ I ଏଣିକି ରାସ୍ତାରେ ବିକଟାଳ ଶବ୍ଦ କରି ଗାଡି ଚଳାଇଲେ କିମ୍ବା ରଙ୍ଗ ରୁଟରେ ଗଲେ ସିଧା କୋର୍ଟ ଚାଲାଣ I ଫାଇନ ପରିବର୍ତେ ଗାଡ଼ିକୁ ସିଧା କୋର୍ଟରେ ଜିମା ଦିଆଯିବ। ରାସ୍ତାରେ ଏସବୁ ବାଇକକୁ ଗୋଡ଼ାଇ ଗୋଡ଼ାଇ ଧରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଏଭଳି କଡ଼ା ନିର୍ଦ୍ଦେଶ ବଳରେ ଏବେ ରାଜଧାନୀ ରାଜରାସ୍ତାରେ ଶବ୍ଦ ପ୍ରଦୁଷଣକାରୀ ବାଇକକୁ ଖୋଜୁଛି ପୋଲିସ।

ସେହିପରି ଆଜି କମିସନରେଟ୍‌ ଟ୍ରାଫିକ୍‌ ପୁଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ଉ କରି ୮୧ଜଣ ନିୟମ ଉଲ୍ଲଂଘନକାରୀଙ୍କ ବାଇକ୍‌କୁ ଜବତ କରାଯାଇଛି। ଟ୍ରାଫିକ୍‌-୧ ଓ ୨ ପକ୍ଷରୁ ଚଢ଼ଉ କରାଯାଇଥିଲା। ବିକଟାଳ ଶବ୍ଦ କରୁଥିବା ୬୩ ବାଇକ୍‌ ଓ ରଙ୍ଗ ରୁଟ୍‌ରେ ଆସୁଥିବା ୧୮ଟି ବାଇକ୍‌ ଜବତ କରାଯାଇଛି। ଏହାସହ ସମସ୍ତ ବାଇକ ଚାଳକଙ୍କୁ ନୋଟିସ ମଧ୍ୟ କରାଯାଇଛି। ଏପରିକି ଯେଉଁ ଦୋକାନୀ ସାଇଲେନ୍ସର ବିକ୍ରି କରୁଛନ୍ତି, ସେମାନଙ୍କ ଉପରେ ମଧ୍ୟ ଖୁବଶୀଘ୍ର କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନୀ ଦିଆଯାଇଛି।

Tags: