ବିଦେଶିନୀଙ୍କ ଜଙ୍ଘରେ ମହାପ୍ରଭୁଙ୍କ ଟାଟୁ; ପାର୍ଲର ମାଲିକ ଗିରଫ

ଭୁବନେଶ୍ୱର: ଜଣେ ବିଦେଶୀ ମହିଳାଙ୍କ ଜଙ୍ଘରେ ପ୍ରଭୁ ଜଗନ୍ନାଥଙ୍କ ଟାଟୁକୁ ନେଇ ବ୍ୟାପକ ଉତ୍ତେଜନା ଦେଖାଦେଇଛି। ଏହି ଘଟଣାରେ ଭୁବନେଶ୍ୱରର ଏକ ଟାଟୁ ପାର୍ଲରର ମାଲିକଙ୍କୁ ପୋଲିସ ଗିରଫ କରିଛି। ସୂଚନା ଅନୁଯାୟୀ କମିଶନରେଟ୍ ପୋଲିସ ଏହି ଘଟଣା ସହିତ ଜଡିତ ‘ରକି ଟାଟୁଜ୍’ର ମାଲିକ ରକି ରଞ୍ଜନ ବିଶୋୟୀଙ୍କୁ ଗିରଫ କରିଛି। କାରଣ ବିଦେଶୀ ମହିଳା ଜଣକ ତାଙ୍କ ପାର୍ଲରରେ ଏହି ଟାଟୁ କରିଥିଲେ। ଯାହାକୁ ନେଇ ବିବାଦ ଦେଖାଦେଇଛି।

Samaya Live Picture
Published On

ଭୁବନେଶ୍ୱର: ଜଣେ ବିଦେଶୀ ମହିଳାଙ୍କ ଜଙ୍ଘରେ ପ୍ରଭୁ ଜଗନ୍ନାଥଙ୍କ ଟାଟୁକୁ ନେଇ ବ୍ୟାପକ ଉତ୍ତେଜନା ଦେଖାଦେଇଛି। ଏହି ଘଟଣାରେ ଭୁବନେଶ୍ୱରର ଏକ ଟାଟୁ ପାର୍ଲରର ମାଲିକଙ୍କୁ ପୋଲିସ ଗିରଫ କରିଛି।

ସୂଚନା ଅନୁଯାୟୀ କମିଶନରେଟ୍ ପୋଲିସ ଏହି ଘଟଣା ସହିତ ଜଡିତ ‘ରକି ଟାଟୁଜ୍’ର ମାଲିକ ରକି ରଞ୍ଜନ ବିଶୋୟୀଙ୍କୁ ଗିରଫ କରିଛି। କାରଣ ବିଦେଶୀ ମହିଳା ଜଣକ ତାଙ୍କ ପାର୍ଲରରେ ଏହି ଟାଟୁ କରିଥିଲେ। ଯାହାକୁ ନେଇ ବିବାଦ ଦେଖାଦେଇଛି।

Tags: