ମହାମାରୀ କରୋନାର ମୁକାବିଲା ସୂତ୍ର

ସମୟ ଲାଇଭ,୧୬/୩: ଓଡ଼ିଶାରେ ପ୍ରଥମ କରୋନା ଆକ୍ରାନ୍ତ ଚିହ୍ନଟ ହେବାପରେ ଚାରିଆଡ଼େ ଭୟର ବାତାବରଣ ଖେଳିଯାଇଛି। ତେବେ ସଚେତନ ରହିବା ଦ୍ୱାରା ଏହି ମହାମାରୀର ମୁକାବିଲା କରିହେବ ବୋଲି ବିଭିନ୍ନ ମହଲରୁ ପରାମର୍ଶ ଦିଆଯାଉଛି। ତେବେ ଜାଣନ୍ତୁ କେଉଁ ଦିଗ ପ୍ରତି ସଚେତନ ରହିବା ଦ୍ୱାରା କରୋନା ଭାଇରସର କୋନରୁ ରକ୍ଷା ପାଇପାରିବା। ୧)ସବୁବେଳେ ପରିଷ୍କାର ପରିଚ୍ଛନ୍ନ ରୁହନ୍ତୁ। ୨) ଜ୍ୱର, କାଶ ଭଳି ଲକ୍ଷଣ ଦେଖାଦେଲେ ଅନ୍ୟ କାହା ସଂସ୍ପର୍ଶରେ ଆସନ୍ତୁ ନାହିଁ ଏବଂ ତୁରନ୍ତ […]

Samaya Live Picture
Published On

ସମୟ ଲାଇଭ,୧୬/୩: ଓଡ଼ିଶାରେ ପ୍ରଥମ କରୋନା ଆକ୍ରାନ୍ତ ଚିହ୍ନଟ ହେବାପରେ ଚାରିଆଡ଼େ ଭୟର ବାତାବରଣ ଖେଳିଯାଇଛି। ତେବେ ସଚେତନ ରହିବା ଦ୍ୱାରା ଏହି ମହାମାରୀର ମୁକାବିଲା କରିହେବ ବୋଲି ବିଭିନ୍ନ ମହଲରୁ ପରାମର୍ଶ ଦିଆଯାଉଛି। ତେବେ ଜାଣନ୍ତୁ କେଉଁ ଦିଗ ପ୍ରତି ସଚେତନ ରହିବା ଦ୍ୱାରା କରୋନା ଭାଇରସର କୋନରୁ ରକ୍ଷା ପାଇପାରିବା।
୧)ସବୁବେଳେ ପରିଷ୍କାର ପରିଚ୍ଛନ୍ନ ରୁହନ୍ତୁ।
୨) ଜ୍ୱର, କାଶ ଭଳି ଲକ୍ଷଣ ଦେଖାଦେଲେ ଅନ୍ୟ କାହା ସଂସ୍ପର୍ଶରେ ଆସନ୍ତୁ ନାହିଁ ଏବଂ ତୁରନ୍ତ ଡ଼ାକ୍ତରଙ୍କ ପରାମର୍ଶ ନିଅନ୍ତୁ।
୩) ବାରମ୍ବାର ସାବୁନ ଓ ପାଣିରେ ହାତ ଧୁଅନ୍ତୁ।
୪) ସର୍ବସାଧାରଣ ସ୍ଥାନରେ ଛେପ ପକାନ୍ତୁ ନାହିଁ।
୫)କାଶିବା, ଛିଙ୍କିବା ସମୟରେ ରୁମାଲ କିମ୍ବା ଟିସୁରେ ମୁହଁ ଆବୃତ୍ତ କରନ୍ତୁ।
୬) ଆଖି, ନାକ ଓ ପାଟିକୁ ବାରମ୍ବାର ଛୁଅନ୍ତୁ ନାହିଁ ଛୁଇଁବା ପୂର୍ବରୁ ହାତ ପରିଷ୍କାର କରନ୍ତୁ।
୭) ଆଲକୋହଲ ଥିବା ସାନିଟାଇଜରରେ ହାତକୁ ପରିଷ୍କାର କରନ୍ତୁ।
୮) ତେବେ ଡ଼ାକ୍ତରଙ୍କ ବିନା ପରାମର୍ଶରେ କୌଣସି ଔଷଧ ଖାଆନ୍ତୁ ନାହିଁ।
୯) ଟିସୁ ପେପର ବ୍ୟବହାର କରିବା ପରେ ଖୋଲାସ୍ଥାନରେ ନଫିଙ୍ଗି ଘୋଡ଼ଣୀ ଥିବା ଡ଼ଷ୍ଟବିନ୍‍ରେ ପକାନ୍ତୁ।
୧୦) ତେବେ କୌଣସି ପରିସ୍ଥିତିରେ ବିଚଳିତ ବା ଭୟଭୀତ ହୁଅନ୍ତୁ ନାହିଁ।

Tags: