ରାଜ୍ୟରେ ବଢ଼ୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟ।। !

ସମୟ ଲାଇଭ୍‍, ୨୦/୪: ରାଜ୍ୟରେ ଆଜିଠାରୁ ଲକ୍‍ ଡ଼ାଉନର ଅନେକ ନିୟମକୁ କୋହଳ କରାଯାଇଥିବାବେଳେ ରାଜ୍ୟରେ ବଢ଼ିଥିବା କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଚିନ୍ତାର କାରଣ ପାଲଟିଛି। ପୂର୍ବରୁ ୬୧ ଜଣ ଚିହ୍ନଟ ହୋଇଥିବାବେଳେ ଆଜି ୭ ଜଣ ବଢ଼ିଛନ୍ତି। ଏହି ୭ଜଣଙ୍କ ମଧ୍ୟରୁ ବାଲେଶ୍ୱର ଜିଲ୍ଳାର ୨ଜଣ ଓ ଭଦ୍ରକ ଜିଲ୍ଲାର ୫ ଜଣ ଅଟନ୍ତି। ଭଦ୍ରକର ୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଏହାର ୫ଟି ପଞ୍ଚାୟତକୁ କଣ୍ଟେନମେଣ୍ଟ ଜୋନ୍‍ ଭାବେ ଘୋଷଣା […]

Samaya Live Picture
Published On

ସମୟ ଲାଇଭ୍‍, ୨୦/୪: ରାଜ୍ୟରେ ଆଜିଠାରୁ ଲକ୍‍ ଡ଼ାଉନର ଅନେକ ନିୟମକୁ କୋହଳ କରାଯାଇଥିବାବେଳେ ରାଜ୍ୟରେ ବଢ଼ିଥିବା କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଚିନ୍ତାର କାରଣ ପାଲଟିଛି। ପୂର୍ବରୁ ୬୧ ଜଣ ଚିହ୍ନଟ ହୋଇଥିବାବେଳେ ଆଜି ୭ ଜଣ ବଢ଼ିଛନ୍ତି। ଏହି ୭ଜଣଙ୍କ ମଧ୍ୟରୁ ବାଲେଶ୍ୱର ଜିଲ୍ଳାର ୨ଜଣ ଓ ଭଦ୍ରକ ଜିଲ୍ଲାର ୫ ଜଣ ଅଟନ୍ତି। ଭଦ୍ରକର ୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଏହାର ୫ଟି ପଞ୍ଚାୟତକୁ କଣ୍ଟେନମେଣ୍ଟ ଜୋନ୍‍ ଭାବେ ଘୋଷଣା କରାଯାଇଛି। ଭଦ୍ରକରୁ ୁଚିହ୍ନଟ ୫ଜଣଙ୍କ ମଧ୍ୟରୁ ୩ ଜଣ ବସେୁଦେବପୁର ପଞ୍ଚାୟତର ଓ ଅନ୍ୟ ୨ଜଣ ଭଣ୍ଡାରୀପୋଖରୀ ପଞ୍ଚାୟତର ବୋଲି ସୂଚନା ମିଳିଛି।
ସୂଚନା ଥାଉ କି, ରାଜ୍ୟରେ ମୋଟ ୯ଟି ଜିଲ୍ଲାରେ ୬୮ ଜଣ କରୋନା ଆକ୍ରାନ୍ତ ଏପର୍ଯ୍ୟନ୍ତ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ ଚିହ୍ନଟ ହୋଇଥିବା କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ମୋଟ ୨୪ ଜଣ ସୁସ୍ଥ ହୋଇଛନ୍ତି। ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଅନ୍ୟ ୪୩ଜଣ ଚିକିତ୍ସାଧୀନ ଅବସ୍ଥାରେ ଅଛନ୍ତି।
ଭୁବନେଶ୍ୱର ଓ ଭଦ୍ରକରେ ସର୍ବାଧିକ କରୋନା ସଂକ୍ରମିତ ବ୍ୟକ୍ତି ଚିହ୍ନଟ ହୋଇଛନ୍ତି। ଅନ୍ୟାନ୍ୟ ଜିଲ୍ଲାଗୁଡ଼ିକ ମଧ୍ୟରେ କଳାହାଣ୍ଡି, ସୁନ୍ଦରଗଡ଼,ବାଲେଶ୍ୱର, ପୁରୀ,କଟକ, କେନ୍ଦ୍ରାପଡ଼ା,ଯାଜପୁର ରହିଛି।

Tags: