କରୋନା ମୁକାବିଲା କମିଟିରେ ଯୋଡ଼ିହେଲେ ୫ ନୂଆ ସଚିବ

ସମୟ ଲାଇଭ,୨୭/୩:  ରାଜ୍ୟ ସରକାର ଶୁକ୍ରବାର ଦିନ ଓଡିଶାରେ କୋଭିଡ-୧୯ର ମୁକାବିଲା କରିବା ପାଇଁ ସଚିବ କମିଟିର ସଦସ୍ୟ ଭାବରେ ଆଉ ପାଞ୍ଚଜଣ ସଚିବଙ୍କୁ ଅନ୍ତର୍ଭୁକ୍ତ କରିଛନ୍ତି ।ଗତ ମାର୍ଚ୍ଚ ୧୩ତାରିଖରେ, ମୁଖ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରାଯାଇ ଏଭଳି ପରିସ୍ଥିତିର ସମୀକ୍ଷା କରିବା ସହ କରୋନାର ମୁକାବିଲା ସମ୍ପର୍କିତ ପଦକ୍ଷେପ ଗ୍ରହଣ ଉପରେ ଆଲୋକପାତ କରାଯାଇଥିଲା । ଏନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରାଯାଇଥିଲା […]

Samaya Live Picture
Published On

ସମୟ ଲାଇଭ,୨୭/୩:  ରାଜ୍ୟ ସରକାର ଶୁକ୍ରବାର ଦିନ ଓଡିଶାରେ କୋଭିଡ-୧୯ର ମୁକାବିଲା କରିବା ପାଇଁ ସଚିବ କମିଟିର ସଦସ୍ୟ ଭାବରେ ଆଉ ପାଞ୍ଚଜଣ ସଚିବଙ୍କୁ ଅନ୍ତର୍ଭୁକ୍ତ କରିଛନ୍ତି ।ଗତ ମାର୍ଚ୍ଚ ୧୩ତାରିଖରେ, ମୁଖ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରାଯାଇ ଏଭଳି ପରିସ୍ଥିତିର ସମୀକ୍ଷା କରିବା ସହ କରୋନାର ମୁକାବିଲା ସମ୍ପର୍କିତ ପଦକ୍ଷେପ ଗ୍ରହଣ ଉପରେ ଆଲୋକପାତ କରାଯାଇଥିଲା । ଏନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରାଯାଇଥିଲା । ତେବେ ସାମିଲ ହୋଇଥିବା ସଚିବଙ୍କ ମଧ୍ୟରେ  ମୁଖ୍ୟ ଶାସନ ସଚିବ, ଶ୍ରମ ଏବଂ ଇଏସଆଇ ବିଭାଗ, ମୁଖ୍ୟ ସଚିବ, ଶିଳ୍ପ ବିଭାଗ, କମିଶନର୍-କମ-ସଚିବ, ଖାଦ୍ୟ ଯୋଗାଣ ଏବଂ ସିଡବ୍ଲ୍ୟୁ ବିଭାଗ, କମିଶନର-କମ-ସଚିବ, କାର୍ଯ୍ୟ ବିଭାଗ,ସଚିବ, ଇ ଆଣ୍ଡ ଆଇଟି ବିଭାଗ ରହିଛି

Tags: