ବାତ୍ୟା ମୁକାବିଲାପାଇଁ ବିଏମସି ପକ୍ଷରୁ ଖୋଲିଲା କଣ୍ଟ୍ରୋଲ ରୁମ

ଭୁବନେଶ୍ୱର : ସାମ୍ଭାବ୍ୟ ବାତ୍ୟାକୁ ନେଇ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି । ରବିବାର ଛୁଟିଦିନରେ ବିଏମ୍‌ସି ମୁଖ୍ୟାଳୟରେ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା । କମିଶନର ରାଜେଶ ପ୍ରଭାକର ପାଟିଲଙ୍କ ଅଧ୍ୟକ୍ଷତାରେ ବସିଥିବା ଏହି ବୈଠକରେ ଜଳବନ୍ଦୀ ଓ ବାତ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତରଣ ଉପରେ ଫୋକସ କରାଯାଇଛି । ସବୁ ବିଭାଗୀୟ ଅଧିକାରୀ ଏଥିପାଇଁ ପ୍ରସ୍ତୁତି ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ବାତ୍ୟା ମୁକାବିଲା କରିବାକୁ ବିଏମ୍‌ସି ପକ୍ଷରୁ ୨୪ ଘଣ୍ଟିଆ କଣ୍ଟ୍ରୋଲରୁମ […]

Samaya Live Picture
Published On

ଭୁବନେଶ୍ୱର : ସାମ୍ଭାବ୍ୟ ବାତ୍ୟାକୁ ନେଇ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି । ରବିବାର ଛୁଟିଦିନରେ ବିଏମ୍‌ସି ମୁଖ୍ୟାଳୟରେ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା । କମିଶନର ରାଜେଶ ପ୍ରଭାକର ପାଟିଲଙ୍କ ଅଧ୍ୟକ୍ଷତାରେ ବସିଥିବା ଏହି ବୈଠକରେ ଜଳବନ୍ଦୀ ଓ ବାତ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତରଣ ଉପରେ ଫୋକସ କରାଯାଇଛି । ସବୁ ବିଭାଗୀୟ ଅଧିକାରୀ ଏଥିପାଇଁ ପ୍ରସ୍ତୁତି ରହିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ବାତ୍ୟା ମୁକାବିଲା କରିବାକୁ ବିଏମ୍‌ସି ପକ୍ଷରୁ ୨୪ ଘଣ୍ଟିଆ କଣ୍ଟ୍ରୋଲରୁମ ଖୋଲିଛି । ଯଦି କୌଣସି ଲୋକେ ଅସୁବିଧାର ସମ୍ମୁଖୀନ ହୁଅନ୍ତି ସେମାନେ କଣ୍ଟ୍ରୋଲରୁମକୁ ଫୋନ୍‌ କରି ଜଣାଇବେ । ଏହି କଣ୍ଟ୍ରୋ ରୁମରେ ୩ ସିପ୍ଟରେ ୧୦ ଜଣ ଲେଖାଁଏ କର୍ମଚାରୀ ନିୟୋଜିତ ହେବେ। ନିଜେ କମିଶନର ଏହାର ତଦାରଖ କରିବେ । ସେହିପରି ୱାକିଟକି ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଜରୁରୀକାଳୀନ ସେବା ଯୋଗାଇଦେବାକୁ ଜୋନ୍‌ ଏବଂ ମୁଖ୍ୟାଳୟରେ ଆବଶ୍ୟକୀୟ ଗାଡ଼ି ମହଜୁଦ ରହିବ । ଉଦ୍ଧାର ପାଇଁ ଅଗ୍ନିଶମ ଏବଂ ଓଡ୍ରାଫ୍‌ ଟିମ ନିୟୋଜିତ ହେବ । ସେମାନଙ୍କୁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ବାତ୍ୟା ପରେ ରାସ୍ତାରୁ ଗଛ ହଟାଇବାକୁ ପ୍ରସ୍ତୁତ ରହିବାକୁ କୁହାଯାଇଛି ।

ଜଳବନ୍ଦୀ ଏଡାଇବାକୁ ଫୋକସ କରାଯାଇଛି । ନିଜ ନିଜ ଅଞ୍ଚଳରେ ଡ୍ରେନେଜ ବିଭାଗର ଅଧିକାରୀମାନେ ଉପସ୍ଥିତ ରହିବେ । ସମ୍ବେଦନଶୀଳ ଜାଗାରେ ପମ୍ପସେଟ୍‌ ଗଚ୍ଛିତ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ବିଏମ୍‌ସି ପକ୍ଷରୁ ରାଜୀବନଗର, ହଂସପାଳ ହରିଦାସପୁର, ନହରକଣ୍ଟା ଅଞ୍ଚଳରେ ପାଣି ଜମିବା ଆଶଙ୍କା କରାଯାଇଛି । ବିଦ୍ୟୁତ ବିଭାଗକୁ ଆବଶ୍ୟକୀୟ ଡିଜି ମହଜୁଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ସେହିପରି ସବୁ ୟୁପିଏଚ୍‌ସି ଏବଂ ବିଏମ୍‌ସି ହସ୍ପିଟାଲରେ ଜେନେରେଟର ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ବିଏମ୍‌ସି ଅଧିନରେ ଥିବା ସ୍କୁଲକୁ ବାତ୍ୟା ଆଶ୍ରୟସ୍ଥଳୀ ଭାବେ ବ୍ୟବହାର କରାଯିବ । ଏନେଇ ବିଏମ୍‌ସି ପକ୍ଷରୁ ଆସନ୍ତାକାଲି ଏକ ଟିମ୍‌ ସ୍କୁଲ ବୁଲି ଆଶ୍ରୟସ୍ଥଳୀ ଚିହ୍ନଟ କରିବେ । ସେହିପରି ପ୍ରଭାବିତହେବାକୁ ଥିବା ବସ୍ତି ବାସିନ୍ଦାଙ୍କୁ ଆବଶ୍ୟକ ସ୍ଥଳେ ସ୍ଥାନାନ୍ତରଣ କରିବାକୁ ଯୋଜନା କରାଯାଇଛି । ସବୁ କର୍ପୋରେଟରମାନେ ଏନେଇ ସହଯୋଗ କରିବାକୁ କୁହାଯାଇଛି । ସେହିପରି ଔଷଧ, ଶୁଖିଲା ଖାଦ୍ୟ ଗଚ୍ଛିତ ରଖିବାକୁ ପରାମର୍ଶ ଦିଆଯାଇଛି । ଖୋର୍ଦ୍ଧା ଜିଲ୍ଲାରେ ବର୍ଷାର ପ୍ରକୋପ ଅଧିକ ଥିବାରୁ ବିଏମ୍‌ସି ଅଞ୍ଚଳରେ ସଜାଗ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ରବିବାର ସବୁ ଅଧିକାରୀଙ୍କ ଛୁଟି ବାତିଲ କରାଯାଇଛି ।

Tags: