ଅଜଣା ଗାଡି ଧକ୍କାରେ ଦମ୍ପତି ମୃତ
ଆଠଗଡ଼ : ଆଜି ସକାଳୁ ସକାଳୁ ଘଟିଯାଇଛି ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା I ଏକ ବାଇକରେ ଯାଉଥିବା ସମୟରେ ଅଜଣା ଗାଡି ଧକ୍କାରେ ଦମ୍ପତିଙ୍କର ମୃତ୍ୟୁ ଘଟିଛି I ଆଠଗଡ଼ ଥାନା ଅନ୍ତର୍ଗତ ପୁରୁଣା କଟକ ସମ୍ବଲପୁର ରାସ୍ତା ଆଙ୍କୁଲା ପାଖରେ ଥିବା ଚିରୁଗୁଡ଼ିଆ ଶୀତଳଭଣ୍ଡାର ନିକଟରେ ଥିବା ପାରିଜାତ ହୋଟେଲ ଅଞ୍ଚଳରେ ଏହି ଦୁର୍ଘଟଣା ଘଟିଛି । ମୃତ ଦମ୍ପତିଙ୍କର ଘର ଢେଙ୍କାନାଳ ଜିଲ୍ଲା ଚନ୍ଦ୍ରଶେଖର ପ୍ରସାଦ ବୋଲି ଜଣା ପଡିଛି I ଖବର […]
ଆଠଗଡ଼ : ଆଜି ସକାଳୁ ସକାଳୁ ଘଟିଯାଇଛି ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା I ଏକ ବାଇକରେ ଯାଉଥିବା ସମୟରେ ଅଜଣା ଗାଡି ଧକ୍କାରେ ଦମ୍ପତିଙ୍କର ମୃତ୍ୟୁ ଘଟିଛି I ଆଠଗଡ଼ ଥାନା ଅନ୍ତର୍ଗତ ପୁରୁଣା କଟକ ସମ୍ବଲପୁର ରାସ୍ତା ଆଙ୍କୁଲା ପାଖରେ ଥିବା ଚିରୁଗୁଡ଼ିଆ ଶୀତଳଭଣ୍ଡାର ନିକଟରେ ଥିବା ପାରିଜାତ ହୋଟେଲ ଅଞ୍ଚଳରେ ଏହି ଦୁର୍ଘଟଣା ଘଟିଛି । ମୃତ ଦମ୍ପତିଙ୍କର ଘର ଢେଙ୍କାନାଳ ଜିଲ୍ଲା ଚନ୍ଦ୍ରଶେଖର ପ୍ରସାଦ ବୋଲି ଜଣା ପଡିଛି I ଖବର ପାଇ ଘଟଣାସ୍ଥଳରେ ପୁଲିସ୍ ପହଞ୍ଚି ମୃତ ଦମ୍ପତିଙ୍କୁ ହସ୍ପିଟାଲକୁ ନେଇଛି। ଏନେଇ ଅଧିକ ତଦନ୍ତ ଜାରି ରହିଛି।
ସୂଚନାନୁସାରେ,ଆଠଗଡ଼ ଡାକ୍ତରଖାନାରେ ନାତି ଚିକିତ୍ସିତ ହେଉଥିବା ବେଳେ ଢେଙ୍କାନାଳ ସଦର ଥାନା ଝୁମ୍ପୁଡିଆ ଅଞ୍ଚଳରୁ ବାଇକରେ ଆସୁଥିଲେ ଅଜା-ଆଇ ଚଣିଆ ବାରିକ ଓ କାନ୍ତା ବାରିକ । ଆଉ କିଛି ବାଟ ପରେ ଡାକ୍ତରଖାନାରେ ପହଞ୍ଚିଥାନ୍ତେ । କିନ୍ତୁ ବିଧିର ବିଧାନ ଥିଲା ଅଲଗା । ଆଠଗଡ଼ ଥାନା ଚିରୁଗୁଡ଼ିଆ ଶୀତଳଭଣ୍ଡାର ନିକଟରେ ଅଜଣା ଗାଡ଼ି ଧକ୍କା ଦେବାରୁ ଘଟଣାସ୍ଥଳରେ ଆଇ କାନ୍ତା ବାରିକଙ୍କର ମୃତ୍ୟୁ ଘଟିଥିବାବେଳେ ଅଜା ଚଣିଆ ବାରିକଙ୍କୁ ଟ୍ରକଟି ୧୦୦ ମିଟର ଦୁରକୁ ଘୋଷାରି ନେଇଥିଲା I ଘଟଣାସ୍ଥଳରେ ଆଠଗଡ଼ ପୋଲିସ ପହଂଚି ମୃତଦେହକୁ ଜବତ କରି ଘଟଣାର ତଦନ୍ତ ଚଳାଇଛି I




