ଚିହ୍ନଟ ପଞ୍ଚମ କରୋନା ଆକ୍ରାନ୍ତଙ୍କ ପରିଚୟ ସାର୍ବଜନୀନ
ସମୟ ଲାଇଭ୍,୨/୪: ଗତକାଲି ରାଜ୍ୟରେ ପଞ୍ଚମ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ତାଙ୍କ ପରିଚୟକୁ ଆଜି ସାର୍ବଜନୀନ କରାଯାଇଛି। ଚିହ୍ନଟ ହୋଇଥିବା ୫ମ କରୋନା ପଜିଟିଭ୍ ରୋଗୀଙ୍କ ନାମ ପ୍ରଦୀପ୍ତ କୁମାର ଦଳବେହେରା ଏବଂ ସେ ଭୁବନେଶ୍ୱର ୪୬ ନଂ ୱାର୍ଡ଼ର ସୂର୍ଯ୍ୟନଗରର ବାସିନ୍ଦା ଅଟନ୍ତି। ତାଙ୍କ ବୟସ ୬୦ ବର୍ଷ ହୋଇଥିବାବେଳେ ସେ ଏମସ୍ ରେ ଚିକିତ୍ସିତ ହେଉଛନ୍ତି। ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ତାଙ୍କ ପରିଚୟ ସାର୍ବଜନୀନ କରାଯାଇଥିବାବେଳେ ସୂର୍ଯ୍ୟନଗର ଅଞ୍ଚଳକୁ ସିଲ୍ କରିଦିଆଯାଇଛି। […]
ସମୟ ଲାଇଭ୍,୨/୪: ଗତକାଲି ରାଜ୍ୟରେ ପଞ୍ଚମ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ତାଙ୍କ ପରିଚୟକୁ ଆଜି ସାର୍ବଜନୀନ କରାଯାଇଛି। ଚିହ୍ନଟ ହୋଇଥିବା ୫ମ କରୋନା ପଜିଟିଭ୍ ରୋଗୀଙ୍କ ନାମ ପ୍ରଦୀପ୍ତ କୁମାର ଦଳବେହେରା ଏବଂ ସେ ଭୁବନେଶ୍ୱର ୪୬ ନଂ ୱାର୍ଡ଼ର ସୂର୍ଯ୍ୟନଗରର ବାସିନ୍ଦା ଅଟନ୍ତି। ତାଙ୍କ ବୟସ ୬୦ ବର୍ଷ ହୋଇଥିବାବେଳେ ସେ ଏମସ୍ ରେ ଚିକିତ୍ସିତ ହେଉଛନ୍ତି। ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ତାଙ୍କ ପରିଚୟ ସାର୍ବଜନୀନ କରାଯାଇଥିବାବେଳେ ସୂର୍ଯ୍ୟନଗର ଅଞ୍ଚଳକୁ ସିଲ୍ କରିଦିଆଯାଇଛି। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏପରି ନିଷ୍ପତ୍ତି ନିଆଯାଇଥିବା ବିଏମ୍ସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ କହିଛନ୍ତି।
ଅନ୍ୟପଟେ ବ୍ୟକ୍ତି ଜଣଙ୍କ ନିକଟରେ ବିଦେଶ କିମ୍ବା ରାଜ୍ୟ ବାହାରକୁ ଯାଇନଥିବାବେଳେ ସେ କେଉଁ ବ୍ୟକ୍ତିମାନଙ୍କ ସଂସ୍ପର୍ଶରେ ଆସିଛନ୍ତି ତାହା ଜଣାପଡ଼ିବା କଷ୍ଟସାଧ୍ୟ ହୋଇପଡ଼ିଛି। ଅନ୍ୟପଟେ ସଂପୃକ୍ତ ଅଞ୍ଚଳକୁ ସିଲ କରାଯିବା ସହ ସାନିଟାଇଜେସନ୍ କାର୍ଯ୍ୟ ଜାରି କରାଯାଇଛି। ତେବେ ଚିହ୍ନଟ ବ୍ୟକ୍ତିଙ୍କୁ କିମ୍ବା ତାଙ୍କ ପରିବାରକୁ ସାମାଜିକ ବାସନ୍ଦ ନ କରିବା ପାଇଁ ଅନୁରୋଧ କରାଯାଇଛି।
ସୂଚନା ଥାଉ କି, ପୂର୍ବରୁ ଓଡ଼ିଶାରେ ୪ ଜଣ କରୋନାରେ ଆକ୍ରାନ୍ତ ହୋଇଥିଲେ। ସେମାନଙ୍କ ମଧ୍ୟରୁ ଦ୍ୱିତୀୟ କରୋନା ଆକ୍ରାନ୍ତ ଆଜି ସୁସ୍ଥ ହୋଇ ଘରକୁ ଫେରିଥିବାବେଳେ ଅନ୍ୟ ତିନିଜଣ ଚିକିତ୍ସାଧୀନ ଥିଲେ। ତେବେ ପୂର୍ବରୁ ଚିହ୍ନଟ ସମସ୍ତ ରୋଗୀ ଭୁବନେଶ୍ୱର ହୋଇଥିବାବେଳେ ଜଣେ ଭଦ୍ରକ ଅଞ୍ଚଳର ଥିଲେ। ତାଙ୍କୁ ଗତକାଲି ଚିହ୍ନଟ କରାଯାଇଥିଲା।
Tags:




