ବନ୍ଦ ଘରୁ ଦମ୍ପତିଙ୍କ ଗଳିତ ମୃତଦେହ ଉଦ୍ଧାର
ଉମରକୋଟ : ବନ୍ଦ ଘରୁ ଉଦ୍ଧାର ହେଲା ସ୍ବାମୀ-ସ୍ତ୍ରୀଙ୍କ ଗଳିତ ମୃତଦେହ । ତିନି ଦିନ ଧରି ମୃତଦେହ ପଡିରହିଥିବା ସୂଚନା ମିଳିଛି । ନବରଙ୍ଗପୁର ଥାନା କୁନ୍ଦେଇଥାନା ଅଧୀନ ଆମାଡୋଲା ଗାଁରେ ଘଟିଛି ଘଟଣା । ଆଜି ସକାଳେ ଘର ଭିତରୁ ଦୁର୍ଗନ୍ଧ ବାହାରୁଥିବାରୁ ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ପୋଲିସ ଓ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ତଦନ୍ତ କରୁଛି । ନବରଙ୍ଗପୁର କୁନ୍ଦେଇ ଥାନା ଆମୋଡୋଲା ଗାଁରେ ଏକ ବନ୍ଦ […]
ଉମରକୋଟ : ବନ୍ଦ ଘରୁ ଉଦ୍ଧାର ହେଲା ସ୍ବାମୀ-ସ୍ତ୍ରୀଙ୍କ ଗଳିତ ମୃତଦେହ । ତିନି ଦିନ ଧରି ମୃତଦେହ ପଡିରହିଥିବା ସୂଚନା ମିଳିଛି । ନବରଙ୍ଗପୁର ଥାନା କୁନ୍ଦେଇଥାନା ଅଧୀନ ଆମାଡୋଲା ଗାଁରେ ଘଟିଛି ଘଟଣା । ଆଜି ସକାଳେ ଘର ଭିତରୁ ଦୁର୍ଗନ୍ଧ ବାହାରୁଥିବାରୁ ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ପୋଲିସ ଓ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ତଦନ୍ତ କରୁଛି ।
ନବରଙ୍ଗପୁର କୁନ୍ଦେଇ ଥାନା ଆମୋଡୋଲା ଗାଁରେ ଏକ ବନ୍ଦ ଘରେ ଦମ୍ପତିଙ୍କ ମୃତଦେହ ପଡ଼ି ରହିଥିବା ଖବର ପ୍ରଚାରିତ ହୋଇଥିଲା। ୩ ଦିନ ହେବ ଘରେ କେହି ନ ଥିଲେ, ଆଜି ସେହିଘରୁ ଦମ୍ପତିଙ୍କ ଗଳିତ ମୃତଦେହ ମିଳିଛି। ତେବେ ଦମ୍ପତିଙ୍କ କେବେ ମୃତ୍ୟୁ ଏବଂ କିଭଳି ମୃତ୍ୟୁ ହୋଇଛି କାରଣ ମଧ୍ୟ ଜଣାପଡ଼ିନାହିଁ। ପୁଲିସ ଦମ୍ପତିଙ୍କ ମୃତଦେହକୁ ଜବତ ପରେ ବ୍ୟବଚ୍ଛେଦ ପାଇଁ ପଠାଇଛି। ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଦମ୍ପତିଙ୍କ ମୃତ୍ୟୁର କାରଣ ଜଣାପଡ଼ିବ ବୋଲି ପୁଲିସ ସୂଚନା ଦେଇଛି। ଘଟଣାସ୍ଥଳରେ ପୁଲିସ ଓ ସାଇଣ୍ଟିଫିକ ଟିମ ତଦନ୍ତ ଆରମ୍ଭ କରିଛି।




