ବିଦ୍ୟୁତ ତାର ଗୁଡ଼ାଇ ଦମ୍ପତିଙ୍କ ଆତ୍ମହତ୍ୟା

ବାଲେଶ୍ୱର: ବିଦ୍ୟୁତ ସକ ଲଗାଇ ଦମ୍ପତିଙ୍କ ଆତ୍ମହତ୍ୟା । ଗତ ବିଳମ୍ବିତ ରାତିରେ ଏଭଳି ଅଭାବନୀୟ ଘଟଣା ଘଟିଛି ସିମୁଳିଆ ଥାନା ଅନ୍ତର୍ଗତ ପୁରୁଷୋତମପୁର ପାର୍ବତୀ ଗ୍ରାମରେ । ମୃତକ ହେଲେ ମନୋଜ ମହାକୁଡ ଓ ତାଙ୍କ ପତ୍ନୀ ସସ୍ମିତା ମହାକୁଡ। ମାତ୍ର ବର୍ଷକ ତଳେ ବିବାହ କରିଥିବା ଦମ୍ପତିଙ୍କ ଆତ୍ମହତ୍ୟାର କାରଣ ବର୍ତମାନ ସୁଦ୍ଧା ଅସ୍ପଷ୍ଟ ରହିଥିବାବେଳେ ଏହି ଘଟଣାରେ ସାରା ଗାଁ ସ୍ତବ୍ଧ ହୋଇଯାଇଛି । ଘଟନାନୁସାରେ,ଗତବର୍ଷ ମନୋଜ ଏବଂ ସସ୍ମିତାଙ୍କର ବିବାହ ବୈଦିକ […]

Samaya Live Picture
Published On

ବାଲେଶ୍ୱର: ବିଦ୍ୟୁତ ସକ ଲଗାଇ ଦମ୍ପତିଙ୍କ ଆତ୍ମହତ୍ୟା । ଗତ ବିଳମ୍ବିତ ରାତିରେ ଏଭଳି ଅଭାବନୀୟ ଘଟଣା ଘଟିଛି ସିମୁଳିଆ ଥାନା ଅନ୍ତର୍ଗତ ପୁରୁଷୋତମପୁର ପାର୍ବତୀ ଗ୍ରାମରେ । ମୃତକ ହେଲେ ମନୋଜ ମହାକୁଡ ଓ ତାଙ୍କ ପତ୍ନୀ ସସ୍ମିତା ମହାକୁଡ। ମାତ୍ର ବର୍ଷକ ତଳେ ବିବାହ କରିଥିବା ଦମ୍ପତିଙ୍କ ଆତ୍ମହତ୍ୟାର କାରଣ ବର୍ତମାନ ସୁଦ୍ଧା ଅସ୍ପଷ୍ଟ ରହିଥିବାବେଳେ ଏହି ଘଟଣାରେ ସାରା ଗାଁ ସ୍ତବ୍ଧ ହୋଇଯାଇଛି ।

ଘଟନାନୁସାରେ,ଗତବର୍ଷ ମନୋଜ ଏବଂ ସସ୍ମିତାଙ୍କର ବିବାହ ବୈଦିକ ରୀତିନୀତିରେ ବେଶ୍‌ ଧୁମଧାମରେ ସମ୍ପନ୍ନ ହୋଇଥିଲା। ମନୋଜ ଝାରସୁଗୁଡାରେ ଏକ କମ୍ପାନୀରେ ଲୋକୋ ପାଇଲଟ ଭାବେ କାର୍ଯ୍ୟ କରୁଥିଲେ l ପତ୍ନୀ ସସ୍ମିତା ବିବାହ ପରେ ସ୍ୱାମୀଙ୍କ ନିକଟରେ ରହୁଥିଲେ । ତେବେ ସସ୍ମିତା କିଛିଦିନ ପୂର୍ବରୁ ଶାଶୂଘର ଗାଁକୁ ଆସିଥିଲେ ଏବଂ ମନୋଜ ଗତକାଲି ଝାରସୁଗୁଡ଼ାରୁ ଘରକୁ ଫେରିଥିଲେ । ତେବେ ଗତକାଲି ରାତିରେ ଦୀର୍ଘ ସମୟ ଧରି ଉଭୟେ ଖାଇବାକୁ ନଆସିବାରୁ ପରିବାର ଲୋକେ ତାଙ୍କୁ ରୁମକୁ ଯାଇ ଖାଇବାକୁ ଡାକିଥିଲେ । ମାତ୍ର ସେମାନେ ବହୁ ସମୟ ଧରି କବାଟ ନଖୋଲିବାରୁ କବାଟ ତାଡି ଭିତରକୁ ପଶି ଉଭୟଙ୍କ ମୃତଦେହ ତଳେ ପଡିଥିବାର ଦେଖିଥିଲେ। ଦୁହିଁଙ୍କ ବେକରେ ବିଦ୍ୟୁତ ତାର ଗୁଡେଇ ହୋଇଥିବା ଦେଖି ଆଶ୍ଚର୍ଯ୍ୟ ହୋଇଥିଲେ। ସଙ୍ଗେ ସଙ୍ଗେ ପରିବାର ସଦସ୍ୟ ପୁଲିସକୁ ଖବର ଦେବାରୁ ସିମୁଳିଆ ଥାନା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଛାନଭିନ କରୁଛି।

Tags: